ଜିଲ୍ଲା ପରିକ୍ରମା

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ସ୍ୱଚ୍ଛତା ପକ୍ଷ ପାଳନ

ଯାଜପୁର, ୯.୪(ଓଡିଆ ପୁଅ/ମାନସ ରାଉତ): ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ସ୍ୱଚ୍ଛତା ପକ୍ଷ ପାଳନ ଭାରାପ୍ରାପ୍ତ ଚିକିତ୍ସା ଅଧିକାରୀ ତଥା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିମାଇଁ ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଡଚଣା ବ୍ଲକର ସମସ୍ତ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଓ ଆଶା କର୍ମୀ ମାନଙ୍କୁ ନେଇ ଏକ ଉତ୍ତମ ସ୍ୱାସ୍ଥ୍ୟ ଗଢିବା ସହ ପରିବେଶରେ କିପରି ସ୍ୱଚ୍ଛତା ଆଣିପାରିବା ବିଷୟରେ ଆଲୋଚନା କରାଯାଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ଓ ଏହାର ଉପକାରିତା ଉପରେ ଡାକ୍ତର ଶ୍ରୀ ନାୟକ ଆଲୋକପାତ କରିଥିଲେ। ଏହି ପକ୍ଷ ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଗାଁ କଲ୍ୟାଣ ସମିତି ଓ ପୃଷ୍ଟିକର ଦିବସରେ ପାଳନ କରାଯିବ ବୋଲି ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମନୋରମା ସ୍ୱାଇଁ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top