ଜିଲ୍ଲା ପରିକ୍ରମା

ବିିଶ୍ୱ ବନ ଦିବସ ପାଳିତ

 

ଖଡିଆଳ/ନୂଆପଡା-୨୨.୦୩.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲ ଖଡିଆଳ ବନଖଣ୍ଡ ବିଭାଗ ପକ୍ଷରୁ ଆଜି ବିଶ୍ୱ ବନ ଦିବସ ପାଲୀତ ହୋଇଯଇଅଛି । ଏହି ଉପଲକ୍ଷେ ଏକ ସଚେତନ ଶୋଭାଯାତ୍ରା ଖଡିଆଳ ନଗର ପରିକ୍ରମା କରି ଡିଏଫଓଙ୍କ କାର୍ଯ୍ୟାଳୟକୁ ପହଂଚିଥିଲା । ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଅଛି । ଅନୁଷ୍ଟିତ ସଭାରେ ମୁଖ୍ୟ ବକ୍ତା ରୂପେ ନ୍ୟାସନକଲେଜ ପୂର୍ବତନ ଅଧ୍ୟକ୍ଷ ଡା. ମେଜର ରାମଚନ୍ଦ୍ର ମିଶ୍ର ମୁଖ୍ୟ ଯୋଗଦେଇ ମନୁଷ୍ୟ ଏବଂ ଜୀବଜଗତକୁ ପରିବେଶ ସୁରକ୍ଷା ହିଁ ଆଗାମୀ ଦିନରେ ସହେଯାଗ ହୋଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି । ମୁଖ୍ୟ ବକ୍ତା ରୂପେ ଜିଲ୍ଲା କୃଷି ଅଧିକାରୀ ନରୋର୍ତମ ବେହେରା ଯୋଗଦେଇଥିବା ବେଳେ ଖଡିଆଳ ଏସିଏଫ ଦେବେନ୍ଦ୍ର ଚନ୍ଦ୍ର ଖୁଣ୍ଟିଆ ଅଧ୍ୟକ୍ଷତା କରିଛନ୍ତି । ଅନେକ ପ୍ରକାର ପ୍ରଦ୍ୟୁଷଣକୁ ରୋକିବା ପାଇଁ ପରିବେଶ ସୁରକ୍ଷା ଏବଂ ଜଙ୍ଗଳ ବୃଦ୍ଧି ଏକମାତ୍ର ପ୍ରତିକାର ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସେହିପରି ଶିକ୍ଷକ ରାଷ୍ଟ୍ରପତି ବେହେରା , ସାମ୍ବାଦିକ ମୋତିଲାଲ ବଗା, ଜଙ୍ଗଲ ସୁରକ୍ଷା ସଭ୍ୟ ମୁରଲିଧାର ନାଗ ବକ୍ତବ୍ୟ ରିଖିଥିଲେ । । ଏହି ଉପଲକ୍ଷେ ଆୟୋଜିତ ଜଙ୍ଗଳ ସୁରକ୍ଷା ଉପରେ ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯଇଅଛି । ରେଞ୍ଜର ଜୟରାମ ଶବର ପ୍ରାରମ୍ଭିକ ସୁଚନା ଦେଇଥିବା ବେଳେ ଫରେଷ୍ଟର ଦୁଯ୍ୟୋଧନ ଦିକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top