ଓଡ଼ିଶା

ବିଷାକ୍ତ ଫଳ ଖାଇ ୧୩ ଛାତ୍ରଛାତ୍ରୀ ଗୁରୁତର, ୨ ଛାତ୍ରଛାତ୍ରୀ ଅସୁସ୍ଥ

ହରିଚନ୍ଦନପୁର, ତା ୫ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ସିଂହବିଲା ନିକଟସ୍ଥ ଦେଉଳହୁଡି ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଦିନ ବିଷାକ୍ତ ଫଳ ଖାଇ ୧୩ଜଣ ଛାତ୍ର ଛାତ୍ରୀ ଗୁରୁତର ଥିବା ସହ ୨ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଥିବାର ଜଣାପଡିଛି। ଖବର ଅନୁଯାୟୀ ବୁଧବାର ଦିନ ୧୦ଘଟିକା ସମୟରେ ଦେଉଳହୁଡି ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀର ଚମ୍ପା ମୁଣ୍ଡା, ବିରଞ୍ଜି ମୁଣ୍ଡା, ୪ର୍ଥ ଶ୍ରେଣୀର କଦମା ମୁଣ୍ଡା, ମନୋଜ ମୁଣ୍ଡା, ୩ୟ ଶ୍ରେଣୀର ଶିବ ମୁଣ୍ଡା, ଲକ୍ଷ୍ମୀପ୍ରିୟା ମୁଣ୍ଡା, ଅବିନାଶ ମୁଣ୍ଡା, ମାଳତୀ ମୁଣ୍ଡା, ୨ୟ ଶ୍ରେଣୀର ସରସ୍ୱତୀ ମୁଣ୍ଡା, ସୁମିତ୍ରା ମୁଣ୍ଡା, ପ୍ରଥମ ଶ୍ରେଣୀର ସୁଭମ ମୁଣ୍ଡା, ବନିତା ମୁଣ୍ଡା, ଗୁରୁତର ଥିବା ବେଳେ ୨ୟ ଶ୍ରେଣୀର ବନିତା ମୁଣ୍ଡା, ସିମା ମୁଣ୍ଡା ଅସୁସ୍ଥ ଥିବାର ଜଣାପଡିଛି।ଖବର ଅନୁଯାୟୀ ଏହି ଛାତ୍ଦର ଛାତ୍ରୀମାନେ ବୁଧବାର ଦିନ ବିଦ୍ୟାଳୟକୁ ଘରୁ ଆସିବା ପୂର୍ବରୁ ରାସ୍ତାରେ ବିଷାକ୍ତ ଫଳ ଖାଇ ବିଦ୍ୟାଳୟକୁ ଆସିଥିଲେ। ସେଠାରେ ପାଠାୟନ କରୁଥିବା ସମୟରେ ଅଚାନକ୍ ୫ଜଣ ଛାତ୍ରଛାତ୍ରୀ ବାନ୍ତି କରି ଗୁରୁତର ହେଇ ପଡିଥିଲେ। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଦେଖି ସଙ୍ଗେ ସଙ୍ଗେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନମୋହନ ସାହୁ ସିଆରସିସି ତରଣୀ କୁମାର ସାହୁଙ୍କୁ ଫୋନ୍ ଯୋଗେ ଜଣାଇବା ସହ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଆଣି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ବର୍ତମାନ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବାର ସ୍ୱାସ୍ଥ୍ୟ କେନ୍ଦ୍ରର ଉପସ୍ଥିତ ଡାକ୍ତରଙ୍କ ଠାରୁ ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top