ଓଡ଼ିଶା

“ବିଶ୍ୱ ସରକାର” ବିନା ନିରାପଦ ଜୀବନଧାରା ଓ “ବିଶ୍ୱଶାନ୍ତି” ଅସମ୍ଭବ – ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ

ଭୁବନେଶ୍ୱର ୬/୧୧ (ଓଡ଼ିଆ ପୁଅ) : ମୁକ୍ତଚିନ୍ତନବାଦୀ ଦଳ “ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ” ଓ ଜାତି-ଜାତକ-ଯୌତୁକଶୂନ୍ୟ, ବେଦି-ବାଣ-ବାଜା-ଭୋଜି-ଭାତ-ବିବର୍ଜିତ ପ୍ରେମ ବିବାହକାରୀ ସଂସ୍ଥା “ଆମୋଫୋଇ”ର ସକ୍ରିୟ ସହଯୋଗୀତାରେ ମିଳିତ ଜାତିସଂଘର ୭୪ତମ ପ୍ରତିଷ୍ଠା ଦିବସ ପାର୍ଟିର ସଦର କାର୍ଯ୍ୟାଳୟସ୍ଥିତ କୋପରନିକସ୍ ହଲ୍ରେ ଅନୁଷ୍ଠିତ ହୋଇ ଯାଇଛି। ଦଳର ସଭାପତି ଡ଼କ୍ଟର ବିଜୟାନନ୍ଦ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ପୂର୍ବତନ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ଆଇ.ଏ.ଏସ୍. ଅଧିକାରୀ ଅଲେଖ ଚରଣ ସାହୁ।

“ୟୁଏନ୍ ଡ଼େ” ପାଳନ ଉପଲକ୍ଷେ “ବିଶ୍ୱ ସରକାର ବିନା ବିଶ୍ୱଶାନ୍ତି ଓ ବ୍ୟକ୍ତି ଜୀବନର ନିରାପତ୍ତା ଅସମ୍ଭବ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଆଲୋଚ୍ୟ ବିଷୟବସ୍ତୁ ଉପରେ ଆଲୋକପାତ କରିବାକୁ ଯାଇ ଦଳର ସାଧାରଣ ସଂପାଦକ ବି.ରାମଚନ୍ଦ୍ର ସିଏସ୍ଟି ଭୋଲ୍ଟେୟାର କହିଥିଲେ ଯେ ଆନ୍ତର୍ଜାତିକ ସ୍ତରରେ ରାଜନୈତିକ, ଅର୍ଥନୈତିକ ଓ ସମାଜିକ ନ୍ୟାୟର ସୁ-ପ୍ରତିଷ୍ଠା ନିମନ୍ତେ ସୁ୍ୟଇଜ୍ରଲ୍ୟାଣ୍ଡ ଢ଼ାଞ୍ଚାରେ ଗଣତାନ୍ତ୍ରିକ ବିଶ୍ୱ ସରକାର ନିହାତି ଦରକାର। ୧୯୪୫. ଅକ୍ଟୋବର ୨୪ ତାରିଖରେ ପ୍ରତିଷ୍ଠା କରାଯାଇଥିବା “ୟୁନାଇଟେଡ୍ÿ ନେସ୍ନସ୍” (ମିଳିତ ଜାତିସଂଘ)ର ବିଶେଷ କ୍ଷମତା ନଥିବାରୁ ସାରା ବିଶ୍ୱରେ ନିରସ୍ତ୍ରୀକରଣର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ।

