ଓଡ଼ିଶା

ବିଷ ପିଇ ଜୀବନ ହାରିଦେଲେ ଚାଷୀ, ଋଣ ବୋଝ ମୁଖ୍ୟ କାରଣ

ବଲାଙ୍ଗୀର ୭-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ସବ ଡିଭିଜନାଲ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବାହାଦୂର ରଣା ନାମକ ଜଣେ ବ୍ୟକ୍ତିଙ୍କ ବିଷ କ୍ରିୟା ଯୋଗୁଁ ଶୋଚନୀୟ ମୃତୁ ଘଟିଛି। ପ୍ରକାଶ ଯେ, ମାରଲଡ଼ ଗ୍ରାମପାୟତରେ ନିକଟସ୍ଥ ମଧିଗୁଡା ଗ୍ରାମର ବାହାଦୂର ରଣା ତାଙ୍କ ଚାରି ଏକର ଜମିରେ କପା ଚାଷ କରିଥିଲେ ଓ ପ୍ରାୟ ତିନି ଲକ୍ଷ ଟଙ୍କାର କରଜ କରିଥିଲେ। ତେବେ ଫସଲ ଠିକ ନ ହେବା ଓ ଋଣ ପରିଶୋଧ ପାଇଁ ସେ ମାନସିକ ଚାପରେ ଥିଲେ। ଗତ କାଲି ସେ ସେ ଘରେ ଥିବା କୀଟନାଶକ ପିଇ ଗୁରୁତର ହୋଇଯାଇଥିବା ପରିବାର ଲୋକ ଦେଖି ତୁରନ୍ତ ଟିଟିଲାଗଡ ଡାକ୍ତରଖାନା ଆଣି ପ୍ରାରମ୍ଭିକ ଚିକିତ୍ସା କରାଯାଇଥିଲା। ହେଲେ ସେ ରବିବାରଦିନ ମୃତ୍ୟୁ ବରଣ କରିଥିଲେ। ତାଙ୍କ ଶବକୁ ପୋଲିସ ଏକ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ଏହି ଗ୍ରାମର ଅନେକ ଚାଷୀ ପରିବାର କପା ପୋକ ଲବିବା ନେଇ ଫସଲ ନଷ୍ଟ ହେବା ଅଭିଯୋଗ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top