ଜିଲ୍ଲା ପରିକ୍ରମା

ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ନୂଆବଜାର ଗାନ୍ଧୀ ପଡିଆରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ଦେଇ ସଂସ୍କୃତି ଭବନରେ ପହଞ୍ଚିଥିଲା। ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ପଦଯାତ୍ରାକୁ ଜିଲା ଆଇନସେବା ପ୍ରାଧିକରଣର ସଚିବ ଅପର୍ଣ୍ଣା ମାହାପାତ୍ର ଓ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ ସବୁଜ ପତାକା ହଲାଇ ଶୁଭାରମ୍ଭ କରିଥିଲେ। ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ଆଇନସେବା ପ୍ରାଧିକରଣର ସଚିବ ଅପର୍ଣ୍ଣା ମହାପାତ୍ର, ପ୍ରାକ୍ତନ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ କମଳାକାନ୍ତ ସ୍ୱାଇଁ, ଡାକ୍ତର ମୁରଲୀଧର ପାଢୀ ପ୍ରମୁଖ ଯୋଗଦେଇ ବିଶ୍ୱ ଶିଶୁ ଶ୍ରମିକ ବିରୋଧ ଦିବସ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଶିଶୁ ସୁରକ୍ଷା ୟୁନିଟ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ଏହି ବିଶ୍ୱ ଶିଶୁ ଶ୍ରମିକ ବିରୋଧ ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସର୍ପକରେ ସୂଚନା ଦେଇଥିବା ବେଳେ ଶିକ୍ଷକ ନେତ୍ରୀ ଚାରୁଲତା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ ଉତ୍ସବରେ ସଭାପତିତ୍ୱ କରିଥିଲେ। ଶିଶୁଯତ୍ନ ଅନୁଷ୍ଠାନର ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୁତା, ପ୍ରବନ୍ଧ, ଏକକ ଅଭିନୟ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ପାରାଲିଗାଲ କର୍ମୀମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ଗାନ୍ଧୀ ବାଳାଶ୍ରମର ଅନ୍ତେବାସୀଙ୍କ ଦ୍ୱାରା ସଂଗୀତ ଗାନ କରାଯାଇଥିଲା। ଶିଶୁ ଶ୍ରମିକ ମୁକ୍ତ ଲକ୍ଷ୍ୟ ଉଦ୍ୟମରେ ସହଯୋଗ କରିଥିବା ତିନିଜଣ ବ୍ୟବସାୟୀଙ୍କୁ ଚାଇଲ୍ଡ ଲାଇନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଗତି ଯୁବକ ସଂଘ, ନେତାଜୀ ସୁବାସ ବାହିନୀ, ବିଏସଏସ ପକ୍ଷରୁ ସଂଜିତ ନାୟକ, ସଜୀବ ନାୟକ, ସମେତ ଚାଇଲ୍ଡ ଲାଇନ ଶିଶୁଯତ୍ନ ଅନୁଷ୍ଠାନର ଅଧ୍ୟକ୍ଷ, ସଂପାଦକ, ସଭାପତି ସମସ୍ତ ଅନ୍ତେବାସୀ ଯୋଗ ଦେଇଥିଲେ। ଶିଶୁ ସୁରକ୍ଷା ବିଭାଗର ବିଶ୍ୱ ନାରାୟଣ ପଣ୍ଡା ଓ ଅନ୍ୟାନ୍ୟ କର୍ମକର୍ତା ଯୋଗ ଦେଇଥିଲେ। ରିଆଜ ଅହମ୍ମଦ, ସରସ୍ୱତୀ ମହାରଣା, ଜ୍ୟୋତିପ୍ରକାଶ ପତି, ଚକ୍ରଧର ମହାରଣା, ହୃଷିକେଷ ମହାନ୍ତି, ମଧୁପ୍ରିୟା ଦାସ, ଶୈଳଜା ଲେଙ୍କା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଅଣ ଆନୁଷ୍ଠାନିକ ଅଧିକାରୀଣୀ ସ୍ୱାଗତିକା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top