ଅଧିକ ରୁ ଅଧିକ ଭୟଙ୍କର ମାରାଣାସ୍ତ୍ର ଏବଂ ସେହି ସବୁର କିଣାବିକା ବଜାର ବଢ଼ିବଢ଼ି ଚାଲିଛି। ଉଦାହରଣ ସ୍ୱରୂପ ଭାରତର ନିରାପତ୍ତା ପାଇଁ ଭାରତ ସରକାର ୫୮ ହଜାର କୋଟି ଟଙ୍କା ଦେଇ ମାତ୍ର ୩୬ଟି ରାଫେଲ୍ ଉଡ଼ାଜାହାଜ ଫ୍ରାନ୍ସ ଠାରୁ କିଣୁଛନ୍ତି। ଏଥିସହିତ ଋଷିଆ ଠାରୁ ପାଞ୍ଚ ବିଲିୟନ୍ ୟୁଏସ୍ ଡ଼ଲାରସ୍ ବିନିମୟରେ ଏସ୍ -୪୦୦ କ୍ଷେପଣାସ୍ତ୍ର ମଧ୍ୟ ଭାରତ ସରକାର ମଧ୍ୟ କିଣୁଛନ୍ତି। ଯେଉଁମାନେ ସରକାରଙ୍କର କଡ଼ା ସମାଲୋଚକ ସେମାନଙ୍କୁ ଜୀବନରୁ ମାରିଦିଆଯାଉଛି। ସାଉଦ୍ ଆରବିଆରେ ବିଶିଷ୍ଟ ଆନ୍ତର୍ଜାତିକ କ୍ଷ୍ୟାତି ସଂପନ୍ନ ସାମ୍ବାଦିକ ଜମାଲ ଖାସୋଗିଙ୍କୁ ଗତ ୨ ତାରିଖରେ ନିର୍ମମ ମାରିଦିଆ ଯାଇଛି। କୋଟି କୋଟି ଟଙ୍କାର ବ୍ୟାଙ୍କ୍ ଲୋନ୍ ଠକିଥିବା ଧୂର୍ତ୍ତ ପ୍ରଭାବଶାଳୀ ଠକ ଭାପରେ ଖ୍ୟାତ ବିଜୟ ମାଲିଆ, ନିରବ ମୋଦି, ମେହୁଲ ଚୋକ୍ସି ଭାରତ ଛାଡ଼ି ପ୍ରଥିବୀର ଅନ୍ୟାନ୍ୟ ଦେଶରେ ଆତ୍ମ ଗୋପନ କରିଛନ୍ତି। ସେମାନଙ୍କ ପାଇଁ ବସ୍ତୁତଃ କୌଣସି ଦଣ୍ଡର ବ୍ୟବସ୍ଥା ନାହିଁ। ବିଶ୍ୱ ସରକାର ନଥିବାରୁ ରାଜନୈତିକ କ୍ଷମତା ପାଇଁ ପୃଥିବୀର ଭିନ୍ନଭିନ୍ନ ଅଂଚଳରେ ଯୁଦ୍ଧ ବିଗ୍ରହ ଲାଗିରହୁଛି। ଏଥି ଯୋଗୁଁ ମହିଳାମାନେ ଯୌନଯନ୍ତ୍ରଣାର ଶୀକାର ହେଉଛନ୍ତି। ଚଳିତ ବର୍ଷ ବିଶ୍ୱଶାନ୍ତି ପୁରଷ୍କାର ପାଇଥିବା ଇରାକ୍ର ଯୁବତୀ ନାଦିଆ ମୁରାଡ଼୍ ଓ କଂଗୋ ଦେଶର ସ୍ତ୍ରୀ-ରୋଗ ବିଶେଷଜ୍ଞ ଡ଼କ୍ଟର ଡ଼େନିସ୍ ମାକ୍ୱେଜ୍ଙ୍କ ଜୀବନାଭୂତି ବିଶ୍ୱ ସ୍ତରରେ ଚାଲିଥିବା ସେକ୍ସ୍ ସ୍ଲେଭରିର ରୂପ ରେଖ ସ୍ୱଷ୍ଟ ହୋଇଯାଇଛି।

ବିଶ୍ୱ ସରକାର ଗଠିତ ନହେଲେ, ଏ ସବୁ କଦର୍ଯ୍ୟ କାର୍ଯ୍ୟ ସହିତ ଗ୍ଲୋବାଲ୍ ୱାରମିଂ ଓ ଜନ ସଂଖ୍ୟାର ବିସ୍ଫୋରଣ, ପରିବେଶର ପ୍ରଦୂଷଣ, ସମଗ୍ର ମାନବ ସମାଜକୁ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ କରିଦେବ ବୋଲି ଶ୍ରୀ ଭୋଲଟେୟାର ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।

