ବିଷ ଖାଇ ଯୁବକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୨ା୧୦(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୋପି ଶବର(୧୯)ଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ପଡୋଶି ରାୟଗଡା ଜିଲାର ଗୁଣୁପୁର ସହର ନିକଟବର୍ତ୍ତୀ ପୁଜାରିଗୁଡା ଗ୍ରାମର କିଶିରି ଶବରଙ୍କ ପୁଅ। ସେ କୌଣସି କାରଣରୁ ବିଷ ପାନ କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁତ୍ତଭର୍ତ୍ତି ହୋଇଥିଲା। ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ପରେ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟଠାରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ଏସମ୍ପର୍କରେ ପାରଳାଖେମୁଣ୍ଡି ଥାନାରେ ୨୫/୧୭ନଂ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ  ମାମଲାର ଅନୁସନ୍ଧାନ ଜାରି ରହିଥିବା ଏ.ଏସ.ଆଇ ପି.କେ. ତାରିଣି କହିଛନ୍ତି।

Leave a Reply

Your email address will not be published. Required fields are marked *