ଓଡ଼ିଶା

ବିଷ ପିଇ ଜୀବନ ହରିଦେଲେ ଚାଷୀ, ଋଣ ବୋଝ ମୁଖ୍ୟ କାରଣ

ବଲାଙ୍ଗୀର ୬-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ), ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ସବ ଡିଭିଜ ନାଲ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବାହାଦୂର ରଣା ନାମକ ଜଣେ ବ୍ୟକ୍ତି ଙ୍କ ବିଷ କ୍ରିୟା ଯୋଗୁଁ ଵୋଚନୀୟ ମୃତୁ ଘଟିଛି।ପ୍ରକାଶ ଯେ ମାରଲଡ଼ ଗ୍ରାମପାୟତରେ ନିକଟସ୍ଥ ମଧିଗୁଡା ଗ୍ରାମ ର ବାହାଦୂର ରଣା ତାଙ୍କ ଚାରି ଏକଡ଼ ଜମି ରେ କପା ଚାଷ କରିଥିଲେ ଓ ପ୍ରାୟ ତିନି ଲକ୍ଷ ଟଙ୍କାର କରଜ କରିଥିଲେ।ତେବେ ଫସଲ ଠିକ ନ ହେବା ଓ ଋଣ ପରିଶୋଧ ପାଇଁ ସେ ମାନସିକ ଚାପ ରେ ଥିଲେ।ଗତ କାଲି ସେ ସେ ଘରେ ଥିବା କୀଟନାଶକ ପିଇ ଗୁରୁତର ହୋଇଯାଇଥିବା ପରିବାର ଲୋକ ଦେଖି ତୁରନ୍ତ ଟିଟିଲାଗଡ ଡାକ୍ତରଖାନା ଆଣି ପ୍ରାରମ୍ଭିକ ଚିକିତ୍ସା କରାଯାଇଥିଲା।ହେଲେ ସେ ଆଜି ମୃତ୍ୟୁ ବରଣ କରିଥିଲେ।ତାଙ୍କ ସବ କୁ ପୋଲିସ ଏକ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛନ୍ତି।ସେହିପରି ଏହି ଗ୍ରାମ ର ଅନେକ ଚାଷୀ ପରିବାର କପା ପୋକ ଲବିବା ନେଇ ଫସଲ ନଷ୍ଟ ହେବା ଅଭିଯୋଗ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top