ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ

ପୁରୀ, ୨୦/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ବିଶ୍ୱମ୍ବର ବିଦ୍ୟାପୀଠ ପରିସରରେ ମାସିକ ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାର ପକ୍ଷରୁ ବିