ଅନୁଗୁଳ

ତାଳଚେରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜୁଳି ବିଲ୍ ବାବଦରେ ଯୁବକଙ୍କ ପ୍ରଶ୍ନବାଣ

ତାଳଚେର, ୨୪-୧୦ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବୁଧବାର ଅପରାହ୍ନରେ ତାଳଚେର ଗସ୍ତରେ ଆସିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଶୋଭଯାତ୍ରାରେ ନିଆଯାଉଥିବା ବେଳେ କେତେକ ଯୁବକ ସମ୍ବର୍ଦ୍ଧନା ଦେବାବେଳେ ବିଭିନ୍ନ ପ୍ରକାଶ ପ୍ରଶ୍ନ ପଚାରିଥିଲେ। ଯାହାକୁ ନେଇ ଶ୍ରୀଯୁକ୍ତ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି। ବୁଧବାର ଅପରାହ୍ନରେ ତାଳଚେର କିଶୋର କ୍ଲବର ୫୩ତମ ଦଶହରା କ୍ରୀଡା ଓ ସାଂସ୍କୃତିକ ଉତ୍ସବରେ ଯୋଗଦେବା ପାଇଁ ଶ୍ରୀଯୁକ୍ତ ପଣ୍ଡା ତାଳଚେର ରାଜାସାହେବଙ୍କ ନିମନ୍ତ୍ରଣ ରକ୍ଷା କରି ଆସିଥିଲେ। ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ସ୍ଥାନୀୟ ବାଇପାସ୍ ଛକଠାରୁ ବାହାରି ତାଳଚେର ଫାଷ୍ଟଗେଟ୍ ଦେଇ ଆସୁଥିବା ବେଳେ ସେଠାରେ ପୂର୍ବରୁ ଅପେକ୍ଷା କରିଥିବା କେତେକ ଯୁବକ ଶ୍ରୀ ପଣ୍ଡାଙ୍କୁ ଫୁଲତୋଡ ଦେବା ସହିତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ସେମାନେ କହିଥିଲେ ଯେ, ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି କି? ଓଡ଼ିଶା ସରକାରଙ୍କ ପକ୍ଷରୁ ତାଙ୍କର ବିଜୁଳି ବିଲ୍ ବାବଦକୁ ୮୦୦ କୋଟି ଟଙ୍କା ପଇଠ କରୁନାହାନ୍ତି କାହିଁକି ? ସେହି ୮୦୦ କୋଟି ଟଙ୍କା ଖାଇଛନ୍ତି କି। କେବେ ଏହା ପଇଠ କରିବେ ? ଏହିପରି ବିଭିନ୍ନ ପ୍ରଶ୍ନ କେତେକ ଯୁବକ ତାଙ୍କୁ ପଚାରିଥିଲେ। ବାଟରେ ଅଟକାଇ ସମ୍ବର୍ଦ୍ଧନା ଦେବାପରେ ଏପରି ପ୍ରଶ୍ନ କରିବା ଏକ ହାସ୍ୟାସ୍ପଦ କଥା ବୋଲି ଶ୍ରୀ ପଣ୍ଡା କିଶୋର କ୍ଲବଠାରେ ଅଭିଭାଷଣ ବେଳେ କହିଥିଲେ। ସେଠାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ରାଜ୍ୟ ସରକାର ବିଜୁ ଗୁଣ୍ଡାବାହିନୀ କରି ବିଜୁ ବାବୁଙ୍କ ନାମକୁ ଅପମାନ କରୁଛନ୍ତି ଏବଂ ସରକାରୀ ଟଙ୍କାକୁ ଅପବ୍ୟବହାର କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଆଗାମୀ ଦିନରେ ସ୍ୱାଭିମାନ ତାଳଚେରବାସୀ ଏହାର ଦୃଢ଼ ଜବାବ ଦିଅନ୍ତୁ ବୋଲି ସେ ଆହ୍ୱାନ କରିଥିଲେ। ତାଙ୍କର କୈାଣସି ବିଦ୍ୟୁତ ବିଲ ବାକି ନାହିଁ ବୋଲି ସେ ଦୃଢ଼ ଭାବେ କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top