ଆତ୍ମ-ସ୍ୱାର୍ଥ କୈନ୍ଦ୍ରିକ ଜାତୀୟ ରାଜନେତାମାନଙ୍କର ଦୈ୍ୱତ୍ ଚରିତ୍ରରୁ ଆଜି ସାରା ବିଶ୍ୱ ଅଶାନ୍ତ ଅବସ୍ଥାରେ ରହିଛି ବୋଲି ମୁଖ୍ୟ ଅତିଥି ମିଷ୍ଟର ଅଲେଖ ଚରଣ ସାହୁ ତାଙ୍କ ବକ୍ତବ୍ୟରେ ଦର୍ଶାଇବା ସହିତ ଗଭୀର କ୍ଷୋଭ୍ ପ୍ରକାଶ କରିଥିଲେ। ରାଜନୀତିରୁ ଯୁଦ୍ଧଖୋର ନେତାଙ୍କୁ ବିଦା କରିବା ପାଇଁ ସେ ଆହ୍ୱନ ଦେଇଥିଲେ।

ଓଡ଼ିଶା ଦଳିତ ଅଧିକାର ମଂଚର ଉପଦେଷ୍ଟା ତଥା ଉତ୍ସବର ମୁଖ୍ୟ ବକ୍ତା ଏମ୍.ଏସ୍ ଯାଦବ ଆଲୋଚନାରେ ଭାଗନେଇ କହିଥିଲେ ଯେ ବିଶ୍ୱ ସରକାର ପ୍ରତିଷ୍ଠିତ ହେଲେ ଯୁଦ୍ଧାସ୍ତ୍ର ଉତ୍ପାଦନ ଓ ବିକ୍ରିବଟା ସଫଳତାର ସହିତ ନିୟନ୍ତ୍ରିତ ହୋଇପାରିବ ଏବଂ ଏ ଦିଗରେ ଯେଉଁ ବିପୁଳ ଅର୍ଥ ଜାଳି ଦିଆଯାଉଛି ତାହା ଶିକ୍ଷା, ସ୍ୱାସ୍ଥ୍ୟ ଓ ବାସଗୃହ ନିର୍ମାଣ ଆଦି କ୍ଷେତ୍ରରେ ନିୟୋଜିତ ହୋଇପାରିବ।

ଏହି ଆଲୋଚନା ଚକ୍ରରେ “ଆମୋଫୋଇ”ର କୋ-ଫାଉଣ୍ଡର ଶ୍ରୀମତୀ ସ୍ୱପ୍ନ ବିଜୟିନି, ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆର ଉପସଭାପତି ହରିଶ ଚନ୍ଦ୍ର କର, ହେତୁବାଦୀ-ସମାଜସେବୀ ପ୍ରମୋଦ କୁମାର ଦେବ, ଅବସରପ୍ରାପ୍ତ ଇଲ୍କ୍ଟେ୍ରିକାଲ୍ ଇଂଜିନିୟର ସନନ୍ତ କୁମାର ମହାନ୍ତି ଭାଗନେଇ ବିଶ୍ୱ ସରକାର ପ୍ରତିଷ୍ଠାର ଆବଶ୍ୟକତା ଉପରେ ନିଜ ନିଜର ମତ ବ୍ୟକ୍ତ କରିଥିଲେ। ସଭାପତି ଡ଼କ୍ଟର ବିଜୟାନନ୍ଦ କର କହିଥିଲେ ଯେ: ବିଶ୍ୱ ସରକାର ପ୍ରତିଷ୍ଠିତ ହେଲେ ସାରା ବିଶ୍ୱରେ ଏକ ପ୍ରକାର ଅର୍ଥନୈତିକ ବ୍ୟବସ୍ଥା ଆସିପାରିବ ଏବଂ “ଗ୍ଲୋବ” ନାମକ ଏକ ବିଶ୍ୱ ମୁଦ୍ରା ପ୍ରଚଳିତ ହେଲେ ଏବେ ଯେଉଁ ମନିଲଣ୍ଡରିଂ ଚାଲିଛି ତା’ର ବିଲୁପ୍ତି ଘଟିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top