ଜିଲ୍ଲା ପରିକ୍ରମା

ବିସ୍ଥାପିତ ଙ୍କ ସମସ୍ୟା

ଖଡିଆଳ/ନୂଆପଡା-୦୭.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପ ବିସ୍ଥାପିତ କାଳିମାଟି ଗାଁ ଲୋକେ ଡ୍ୟାମ ଗର୍ଭରେ କାଳିମାଟି ଗାଁ ଲୋକଙ୍କ ଘରଦ୍ୱାର ଜମିବାଡି ବିହିନ ହୋଇଯାଇଛନ୍ତି। ଏବେ ବାସହରାହୋଇ ଦୁର୍ବିଷ ଜୀବନ ବିତାଉଥିବା ଦେଖାଦେଇଛି। ସରକାର ଏ ମାନଙ୍କୁ ଉପଯୁ୍କ୍ତ ଥଇଥାନ କରିପାରନଥିବା ଅଭିଯୋଗ କରିଛନ୍ତି ସ୍ଥାନିୟ ଲୋକେ। ସରକାର ଦେଇଥିବା ପୁନରବାସ ଓ ଥଇଥାନ ସହାୟତାକୁ ଦଳାଳ ଅଧିକାରୀ ହରିଲୁଟ କରି ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି। ଯାହାକିଛି ଅର୍ଥପାଇଲେ ସମୁଦ୍ରକୁ ଶଂଙ୍ଖେପାଣି ସଦୃଶ୍ୟ। ଯାହାଫଳରେ ଅନ୍ୟତ୍ର ବିସ୍ଥାପିତ ହୋଇପାରିଲେନାହିଁ। ଏବେ ଏହି ଗାଁ ଲୋକମାନେ ଅର୍ଥଅଭାବରୁ କୁଆଡେ ଯାଇନପାରି ବିପଦ ସଂଙ୍କେତଥିବା ଡ୍ୟାମ୍ ଉପରିମୁଣ୍ଡରେ ମାଟିଛପର ଗୃହ ନିର୍ମାଣ କରି ରହିବାକୁ ଜିତ୍ ଧରିଛନ୍ତି। ହେଲେ ଏଠାରେ ଗୃହ ନିର୍ମାଣକରି ରହିବା ସଂପୂର୍ଣ୍ଣ ବିପଦ କେଉଁମୁହୁର୍ତ୍ତରେ ପାଣିମାଡିଆସି ଧନଜୀବନ ଭସାଇ ନେଇଯିବ ତାହା କହିହେବ ନାହିଁ। ଅପରପକ୍ଷେ ଡ୍ୟାମ୍ ରେ ଭାସିଯିବେ ସିନା ଭିଟାମାଟି ଛାଡିବେନାହିଁ ବୋଲି ଜିତ୍ ଧରିଛନ୍ତି ବିସ୍ଥାପିତ ଲୋକେ। ମୁରୁଡିରୁ ରକ୍ଷାପାଇବା ସହ ଚାଷିଙ୍କ ଚାଷ ଜମିକୁ ପାଣି ଯୋଗାଇଦେବା ଉଦେଶ୍ୟରେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ନୂଆପଡ ଜିଲ୍ଲ ଠାରେ ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପ ଶୁଭ ଦେଇଥିଲେ। ୨୧୧ କେଟି ଅଟକଳରେ ପ୍ରକଳ୍ପ ଆରମ୍ଭ ହୋଇ ବର୍ତ୍ତମାନ ୧୬ ହଜାର ୯୮ କେଟି କୁ ପହଞ୍ଚିଛି। ପ୍ରକଳ୍ପ ରେ ୧୦ ଗୋଟି ଗାଁ ସଂପୂର୍ଣ୍ଣ ବୁଡି ହୋଇଥିବା ବେଳେ, ୨୧ ଗେଟି ଗାଁ ଆଂଶିକ ବୁଡିହୋଇଛି। ସେହିଭଳି ବଲାଙ୍ଗିର ଜିଲ୍ଲାର ୧୮ ହଜରା ହେକ୍ଟର ଏବଂ ନୂଆପଡା ଜିଲ୍ଲାର ୧୨ ହଜାର ହେକ୍ଟର ସମୁଦାୟ ୩୦ ହଜାର ହେକ୍ଟର ଚାଷଜମିରେ ଜଳସେଚନକରି ଚାଷି ମୁହଁରେ ସହ ଫୁଟାଇ ବା ଲକ୍ଷରହିଛି। ଏତେବଡ ଖର୍ଚ୍ଚବହୁଳ ପ୍ରକଳ୍ପ କରି ସରକାର ଖୁସିହୋଉଥିବା ବେଳେ,  ବିସ୍ଥାପିତ ଙ୍କ ଆଖିରୁ ଲୁହ ସୁଖିନାହିଁ।୨୦୦୦ ମସିହାରୁ ଅଦ୍ୟାବଧି ୧୮ ବର୍ଷ ହେଳା ବିସ୍ଥାପିତ ଆଖିରୁ ଲୁହ ଝରୁଛି। ୧୦୦୦ ରୁ ଉର୍ଦ୍ଧ ବିସ୍ଥାପିତ ଥଇଥାମନ ସହାୟତା ପାଇବାପାଇଁ କୋଟ୭ର ଦ୍ୱାରସ୍ତ ହୋଇଛନ୍ତି। ଏହି ଲୋକମାନଙ୍କୁ ଆଜି କାଲି ସହାୟତ ଦିଆଯିବ ବୋଲି ଦିନ ଗଡାଇ ନେଉଛନ୍ତି ଅଧିକାରୀମାନେ। ଶେଷରେ ଘରଦ୍ୱାର ଗାଁ ମାଟି ଛାଡି ଡ୍ୟାମ୍ ଉପରିମୁଣ୍ଡରେ ଘର ତିଆରିକରି ରହିବାକୁ ଜିଦ ଧରିଛନ୍ତି। ଅପରପକ୍ଷେ ନିୟମଅନୁଶାରେ ସମସ୍ତ ଙ୍କ ପୂନର୍ବାସ ଥଇଥାନ କରାଯାଇଛି ବୋଲି ପ୍ରକଳ୍ପ ଚିଫ ଇଞ୍ଜିନିୟର ପ୍ରକାଶ କରିଛନ୍ତି। ଡ୍ୟାମ୍ ଭିତରେ ବଳପୂର୍ବକ ଗୃହନିର୍ମାଣ କରୁଥିବା ବିସ୍ଥାପିତ ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଳି ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top