ବିହାର ଏବଂ ଓଡିଶା ତୀର୍ଥସ୍ଥାନ ଅଧିନିୟମ, ୧୯୨୦ (୧୯୨୦ ବିହାର ଏବଂ ଓଡ଼ିଶା ଅଧିନିୟମ ୨) ର ନିରସନ ନିମନ୍ତେ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର ୨୪-୮ (ଓଡ଼ିଆ ପୁଅ) ତୀର୍ଥ ଯାତ୍ରୀମାନଙ୍କ ରହଣୀ ସ୍ଥାନର ଉତ୍ତମ ପରିମଳ ବ୍ୟବସ୍ଥା ଏବଂ ସେମାନେ ରହୁଥିବା ଗୃହ ଗୁଡିକର ନିୟନ୍ତ୍ରଣ ପାଇଁ ବିହାର ଏବଂ ଓଡ଼ିଶା ତୀର୍ଥସ୍ଥାନ ଅଧିନିୟମ, ୧୯୨୦ ଉଦ୍ଦିଷ୍ଟ ଅଟେ। ଅଧିନିୟମଟିରେ କେତେକ କଲ୍ୟାଣମୂଳକ ପଦକ୍ଷେପ, ଯଥା-ତୀର୍ଥଯାତ୍ରୀମାନଙ୍କ ରହିବା ପାଇଁ ଲାଇସେନ୍ସ ମଞ୍ଜୁରୀ, ସ୍ବାସ୍ଥ୍ୟ ଅଧିକାରୀଙ୍କ ସେହି ଘରଗୁଡିକୁ ନିରିକ୍ଷଣ କରିବା, ଲାଇସେନ୍ସର ବିଖଣ୍ଡନ ଏବଂ ନିଲମ୍ବନ, ଲାଇସେନ୍ସ ପ୍ରାପ୍ତ ଘରଗୁଡିକର ନିୟମିତ ନୀରିକ୍ଷଣ ସହିତ ଅଧିନିୟମ ଅଧିନସ୍ଥ ବ୍ୟବସ୍ଥାର ଉଲଙ୍ଘନ ପାଇଁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଅଛି।

ଉକ୍ତ ଅଧିନିୟମର ଧାରା ୨୦ ରେ ଲଜିଂହାଉସ୍ ପାଣ୍ଠି ଗଠନ ପାଇଁ ବ୍ୟବସ୍ଥା ରହିଅଛି। ରେଲୱେ, ବାଷ୍ପଚାଳିତ ଯାନ ଏବଂ ଜନସେବା ଯାନ ଦ୍ଵାରା ଆସୁଥିବା ଯାତ୍ରୀଙ୍କ ଉପରେ ସୀମାକର ଧାର୍ଯ୍ୟକରିବା ପାଇଁ ଧାରା ୧୩ କ୍ଷମତା ଅର୍ପଣ କରିଅଛି। ପରିମଳ ବ୍ୟବସ୍ଥା ଯୋଗାଇବା, ସଂକ୍ରାମକ ରୋଗର ନିବାରଣ ଏବଂ ତୀର୍ଥଯାତ୍ରୀଙ୍କୁ ସୁବିଧା ଯୋଗାଇଦେବା ପାଇଁ ପଦକ୍ଷେପ ନେବା ଲଜିଂ ହାଉସ୍ ପାଣ୍ଠିର କାର୍ଯ୍ୟ ଅଟେ। ଉକ୍ତ ସଂସ୍ଥା ପରିଚାଳନା ପାଇଁ ସୀମାକର, ଲାଇସେନ୍ସ ଫି, ନୀରିକ୍ଷଣ ଫି ଏବଂ ଧର୍ମଶାଳା ଉତାରୁ ଅର୍ଥ ଆଦାୟ ହୋଇଥାଏ।

ଉକ୍ତ ପାଣ୍ଠି ପ୍ରୟୋଗ ସଂପର୍କରେ ଧାରା ୨୧ ରେ ବ୍ୟବସ୍ଥିତ ହୋଇଅଛି, ଯାହାକି ଡ଼ାକ୍ତରୀ ସହାୟତା, କୌଣସି ଅଞ୍ଚଳରୁ ପରିମଳ ବ୍ୟବସ୍ଥାର ଉନ୍ନତିକରଣ ଏବଂ କୌଣସି ସ୍ଥାନ, ରାସ୍ତା କିମ୍ବା କୋଠାଘର ସଫେଇ ଅଟେ। ୧୯୨୦ ସମୟର ଲଜିଂ ହାଉସ୍ ପାଣ୍ଠି ନୂତନ ସଂସ୍ଥା ଯଥା – ପୁରୀ ପୌରପାଳିକା, ଜଳଯେଗାଣ ଏବଂ ଡ୍ରେନେଜ୍ ୟୁନିଟ୍, ପୁରୀ ଏବଂ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସୃଷ୍ଟି ଦ୍ୱାରା ଏହି ସ୍ଥିତି ହରାଇ ବସିଛି।

