କଟକ

ବିଶ୍ୱ ହିନ୍ଦୁ ପରିଷଦ ର ବନ୍ଧୁ ମିଳନ ଅନୁଷ୍ଠିତ

କଟକ ୨୯/୦୧/୧୮ (ଓଡ଼ିଆ ପୁଅ) ରିଖ କଟକ ମହାନଗର ବିଶ୍ୱ ହିନ୍ଧୁ ପରିଷଦ ଆନୁକୂଲ୍ୟ ରେ ସମସ୍ତ ଜାତି ମୁଖିଆ, ପୂଜା କମିଟି ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ର କର୍ମକର୍ତ୍ତାମାନଙ୍କୁ ନେଇ ଏକ ବନ୍ଧୁ ମିଳନ କଲେଜ ଛକ ସ୍ଥିତ ଯଶୋଦା ସଦନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଭାପତି ଭାଗବତ ସାହୁ ଏହି ପଝରି ବନ୍ଧୁ ମିଳନ ମାଧ୍ୟମ ରେ ହିନ୍ଦୁ ସମାଜ ମଧ୍ୟ ରେ ଥିବା ଭେଦଭାବ କୁ ଭୁଲି ସାମାଜିକ ସମରସତା ସୃଷ୍ଟି ପାଇଁ ନିବେଦନ କରିଥିଲେ। ଉକ୍ତ ବନ୍ଧୁମିଳନ ରେ ୧୯ ଦିଗ ଭାଗ ସଂକୀର୍ତ୍ତନ ମଣ୍ଡଳୀ ର ସର୍ବଧିକାରୀ ଶ୍ରୀ ଯୁକ୍ତ ବିରେନ୍ଦ୍ର କୁମାର ସାହୁ, ୧୬ ଦିଗ ଭାଗ ସର୍ବଧିକାରୀ ରାକେଶ ସାହୁ, ଚଣ୍ଡୀ ରୋଡ ସେଖ୍ ବଜାର ପୂଜା କମିଟି ସଭାପତି ରାଜକିଶୋର ନାୟକ, ହରି ପୁର ଦୋଳ ମୁଣ୍ଡାଇ ସମ୍ପାଦକ ଲିଙ୍ଗରାଜ ହାତୀ, ଦରଘାବଜାର ସଭାପତି ଗୋକୁଳାନ୍ଦ ବେହେରା, ଚୌଧୁରୀ ବଜାର ସମ୍ପାଦକ ଶିବ ଦାସ ପୂର୍ଣ୍ଣ ଚନ୍ଦ୍ର ସିଂହ, ରାଣୀ ହାଟ ବଜାର ସଭାପତି ମନୋଜ ବେହେରା, ୪୨ ମୌଜା ସଭାପତି ଅଶୋକ କର, ଖାନନଗର ପୂଜା କମିଟି ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ, ମାରୱାଡି ସମାଜ ର ସଜ୍ଜନ ଅଗ୍ରୱାଲ, ତେଲୁଗୁ ସମାଜ ର କୌଳଶ ରାଓ, ବଙ୍ଗାଳୀ ସମାଜ ର ସଲିଳ ଘୋଷ, ଦଳିତ ସମାଜ ର ପ୍ରେମାନନ୍ଦ ମୁଖି, ବିଶ୍ୱହିନ୍ଦୁ ପରିଷଦ ର ସିଦ୍ଧାର୍ଥ ସାମନ୍ତରାୟ, ବିସ୍ୱ ରଞ୍ଜନ ଦେବତା, ଶୁକାନ୍ତ ମହାନ୍ତି, ମୃତୁଞ୍ଜୟ ବେହେରା, ଅବିନାଶ ଗୁରୁ ପ୍ରମୁଖ ଯୋଗଦାନ ଦେଇଥିଲେ ଗୌତମ ପରିଡା ଧନ୍ୟବାଦ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top