Home ଜିଲ୍ଲା ପରିକ୍ରମା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବନ୍ୟାଞ୍ଚଳରେ ଗୋ-ଖାଦ୍ୟ ବଣ୍ଟନ

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବନ୍ୟାଞ୍ଚଳରେ ଗୋ-ଖାଦ୍ୟ ବଣ୍ଟନ

109

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲାରେ ହୋଇଥିବା ବନ୍ୟା ଯୋଗୁ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ତିହିଡି, ଚାନ୍ଦବାଲି ବ୍ଲକର ଶତାଧିକ ଗ୍ରାମ ବନ୍ୟା ପାଣି ଘେରରେ ରହିବା କାରଣରୁ ଧନଜୀବନ ସହିତ ପଶୁ ସମ୍ପଦ ବ୍ୟାପକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଚରାବୁଲା କରିବାକୁ ନ ଯାଇ ପାରି ଗୁହାଳ ଘରେ ଅଖିଆ ଅପିଆ ପଶୁ ସମ୍ପଦ ନାହିଁ ନଥିବା କଷ୍ଟରେ ଜୀବନ ବିତାଉ ଥିବାକୁ ଉପଲବ୍ôଧ କରି ଭଦ୍ରକ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଯେଉଁ ଅଞ୍ଚଳରେ ଜିଲ୍ଳା ପ୍ରଶାସନ ପହଞ୍ଚି ନ ପାରିଛି ସେହିଭଳି ବିଭିନ୍ନ ବ୍ଲକର ବନ୍ୟା ପ୍ରଭାବିତ ଗ୍ରାମରେ ଗୋ-ଖାଦ୍ୟ ବଣ୍ଟନ କରାଯାଇଛି । ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ଭେଳା, ସାହାଯ୍ୟରେ ଗୋଖାଦ୍ୟ ନେଇ ବିପନ୍ନ ପରିବାର ନିକଟରେ ପହଞ୍ଚାଇଛି । ପରିଷଦର ଏଭଳି କାର୍ଯ୍ୟକୁ ବହୁ ପ୍ରଶଂସା କରାଯାଇଛି । ଏହି ଗୋ-ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ସହସତ୍‌ସଂଗ ପ୍ରମୁଖ ଗୋବିନ୍ଦ ଚନ୍ଦ୍ର ରାଉତ, ଜିଲ୍ଲା ସଭାପତି ବିଜୟ ସିନ୍‌ହା, ଉପସଭାପତି ରଞ୍ଜନ ସାହୁ, ଯୁଗ୍ମ ସମ୍ପାଦକ ଶ୍ରୀମନ୍ତ ଲେଙ୍କା, ବଜରଂଗ ଦଳର ବାଲେଶ୍ୱର ବିଭାଗ ସଂଯୋଜକ ସ୍ୱାଧୀନ ସୁନ୍ଦର ଦାସ, ଭଦ୍ରକ ନଗର ସଭାପତି ପୁନିଲ କୁମାର ସାମନ୍ତ, ସହସମ୍ପାଦକ ମହେଶ୍ୱର ବେହେରା, ସମାଜସେବୀ ଶଶୀକାନ୍ତ ବିଶ୍ୱାଳ, ଚନ୍ଦନ ଦାସ, ଜୟ ପ୍ରକାଶ ପତି, ଅଜିତ ଭୋଇ, ସନ୍ତୋଷ ନାୟକ, କାହ୍ନା ଖୁଣ୍ଟିଆ, ଦେବାଂଶୁ ରାଉତ, ସତ୍ୟ ପ୍ରଦାନ, ଦୁର୍ଗା ଶଙ୍କର ଜେନା, ଚିରଞ୍ଜିବୀ ନାୟକ ପ୍ରମୁଖ ସାମିଲ ହୋଇଥିଲେ । ହେମନ୍ତ ବୈଶାଖ, ଦୀପକ ବେହେରା, ସମ୍ବିତ ନାୟକ, ତାପଜ ସାହୁ, ଜଗନ୍ନାଥ ମଲ୍ଲିକ, ଗିରିଜା ପଣ୍ଡା, ମୃତ୍ୟୁଞ୍ଜୟ ମହାଳିକ, ଶିବସୁନ୍ଦର ଦାସ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.