ଉକ୍ତ ସଂସ୍ଥାଗୁଡିକ ଲଜିଂ ହାଉସ୍ ପାଣ୍ଡିର ମୂଳ ବ୍ୟବସ୍ଥିତ କାର୍ଯ୍ୟଗୁଡିକୁ ଗ୍ରହଣ କରିଅଛନ୍ତି ଏବଂ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଲଙ୍ଗିହାଉସ୍ ପାଣ୍ଠିର ଭୂମିକା ଏବଂ ଦାୟିତ୍ବ ବହନ କରିଅଛନ୍ତି।

ଅଧିକନ୍ତୁ, ପୁରୀରେ ଗଢ଼ାଯାଇଥିବା ହୋଟେଲଗୁଡିକ ବିଭିନ୍ନ ସ୍ଥାନରୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କୁ ରହିବାର ବ୍ୟବସ୍ଥା ଯୋଗାଇଦେଉଅଛନ୍ତି, ଯାହାକି ପୁରୀକୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କ ପାରମ୍ପରିକ ରହଣୀ ବ୍ୟବସ୍ଥାରେ ବିରାଟ ପରିବର୍ତ୍ତନ ହୋଇଅଛି।

ବର୍ତମାନ ଲଙ୍ଗିହାଉସ୍ ପାଣ୍ଠି ଏହାର ବ୍ୟବସ୍ଥିତ କାର୍ଯ୍ୟଗୁଡିକୁ ପର୍ଯ୍ୟାପ୍ତ ଭାବରେ ସମ୍ପାଦନ କରୁନାହିଁ। ଅନ୍ୟ ସଂସ୍ଥାଗୁଡିକ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷଭାବରେ ଲଙ୍ଗିହାଉସ୍ ପାଣ୍ଠିରେ ବ୍ୟବସ୍ଥିତ କାର୍ଯ୍ୟଗୁଡିକୁ ଗ୍ରହଣ କରିଥିବାରୁ, ଏହାର କାରଣ ହୋଇପାରେ। ଓଡ଼ିଶା ପୌର ଅଧିନିୟମ, ୧୯୫୦ ର ବ୍ୟବସ୍ଥା ବିହାର ଏବଂ ଓଡିଶା ତୀର୍ଥସ୍ନାନ ଅଧିନିୟମ, ୧୯୨୦କୁ ଅଧିକଭାବରେ କାର୍ଯ୍ୟ କରିବା ଏବଂ ସୂଚାରୁରୂପେ ପରିଚାଳନା କରିବାପାଇଁ କ୍ଷମତା ପ୍ରଦାନ କରିଅଛି।

ବର୍ତ୍ତମାନ କ୍ଷେତ୍ରରେ ଲଜିଂ ହାଉସ୍ ପାଣ୍ଡି ବହୁଳ ଭାବେ ସଂକୁଚିତ ହୋଇଯାଇଛି ଏବଂ ପରିବର୍ତ୍ତନ ଦୃଶ୍ୟପଟରେ ଏହା ଅଧିକତ ଚାଲୁନରହିବା ପାଇଁ ବିଚାର କରାଯାଉଅଛି।

ଯେହେତୁ ଉକ୍ତ ଅଧିନିୟମରେ ଥିବା ଭୂମିକା ଏବଂ ଦାୟୀତ୍ବ ଓଡିଶା ପୌର ଅଧିନିୟମ, ୧୯୫୦ ରେ ରହିଅଛି, ତଦନୁଯାୟୀ, ବିହାର ଏବଂ ଓଡିଶା ତୀର୍ଥସ୍ଥାନ ଅଧିନିୟମ ୧୯୨୦ କୁ ନିରସନ କରିବା ପାଇଁ ବିଚାର କରାଯାଇଛି।

Leave a Reply

Your email address will not be published. Required fields are marked *