ବିଷାକ୍ତ ଖାଦ୍ୟ ଖାଇ ପରିବାରର ୪ଜଣ ଗୁରୁତର, ଜଣେ ମୃତ୍ୟୁ

ହରିଚନ୍ଦନପୁର, ତା୨୪.୦୧ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡପଳାଶପାଳ ଗ୍ରାମ ପଞ୍ଚାୟତର ଓସ୍ତିଆପଶି ଗ୍ରାମର ଲକ୍ଷୀଧର ମହାରଣାଙ୍କ ପରିବାରର ୫ଜଣ ସଦସ୍ୟ ବିଷାକ୍ତ ଖାଦ୍ୟ ଖାଇ ଗୁରୁତର ହେଇଛନ୍ତି।ସୂଚନା ନେବାରୁ ଜଣାପଡିଛି ଯେ ବୁଧବାର ଦିନ ସକାଳ ସମୟରେ ପରିବାର ସଦସ୍ୟ ମାନେ ପଖାଳ ସହ ଶାଗ ଖାଇବା ପରେ ହଠାତ୍ ଗୁରୁତର ହୋଇପଡିଥିଲେ।କୈୗଣସି ଭାବେ ଓସ୍ତିଆପସି ଗ୍ରାମର ଲୋକେ ଏ ଘଟଣା ବାବଦରେ ଜାଣିବା ପରେ ସଙ୍ଗେ ସଙ୍ଗେ ସମସ୍ତ ସଦସ୍ୟକୁ ଆଣି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏବଂ ଚିକିତ୍ସା ଚାଲିଥିବା ସମୟରେ ଗୋଟିଏ ପୁଅର ମୃତ୍ୟୁ ଘଟିଥିଲା। ଅନ୍ୟ ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତରିତ କରାଯାଇଛି। ହରିଚନ୍ଦନପୁର ପୋଲିସ ଘଟଣା ସ୍ଥଳରେ ଯାଇ ତଦନ୍ତ ଚଳାଇଥିବା ସହ ଶବଟିକୁ ଜବତ କରି ବେବଛେଦ ପାଇଁ ପଠାଇଥିବାର ପୋଲିସ ପକ୍ଷରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *