ବିଷ ପାନ କରି ଯୁବକ ମୃତ

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସାମାନ୍ୟ ମସ୍ତିଷ୍କ ବିକୃତ ଥିବା ଜଣେ ଯୁବକର ମୃତଦେହକୁ ଆଜି ତାର ପରିବାର ଲୋକେ ଏକ ବିଲ ମଧ୍ୟରୁ ଉଦ୍ଧାର କରିଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଚେଙ୍ଗଗଡିଆ ଗ୍ରାମନିବାସୀ ବିଷ୍ଣୁମୋହନ ଖୁଣ୍ଟିଆଙ୍କ ପୁତ୍ର ବାବା ଦୁଖିରାମ (୨୨) ର ସାମାନ୍ୟ ମୁଣ୍ଡ ଦୋଷ ରହିଥିଲା। ଆଜି ସକାଳୁ ତାର ମୃତଦେହକୁ ଘରପାଖ ଏକ ବିଲ ମଧ୍ୟରେ ସ୍ଥାନୀୟ ଗ୍ରାମବାସୀ ଦେଖି ଖବର ଦେଇଥିଲେ। ପରିବାର ଲୋକେ ସେଠାରେ ପହଞ୍ଚି ଦୁଃଖିରାମ ବିଷ ପାନ କରିଥିବାର ଅନୁମାନ କରିଥିଲେ। ଏହି ଘଟଣାରେ ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପରେ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *