ବିସ୍ଫୋରଣରେ ଯୁବକ ଗୁରୁତର

କୋରାପୁଟ ; ତା୦୨-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ରାମଗିରି-ଦଣ୍ଡାବାଡି ରାସ୍ତାରେ ଏକ ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ରାମଗିରି ଗ୍ରାମର ଧନଂଜୟ ପ୍ରଧାନଙ୍କ ପୁଅ ଗୁପ୍ତ ପ୍ରସାଦ ପ୍ରଧାନ(୩୫) ବୁଧବାର ଅପରାହ୍ନରେ ଏକ ମୋଟର ସାଇକେଲରେ ଦଣ୍ଡାବାଡି ଯାଉଥିବାବେଳେ ଖଣ୍ଡକିଗୁଡା ଗ୍ରାମ ନିକଟରେ ରାସ୍ତା ଉପରେ ଦୁଇଟି ବ୍ୟାଗ୍ ପଡିଥିବା ଦେଖିବାକୁ ପାଇଥିଲେ। ବ୍ୟାଗ୍ ଦୁଇଟି ଉଠାଇ ସେ ଗୋଟିଏ ବ୍ୟାଗ୍ ଖୋଲିବା ମାତ୍ରେ ତାହା ବିସ୍ଫୋରଣ ହୋଇଥିଲା। ଫଳରେ ଗୁପ୍ତ ଗୁରୁତର ଆହତ ହୋଇଥିଲେ। ଅନ୍ୟ ବ୍ୟାଗକୁ ଗୁରୁତର ଆହତ ଗୁପ୍ତ ଦୂରକୁ ଫୋପାଡି ଦେବାରୁ ତାହା ମଧ୍ୟ ବିସ୍ଫୋରଣ ହୋଇ ଥିଲା। ଆହତ ଯୁବକ ଗୁପ୍ତ ପ୍ରଧାନଙ୍କୁ ପ୍ରଥମେ ବୈପାରିଗୁଡା ହସ୍ପିଟାଲରେ ଚିକିତ୍ସା କରିବା ପରେ ଜୟପୁର ସ୍ଥାନାନ୍ତର କରା ଯାଇଛି। ବିସ୍ଫୋରଣ ସ୍ଥଳ ଦଣ୍ଡାବାଡି ବିଏସଏଫ କ୍ୟାମ୍ପରୁ ପ୍ରାୟ ୨କିଲୋମିଟର ହୋଇଥିବାବେଳେ ରାମଗିରି କ୍ୟାମ୍ପରୁ ପ୍ରାୟ ୪କିଲୋମିଟର ଦୂରତା ତେଣୁ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ରାସ୍ତା ଉପରେ ବ୍ୟାଗ୍ ପକାଇଥିବା ସନ୍ଦେହ କରା ଯାଉଛି।

Leave a Reply

Your email address will not be published. Required fields are marked *