ବିଷାକ୍ତ ଛତୁ ଖାଇ ଗ୍ରାମର ତେର ଜଣ ଅସୁସ୍ଥ, ୬ ଜଣ ଗୁରୁତର

ଟିଟିଲାଗଡ଼ ୧୦ ଜୁଲାଇ (ଓଡ଼ିଆ ପୁଅ) ବିନେକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିରେକେଲା ଗ୍ରାମର ତେର ଜଣ ବିଷାକ୍ତ ଛତୁ ଖାଇ ଗୁରୁତର ଅସୁସ୍ଥ ହୋଇ ଟିଟିଲାଗଡ ସବଡିଭିଜନାଲ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନାନୁଯାୟୀ ଆଜି ସନ୍ଧ୍ୟା ୬ ଟା ସମୟରେ ଗ୍ରାମ ଲୋକ ଗୁରୁତର ତେର ଜଣଙ୍କୁ ଆଣି ଥିବା ବେଳେ ୬ ଜଣ ଗୁରୁତର ହୋଇ ଭର୍ତି କରିଛନ୍ତି। ସେମାନେ ଆଜି ସିରେକେଲା ଗ୍ରାମ ନିକଟରୁ ଗ୍ରାମର କିଛି ବ୍ୟକ୍ତି ସଂଗ୍ରହ କରି ଅଣାଯାଇଥିବା ଛତୁକୁ ପ୍ରାୟ ଚାରି, ପାଞ୍ଚ ପରିବାର ଭାଗ ବଣ୍ଟା କରି ରାନ୍ଧି ଭୋଜନ କରିଥିଲେ। ଭୋଜନ କରିବା କିଛି ସମୟ ପରେ ଅସୁସ୍ଥତା ଅନୁଭବ କରିବା ସହ ମୁଣ୍ଡ ବୁଲାଇବା ବାନ୍ତି ହେବା ଆଦି ଲକ୍ଷଣ ଦେଖି ଅବସ୍ଥା ଗୁରୁତର ହେବା ଜାଣି ଗ୍ରାମ ଲୋକେ ଡାକ୍ତରଖାନା କୁ ଆଣିଭର୍ତି କରିଥିଲେ। ତେର ଜଣ ଉକ୍ତ ଛତୁ ଖାଇ ଅସୁସ୍ଥ ହୋଇଥିବା ବେଳେ ୬ ଜଣ ଗୁରୁତର ରହିଛନ୍ତି ଓ ଉକ୍ତ ୬ ଜଣ ମଧ୍ୟ ରେ ଦୁଇଟି ଶିଶୁ ରହିଛନ୍ତି। ତେବେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ଡାକ୍ତର ଆବଶ୍ୟକ ହେଲେ ଓ ସ୍ୱାସ୍ଥ୍ୟରେ ଉନ୍ନତି ନ ହେଲେ ଏକ ଘଣ୍ଟା ପରେ ବଲାଙ୍ଗୀର ଜିଲ୍ଲା ମେଡିକାଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତର କରିବେ ବୋଲି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *