ବିଷାକ୍ତ ଛତୁ ଖାଇ ପରବାର ୫ଜଣ ସଦସ୍ୟ ଗୁରୁତର

କେନ୍ଦୁଝର, ତା ୨୦ ଜୁଲାଇ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ଗ୍ରାମ ପଞ୍ଚାୟତର କୋଳିମାଟି ଗ୍ରାମର ବକୁଳ ନାଏକଙ୍କ ପରିବାର ଲୋକମାନେ ବିଷାକ୍ତ ଛତୁ ଖାଇ ଗୁରୁତର ହେଇଛନ୍ତି। ସୂଚନା ଅନୁଯାୟୀ ଗୁରୁବାର ଦିନ ଅପରାହ୍ନ ସମୟରେ ବକୁଳଙ୍କ ପରିବାର ଲୋକ ନିକଟସ୍ଥ ଜଙ୍ଗଲରୁ ଛତୁ ସଂଗ୍ରହ କରି ଆଣିଥିଲେ। ରାତିରେ ଛତୁକୁ ଭାଜି ପରିବାରର ସମସ୍ତ ସଦସ୍ୟ ଖାଇ ଶୋଇଥିଲେ। ଅଚାନକ ବିଳମ୍ବିତ ରାତିରେ ବକଳଙ୍କ ସହ ସ୍ତ୍ରୀ ଦେବକୀ ନାଏକ ଓ ବଡ ପୁଅ ଅନନ୍ତଙ୍କ ସହ ଝିଅ ଶାଦି ଓ ସାନପୁଅ ରାଜେଶଙ୍କର ଝାଡା ବାନ୍ତି ଆରମ୍ଭ ହୋଇଥିଲା, ଫଳରେ ପରିବାରର ସମସ୍ତ ସଦସ୍ୟ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଲେ। ଗ୍ରାମବାସୀ ପରିବାର ଲୋକଙ୍କ ଗୁରୁତର ଅବସ୍ଥା ଦେଖି ବିଳମ୍ବିତ ରାତିରେ ସଙ୍ଗେ ସଙ୍ଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତି କରିଥିବାର ଜଣାପଡିଛି। ବର୍ତ୍ତମାନ ସମସ୍ତ ସଦସ୍ୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *