ଓଡ଼ିଶା

ବିଜୁଳି ଖମ୍ବ ପଡି ବାଳକର ମୃତ୍ୟୁ

ଖଡିଆଳ/ନୂଆପଡା-୦୬.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଲି ଗ୍ରାମଠାରେ ଆଜି ଗୋଟିଏ ଅଭାବନିୟ ଘଟଣା ଘଟିଜାଇଛି। ସୂଚନାରୁ ଜଣାପଡେ ଯେ ଗଣ୍ଡାବାହାଲି ଗ୍ରମର ଅଶୋକ ଶବର ଙ୍କ ୬ ବର୍ଷର ପୂଅ ଓ ତାଙ୍କ ସ୍ତ୍ରୀ ଇନ୍ଦୁ ଶବର ନିଜ ଘର ପାଖରେ ଛିଡା ହୋଇଥିବା ସମୟରେ ତାଙ୍କ ଘର ନିକଟରେ ଥିବା ବିଜୁଳି ଖମ୍ବ ପଡି ଦୁଇଜଣ ଗୁରୁତର ହୋଇଛନ୍ତି। ପଡିଶା ଘରର ଜନେକ ବ୍ୟକ୍ତି ଖମ୍ବ ପାଖରେ ଗଛ ଥିବାରୁ ସେ ଗଛ କାଟୁଥିଲେ ଗଛଟି ପଡି ବିଜୁଳି ତାର ଉପରେ ପଡି ଖମ୍ବ ଟା ମାଟିତଲୁ ଉପୁଡି ମାଁ ଓ ଶିଶୁ ଙ୍କ ଉପରେ ପଡିଯାଇଥିଲା। ଦୁଇଯଣଙ୍କୁ ଖଡିଆଳ ଗୋଷ୍ଠି ସ୍ୱସ୍ଥ୍ୟା କେନ୍ଦ୍ରକୁ ଅଣାଯାଇ ଚିକିତ୍ସା ସମୟରେ ବାଳକ କୁ ମୃତ ଘୋଷଣା କରିଥିଲେ। ଏବଂ ଶିଶୁର ମାଁ ଙ୍କୁ ଅବସ୍ତା ଗୁରୁତର ଥିବାରୁ ନିକଟସ୍ଥ ଖଡିଆଳ ମିଶନ ହସପିଟାଲ କୁ ରକ୍ତ ଦେବାପାଇଁ ପଠାଯାଇଥିଲା। ଶିଶୁର ମୃତ ସରିର କୁ କାଳି ସକାଲେ ସବ ବ୍ୟାବଛେଦ ହେବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଳି ଡାକ୍ତର ପୂର୍ଣ୍ଣଚନ୍ଦ୍ର ଆଚାରି ପ୍ରକାଶ କରିଛନ୍ତି। ଏ ନେଇ ଖଡିଆଳ ଥାନାରେ ଅପମୃତ୍ୟୁ ମାମଳା ରୁଜୁ କରାଯାଇଛି। ଜନସାଧାରଣଙ୍କ ମୃତ ଶିଶୁର ପରିବାର ବର୍ଗକୁ ଅନୁକମ୍ପା ମୂଳକ ରାସି ଦେବାପାଇଁ ବିଜୁଳି ବିଡ଼ଭାଗ କୁ ଅନୁରୋଧ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top