ଜିଲ୍ଲା ପରିକ୍ରମା

ବିଶ୍ୱ ଶ୍ରମିକ ଦିବସରେ ଫାସୀବାଦ ବିରୁଦ୍ଧରେ ଏ.ଆଇ.ସି.ସି.ଟି.ୟୁ.ର ରଣହୁଙ୍କାର ଅନ୍ୟାୟ ଓ ଅନିତୀ ବିରୁଦ୍ଧରେ ଏକଜୁଟ ହେବାକୁ ଆହ୍ୱାନ

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ମହାନ ଆର୍ନ୍ତଜାତୀୟ ଶ୍ରମିକ ଦିବସ ଅବସରରେ ଏଆଇସିସିଟିୟୁ ଭଦ୍ରକ ଜଗନ୍ନାଥପୁରସ୍ଥିତ କାର୍ଯ୍ୟାଳୟ ଠାରେ ସକାଳ ୭ଘଟିକା ସମୟରେ ସିପିଆଇ (ଏମଏଲ )ଲିବରେସନ ଜିଲ୍ଲା ସଂପାଦକ ସମର ବଳ, ମଣିଷ ରକ୍ତର ରକ୍ତର ଳାଲ ପତାକା ଉତ୍ତୋଳନ କରିଥିଲେ। ପରେ ଏଆଇସିସିଟିୟୁ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ରାଜଘାଟ ଛକରୁ ସଂଗ୍ରାମୀ ମଣିଷଙ୍କ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମ କରିଥିଲା। ଏଥିରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଶତାଧିକ ସଂଗ୍ରାମୀ ମହିଳା ଓ ପୁରୁଷ ସାଥୀ ହାତରେ ଲାଲ ପତାକା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଦୁନିଆର ମଜଦୁର ଏକହୁଅ, ମଇ ଦିବସ ଶିକ୍ଷା ଦିଏ, ଲଢ଼େଇ କରି ବଞ୍ଚି ହୁଏ, ସାମ୍ରାଜ୍ୟବାଦ ମୁର୍ଦ୍ଦାବାଦ, ଫାସୀବାଦ ମୁର୍ଦ୍ଦାବାଦ, ପୁଞ୍ଜିବାଦ ମୁର୍ଦ୍ଦାବାଦ ଧ୍ୱନୀରେ ଶୋଭାଯାତ୍ରାକାରୀମାନେ ସହରର ରାଜରାସ୍ତାକୁ ପ୍ରକମ୍ପିତ କରିଥିଲେ। ଶୋଭାଯାତ୍ରା ଶେଷରେ ବିଶିଷ୍ଟ ସାମ୍ୟବାଦୀ ନେତା ସାଥୀ ବୈଲୋଚନ ଜେନାଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟବକ୍ତା ଭବେ ଏଆଇସିସିଟିୟୁର ରାଜ୍ୟ ନେତା ବଂଶୀଧର ପରିଡ଼ା ଯୋଗଦେଇ ମଇ ଦିବସର ତାତ୍ପର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ସରକାରଙ୍କ ଶ୍ରମିକ ମାରଣ ନିତୀ, ୪୪ଶ୍ରମ ଆଇନକୁ ଭାଙ୍ଗି ୪ଟି ଶ୍ରମିକ ବୋର୍ଡ଼ ଗଠନ କରିବା ଘଟଣାକୁ ତୀବ୍ର ନିନ୍ଦା କରିଥିଲେ। କେନ୍ଦ୍ରରେ ବିଜେପି ନେତୃତ୍ୱରେ ଶାସନ କରିବାର ୪ବର୍ଷ ପୂର୍ଣ୍ଣ ହୋଇଥିଲେ ମଧ୍ୟ ନରେନ୍ଦ୍ର ମୋଦି ଦେଇଥିବା ନାନା ଶ୍ରୁତିମଧୁର ପ୍ରତିଶ୍ରୁତ ବେଦର ଗାର ହୋଇ ରହିଛି। ମୋଦି କ୍ଷମତାକୁ ଆସିବାପରେ ସମସ୍ତ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ହିନ୍ଦୁତ୍ୱବାଦୀ ଓ ଫାସୀବାଦ ପ୍ରତିଷ୍ଠା କରିବାରେ ଲାଗି ପଡ଼ିଛନ୍ତି। ଫଳରେ ପୁଞ୍ଜିବାଦୀ ଆର୍ଥୀକ ବ୍ୟବସ୍ଥାରେ ଜନଗଣଙ୍କ ସମସ୍ୟା ସମାଧାନ ହେବା ପରିବର୍ତ୍ତେ ବଢ଼ିବଢ଼ି ଚାଲିଛି। ଶୋଷଣ, ଦୁର୍ନୀତି, ଭ୍ରଷ୍ଟାଚାର ଓ ଅରାଜକତା ଶାସନ ସ୍ଥାଣୁତାକୁ ଆମନ୍ତ୍ରଣ କରୁଛି। ଆର୍ଥୀକ ସଂକଟ ଚରମ ସୀମାକୁ ଯାଇ କୃଷି ବିପର୍ଯ୍ୟସ୍ଥ। ବ୍ୟବସ୍ଥାଗତ ତ୍ରୁଟି ପାଇଁ କଳ କାରଖାନା ବନ୍ଦ ହେବା ଫଳରେ ନିଯୁକ୍ତିରେ ସଂକଟ ଉତ୍କଟ ରୂପ ନେଇଛି। ତେଣୁ ଏ ସମସ୍ତ ଅନ୍ୟାୟ ଓ ଅନିତୀ ବିରୁଦ୍ଧରେ ଶ୍ରୀ ପରିଡ଼ା ସମସ୍ତ ଶ୍ରମଜୀବୀଙ୍କୁ ଏକ ନିର୍ଣ୍ଣାୟକ ଲଢ଼େଇ ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ୟବାଦୀ ନେତା ନିରାକାର ଜେନା, ପ୍ରଗତୀଶୀଳ ସାହିତ୍ୟ ପରିଷଦର ସଂପାଦକ ପ୍ର. ଅଟଳ ବିହାରୀ ନାୟକ, ଏଆଇକେଏମର ଜିଲ୍ଲା ସଭାପତି ସଂଗ୍ରାମ ବଳ, ଏଆଇସିସିଟିୟୁର ଜିଲ୍ଲା ସଭାପତି ରଂଜନ କୁମାର ବେହେରା, ଏଆଇପିଡ଼ବ୍ଲ୍ୟୁଏର ଜିଲ୍ଲା ସଂପାଦିକା ଜୟନ୍ତୀ ବିଶ୍ୱାଳ, ଆଇସା ଛାତ୍ରନେତା ପ୍ରତାପ ନାୟକ, ତିହିଡ଼ି ବ୍ଲକ ସଂପାଦକ ସଂଜୟ କୁମାର ମହାନ୍ତି, ନାରୀନେତ୍ରୀ ଗାୟତ୍ରୀ ବେହେରା ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାନ୍ତିଲତା ବେହେରା, ସେବତୀ ଓଝା, ନରେନ୍ଦ୍ର ପାଳ, ଗୋପବନ୍ଧୁ ପାଲ, ଆରତୀ ଜେନା, ବିଜୁଳୀ ଜେନା, ଗଜେନ୍ଦ୍ର ରାଉତ, ମିନାକ୍ଷୀ ବେହେରା, ଚିତ୍ତ ରଂଜନ ବେହେରା ପ୍ରମୁଖ ସମଗ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top