ବିହାର ଉପ ନିର୍ବାଚନ: ବିହାରରେ ବିଜେପି-ଜେଡିୟୁ ଏବଂ ଆରଜେଡିର ଲଢ଼େଇ କାହାକୁ କେତେ ଭୋଟ ପଡ଼ନ୍ତୁ ….

ନୂଆଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) : ଉତ୍ତର ପ୍ରଦେଶର ଦୁଇଟି ଲୋକସଭା ସିଟ୍, ବିହାରର ଗୋଟିଏ ଲୋକସଭା ସିଟ ଏବଂ ଦୁଇଟି ବିଧାନସଭା ସିଟ୍ ପାଇଁ ହୋଇଥିବା ଉପନିର୍ବାଚନର ମତଗଣନା ଆଜି ହେଉଛି। ମତଗଣନା ପୂରା ହେବା ସହିତ ହିଁ ନିର୍ବାଚନ ପରିଣାମ ଘୋଷିତ କରି ଦିଆଯିବ। ନିର୍ବାଚନ ପରିଣାମ ଦ୍ୱିପ୍ରହରରେ ଆସିବାର ଆଶଂଙ୍କା। ଏହି ପରିଣାମ 2019 ର ଲୋକସଭା ନିର୍ବାଚନର ପୂର୍ବରୁ ଏକ ସଂକେତ ଦେବ ବୋଲି ରାଜନୈତିକ ପଣ୍ଡିତ ମାନେ ମତ ଦିଅନ୍ତି। ଉତ୍ତର ପ୍ରଦେଶର ଗୋରଖପୁର ଏବଂ ଫୁଲପୁର ଲୋକସଭା ସିଟ, ବିହାରର ଅରରିୟା ଲୋକସଭା ସିଟ ବ୍ୟତୀତ ଭଭୁଆ ଏବଂ ଜହାନାବାଦ ବିଧାନସଭା ସିଟର ଉପନିର୍ବାଚନରେ ୧୧ ମାର୍ଚ୍ଚରେ ମତଦାନ ହୋଇଥିଲା। ମତଗଣନା ସକାଳ ଆଠ ଘଣ୍ଟା ସମୟରେ ଆରମ୍ଭ ହୋଇଛି। ବିହାରର ଅରରିୟା ଲୋକସଭା ଉପନିର୍ବାଚନରେ ବିଜେପିର ପ୍ରଦୀପ କୁମାର ଏଥର ପୁଣି ନିର୍ବାଚନ ଲଡ଼ୁଛନ୍ତି। ସେ ପୂର୍ବରୁ ମଧ୍ୟ ଦୁଇଥର ଏହି କ୍ଷେତ୍ରର ସାଂସଦ ଥିଲେ। ଆରଜେଡି ତରଫରୁ ଦିବଂଗତ ସାଂସଦ ତସ୍ଲୀମୁଦ୍ଦୀନଙ୍କର ପୁଅ ସରଫରାଜ ଆଲମ ନିର୍ବାଚନ ଲଢ଼ୁଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟର ଗଠବନ୍ଧନ ସରକାରରେ ଜେଡିୟୁ ସାଥିରେ ସାମିଲ ବିଜେପିର ପ୍ରାର୍ଥୀଙ୍କୁ ଜିତାଇବା ତାଙ୍କ ପାଇଁ ସମ୍ମାନର ବିଷୟ। ଅରରିୟାରେ ସର୍ବମୋଟ ସାତ ଜଣ ପ୍ରର୍ଥୀ ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।

