Home ଜିଲ୍ଲା ପରିକ୍ରମା ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

11

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ପାଳିତ ହେଉଥିବା ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭଦ୍ରକ ଜିଲ୍ଲା ପାଇଁ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା.ସନ୍ତୋଷ କୁମାର ପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି ସପ୍ତାହ ପାଳନର ଆଭିମୁଖ୍ୟ ଓ ସଚେତନତା ବୃଦ୍ଧି ଉପରେ ଆଲୋକପାତ କରିଥିଲେ । ଏ.ଡ଼ି.ପି.ଏଚ୍‌.ଓ.ଟି.ବି. ଡ଼ାକ୍ତର ସରୋଜ କୁମାର ପୃଷ୍ଟି, ଡ଼ି.ପି.ଏମ୍‌. ସରିତା ମହାପାତ୍ର, ଆଶା ମେନେଜର କଳ୍ପନା ସାମଲ ପ୍ରମୁଖ ଏଥିରେ ଯୋଗ ଦେଇ ସ୍ତନ୍ୟପାନ ର ଉପକାରୀତା ଓ ସତର୍କତା ସମ୍ବନ୍ଧରେ ସଚେତନ କରାଇଥିଲେ । ଡ଼ି.ଏମ୍‌.ଆର.ସି.ଏଚ୍‌.ଜିତେନ୍ଦ୍ର ବିଶ୍ୱାଳ, ଡ଼ିଭିଏଲଏମ୍ ସୁରଜିତା ପଣ୍ଡା ପ୍ରମୁଖଙ୍କ ସହ ବିଭିନ୍ନ ବ୍ଲକ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନର୍ସମାନେ ଏଥିରେ ଉପସ୍ଥିତ ଥିଲେ । ଆଇ.ସି.ଏ. ରାମ ନାରାୟଣ ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅତିରିକ୍ତ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଅନିତାରାଣୀ ରାଉତ ମଞ୍ଚ ପରିଚାଳନା କରିଥିଲେ । ଏହି ସପ୍ତାହ ପାଳନ ଉପଲକ୍ଷେ ଅନୁଷ୍ଠିତ ସାଧାରଣଜ୍ଞାନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଏଥିରେ ବିଜୟ ଲକ୍ଷ୍ମୀ ବାରିକ୍ ପ୍ରଥମ, ମଧୁସ୍ମିତା ତ୍ରିପାଠୀ ୨ୟ ଓ ତନିସା ପାକଳ ୩ୟ ପୁରସ୍କାର ପାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.