ଓଡ଼ିଶା

ବିହନ ନିଗମ ଟ୍ରକ ଓ ତେଲ ଟ୍ୟାଙ୍କର ଦୁର୍ଘଟଣା ମୃତ ଠିକା କର୍ମଚାରୀଙ୍କୁ କ୍ଷତି ପୂରଣ ମିଳିବା ପ୍ରଶ୍ନବାଚୀ

ବେତନଟୀ, ମୟୁରଭଞ୍ଜ ୮-୭ (ଓଡିଆ ପୁଅ/ମନୋଜ କୁମାର ମହାନ୍ତ) ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆଠାରେ ଶୁକ୍ରବାର ସଂନ୍ଧ୍ୟାରେ ଏକ ସଡକ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭରର ମୃତ୍ୟୁ ଘଟିଛି। ବାଲେଶ୍ୱରରୁ ବାରିପଦା ଅଭିମୁଖେ ଆସୁଥିବା OR-09-D-8355 ଟ୍ୟାଙ୍କର ଓ ବାରିପଦାରୁ ବିହନ ଖାଲି କରି ଭୁବନେଶ୍ୱର ଫେରୁଥିବା ଓଡିଶା ରାଜ୍ୟ ବିହନ ନିଗମ ଲିଃର OR-02-AY-3182 ଟ୍ରକ ମୁଁହାମୁହିଁ ଧକ୍କା ହୋଇଛି। କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ବଡଗାଁ ଗ୍ରାମର ନବୀନ କୁମାର ସ୍ୱାଇଁଙ୍କ ପୁତ୍ର ସୁଶାନ୍ତ ସ୍ୱାଇଁ (୪୨) ଗାଡି ମଧ୍ୟରେ ଚାପି ହୋଇ ରହିଥିଲେ। ଖବର ପାଇ ବୈଶିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସୁଶାନ୍ତଙ୍କୁ ମୃତ ଅବସ୍ଥାରେ ଜେସିବି ଦ୍ୱାରା ଉଦ୍ଧାର କରିଛି। ଟ୍ୟାଙ୍କର ଡ୍ରାଇଭର ସଞ୍ଜିବ ନାୟକ ଓ ଖୋଲାସି ଶ୍ରୀନାଥ ଦେହୁରୀ ମଧ୍ୟ ଗୁରୁତର ଥିବା ଜଣାପଡିଛି।

ମୃତ ସୁଶାନ୍ତ ୨୦୦୯ ମସିହାରୁ ଓଡିଶା ରାଜ୍ୟ ବିହନ ନିଗମ ଲିଃରେ ଡ୍ରାଇଭର ଭାବରେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କର ନିୟମିତ ହୋଇ ନଥିବା ଜଣାପଡିଛି। ଓଡିଶାର ସମସ୍ତ ବିଭାଗରେ ଥିବା ଠିକା କର୍ମଚାରୀ ମାନଙ୍କୁ ନିୟମିତ କରିବା ବାବଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ନିଯୁକ୍ତି-୨୦୧୩” ଘୋଷଣା କରିଥିଲେ। କିନ୍ତୁ, କୃଷି ବିଭାଗ ଅଧିନରେ ଥିବା ଓଡିଶା ରାଜ୍ୟ ବିହନ ନିଗମ ଲିଃରେ ଏହାକୁ କାର୍ଯ୍ୟକାରି ନକରି ଠିକା କର୍ମଚାରୀ ମାନଙ୍କୁ ଦୀର୍ଘ ଦଶ (୧୦)ବର୍ଷ ଧରି କମ୍ ବେତନରେ କାର୍ଯ୍ୟ ହାସଲ କରାଯାଉ ଥିବାରୁ କ୍ଷତି ପୂରଣ ପାଇବା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବର୍ତ୍ତମାନ ସୁଦ୍ଧା ନିଗମ ତଥା ପ୍ରଶାସନ ତରଫରୁ କୌଣସି କ୍ଷତି ପୂରଣ ଘୋଷଣା କରାଯାଇ ନାହିଁ। ଦେଖିବାକୁ ବାକି ରହିଲା କେବେ ଶୋକାକୁଳ ପରିବାରକୁ ସ୍ୱାନ୍ତନା ମିଳୁଛି ନା ହତାଦର କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top