ବିହାରର ଜହାନାବାଦ ବିଧାନସଭା ଉପନିର୍ବାଚନରେ ସର୍ବମୋଟ 12 ଜଣ ପ୍ରାର୍ଥୀ ନିର୍ବାଚନ ରଣଭୂମିରେ ନିଜନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ଏଠାରେ ଆରଜେଡିର ଦିବଂଗତ ବିଧାୟକ ମୁନ୍ଦ୍ରିକା ସିଂହ ଯାଦବଙ୍କର ପୁଅ କୁମାର କୃଷ୍ଣ ମୋହନ ଉର୍ଫ ସୁଦୟ ଯାଦବ ଏବଂ ରାଜତ୍ୱ କରୁଥିବା ପାର୍ଟୀ ଜେଡିୟୁର ଅଭିରାମ ଶର୍ମା ନିର୍ବାଚନ ଲଢ଼ୁଛନ୍ତି। ଭଭୁଆ ବିଧାନସଭା କ୍ଷେତ୍ରରେ ସର୍ବମୋଟ 17 ଜଣ ପ୍ରର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ବିଜେପି ନିଜର ଦିବଂଗତ ବିଧାୟକ ଆନନ୍ଦ ଭୂଷଣ ପାଣ୍ଡେୟଙ୍କର ପତ୍ନୀ ରିଙ୍କୀ ରାଣୀ ପାଣ୍ଡେୟଙ୍କୁ ଏବଂ କଂଗ୍ରେସ ଶମ୍ଭୁ ପଟେଲଙ୍କୁ ନିଜର ପ୍ରାର୍ଥୀ କରିଛି।

କାହାକୁ କେତେ ଭୋଟ:
ବିହାର ନିର୍ବାଚନ ଫଳାଫଳ 2018: ଅରରିୟା, ଜହାନାବାଦ ଏବଂ ଭଭୁଆ ଉପନିର୍ବାଚନର ତାଜା ଅପଡେଟ୍ସ …

11:20 am (IST)

ବିହାର ଉପନିର୍ବାଚନ : ଦ୍ୱିତୀୟ ରାଉଣ୍ଡର କାଉଂଟିଂ ପରେ ଅରରିୟାରେ ବିଜେପିର ପ୍ରାର୍ଥୀ ପ୍ରଦୀପ ସିଂହ 4,866 ଭାଟରେ ଆଗେରେ। ବିଜେପିକୁ 40,567 ଏବଂ RJD ପ୍ରାର୍ଥୀ ସରଫରାଜ ଆଲମଙ୍କୁ 35,701 ଭୋଟ ମିଳିଛି

11:14 am (IST)

ବିହାର ଉପନିର୍ବାଚନ : ଭଭୁଆରେ  ବିଜେପିର ପାର୍ଥୀ ରିଙ୍କୀ ରାଣୀ ପାଂଡେୟ 3253 ଭୋଟରେ ଆଗରେ

11:08 am (IST)
ବିହାର ଉପନିର୍ବାଚନ : ଦଶମ ରାଉଣ୍ଡର କାଉଣ୍ଟିଂର ପରେ ଜହାନାବାଦ ସିଟରେ RJD ପ୍ରୀର୍ଥୀ କୁମାର କୃଷ୍ଣ ମୋହନ ଓରଫ ସୁଦୟ ୟାଦବ ପ୍ରାୟତଃ 15,000 ଭୋଟରେ ଆଗରେ

11:01 am (IST)
ବିହାର ନିର୍ବାଚନ ଫଳାଫଳ: ଭୋଟରେ ବଦଳୁଛି ଭୋଟର୍ସଙ୍କର ‘ସିମ୍ପାଥି’, ଭଭୁଆରେ ରିଙ୍କୀ ଆଗରେ

10:57 am (IST)
ବିହାର ଉପନିର୍ବାଚନ : ଜହାନାବାଦ ସିଟରେ JDU ର ପ୍ରୀର୍ଥୀ ଅଭିରାମ ଶର୍ମା ମତଦାନ କେନ୍ଦ୍ର ଛାଡ଼ି ଗଲେ। ସେ କହିଲେ କି ଯଦି RJD ପ୍ରୀର୍ଥୀ ଙ୍କର ବିଜୟ ହୁଏ ତେବେ ଏହା ବିନାଶର ବିଜୟହେବ।

10:55 am (IST)
ବିହାର ଉପନିର୍ବାଚନ : ଅରରିୟା ଲୋକସଭା ସିଟରେ ବିଜେପିର ପ୍ରୀର୍ଥୀ ପ୍ରଦୀପ ସିଂହ 4483 ଭୋଟରେ ଆଗରେ। ପୂର୍ବ ରାଉଣ୍ଡରେ ବିଜେପି କୁ 22,218 ଏବଂ RJD କୁ 17,735 ମିଳିଛି .

