Home ଜିଲ୍ଲା ପରିକ୍ରମା ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ

277

ନୟାଗଡ଼, ତା.୦୧.୦୮.୧୮ (ଓଡ଼ିଆ ପୁଅ) – ବିଶ୍ୱ ସ୍ତନ୍ୟପାନ ସପ୍ତାହ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ପୂର୍ବାହ୍ନ ୧୧ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସପ୍ତାହ ଅଗଷ୍ଟ ୧ ତାରିଖ ରୁ ୮ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଉକ୍ତ ବୈଠକରେ ଜିଲ୍ଲାପାଳ ଡ. ଏନ. ତିରୁମାଲା ନାୟକ ଯୋଗଦେଇ ସ୍ତନ୍ୟପାନର ଆବଶ୍ୟକତା ସଂପର୍କରେ ବୁଝାଇଥିଲେ। ଶିଶୁଟିଏ ଜନ୍ମ ନେବା ପରେ ପରେ ୬ମାସ ପର୍ଯ୍ୟନ୍ତ ମାଆର କ୍ଷୀର ପାନ କରିବାର ଆବଶ୍ୟକତା ଥାଏ। ମାଆର କ୍ଷୀର ଶିଶୁ ପାଇଁ ଅମୃତର ଧାରା ଏବଂ ଏହା ଶିଶୁକୁ ଅନେକ ରୋଗରୁ ରକ୍ଷା କରିଥାଏ। ସେଥିପାଇଁ ଯଥାର୍ଥରେ କୁହାଯାଇଛି ମାଆ କ୍ଷୀର ମମତାର ବିନ୍ଦୁ। ଉକ୍ତ ବୈଠକରେ ଏଡିଏମଓ ଡ.ନୀଳମାଧବ ଶତପଥୀ ବିଷଦ୍ ଭାବରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ସଂପର୍କରେ ବୁଝାଇବା ସଙ୍ଗେ ସଙ୍ଗେ ସ୍ତନ୍ୟପାନ କରିବା ଶିଶୁର ଜନ୍ମଗତ ଅଧିକାର ବୋଲି ପ୍ରକାଶ କରିଥିଲେ। ସ୍ତନ୍ୟପାନ ହେଉଛି ଜୀବନର ମୂଳଦୁଆ। ଜଣେ ମାଆ କିପରି ତାର ପିଲାକୁ ସ୍ତନ୍ୟପାନ କରାଇବ, କେଉଁ ସମୟରେ ଏବଂ କେତେ ଥର ସ୍ତନ୍ୟପାନ କରାଇବ ସେ ସଂପର୍କରେ ଡ. ଶତପଥୀ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ବୁଝାଇଥିଲେ। ଜିଲ୍ଲ୍ା ଶିକ୍ଷା ଅଧିକାରୀ ଡ. ଅଭୟ କୁମାର ମଲ୍ଲିକ ଶିକ୍ଷା ସହିତ ସ୍ୱାସ୍ଥ୍ୟର ନିବିଡ଼ ସଂପର୍କ ରହିଛି ବୋଲି କହିଥିଲେ। ସବୁ ସମୟରେ ସେ ସ୍ୱାସ୍ଥ୍ୟ ସଂପର୍କୀତ ସହଯୋଗ ଯୋଗାଇ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରକାଶ କରିଥିଲେ। ଏହି ବୈଠକକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଭୁଲେଶ୍ୱର କହଁର ପରିଚାଳନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ଏବଂ ଶ୍ରୀ କିଶୋର ଚନ୍ଦ୍ର ମିଶ୍ର ନ୍ୟୁଟ୍ରିସନ୍ ମ୍ୟାନେଜର ଉପସ୍ଥିତ ରହି ସ୍ତନ୍ୟପାନ ସଂପର୍କରେ ମତବ୍ୟକ୍ତ କରିଥିଲେ।

ଏହି ବୈଠକରେ ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ, ସମସ୍ତ ସିଡିପିଓ, ସୁପରଭାଇଜର ଏବଂ ଅଙ୍ଗନାବାଡ଼ି କର୍ମୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.