10:32 am (IST)
ବିହାର ଉପନିର୍ବାଚନ : ଅରରିୟା ଲୋକସଭା ସିଟରେ ବିଜେପି ର ପ୍ରଦୀପ ସିଂହ, ଭଭୁଆ ବିଧାନସଭା ସିଟରେ ରିଙ୍କୀ ରାଣୀ ପାଣ୍ଡେୟ ଏବଂ ଜହାନାବାଦ ସିଟରେ RJD ର ପ୍ରୀର୍ଥୀ ସୁଦୟ ୟାଦବ ଆଗରେ

10:15 am (IST)
ବିହାର ଉପନିର୍ବାଚନ : ଭଭୁଆ ବିଧାନସଭା ସିଟରେ ଚତୁର୍ଥ ରାଉଣ୍ଡଙ୍କର କାଉଣ୍ଟିଂ ପରେ ବିଜେପିର ରିଙ୍କୀ ରାଣୀ ପାଣ୍ଡେୟ 2793 ଭୋଟରେ ଆଗରେ

9:56 am (IST)
ବିହାର ଉପନିର୍ବାଚନ : ଅରରିୟା ଲୋକସଭା ସିଟରେ ବିଜେପି ର ପ୍ରୀର୍ଥୀ ପ୍ରଦୀପ ସିଂହ 2321 ଭୋଟରେ ଆଗରେ

9:52 am (IST)
ବିହାର ଉପନିର୍ବାଚନ : ଜହାନାବାଦ ରେ ଦ୍ୱିତୀୟ ରାଉଣ୍ଡର କାଉଣ୍ଟିଂ ପରେ JDU ର ଅଭିରାମ ଶର୍ମା 21 ଭୋଟରେ ଆଗରେ

9:48 am (IST)
ବିହାର ଉପନିର୍ବାଚନ : ଅରରିୟା ଲୋକସଭା ସିଟ ବର୍ତ୍ତମାନ ବାଲାଟ ପେପରର କାଉଣ୍ଟିଂ ଜାରୀ, ପ୍ରାରମ୍ଭ ଗଣତିରେ RJD ର ସରଫରାଜ ଆଲମ ଆଗରେ

9:43 am (IST)
ବିହାର ଉପନିର୍ବାଚନ : ଭଭୁଆରେ ବିଜେପି ପ୍ରୀର୍ଥୀ ରିଙ୍କୀ ରାଣୀ ପାଣ୍ଡେୟ 2225 ଭୋଟ ରେ ଆଗରେ

9:41 am (IST)
ଜହାନାବାଦ ବିଧାନସଭା ସିଟରେ RJD ପ୍ରୀର୍ଥୀ କୁମାର କୃଷ୍ଣ ମୋହନ ଓରଫ ସୁଦୟ ୟାଦବ 1341 ଭୋଟରେ ଆଗରେ

9:38 am (IST)
ଭଭୁଆ ବିଧାନସଭା ସିଟରେ ବିଜେପିର ପ୍ରୀର୍ଥୀ ରିଙ୍କୀ ରାଣୀ ପାଣ୍ଡେୟ ଆଗରେ

9:26 am (IST)
ଭଭୁଆ ବିଧାନସଭା ସିଟରେ ବିଜେପିର ରିଙ୍କୀ ରାଣୀ ପାଣ୍ଡେୟ 1200 ଭୋଟରେ ଆଗରେ

8:33 am (IST)
ବିହାର ଉପନିର୍ବାଚନ: ଭଭୁଆରେ ବିଜେପି ପ୍ରୀର୍ଥୀ ରିଙ୍କୀ ରାଣୀ ପାଣ୍ଡେୟ ଏବଂ ଜହାନାବାଦ ରେ RJD ପ୍ରୀର୍ଥୀ ସୁଦୟ ୟାଦବ ଆଗରେ

8:28 am (IST)
ଅରରିୟା ରେ RJD ପ୍ରୀର୍ଥୀ ସରଫରାଜ ଆଲମ ଆଗରେ

8:01 am (IST)
ବିହାର ଉପନିର୍ବାଚନ ପାଇଁ କାଉଣ୍ଟିଂ ପ୍ରକ୍ରିଯା ଆରମ୍ଭ

Leave a Reply

Your email address will not be published. Required fields are marked *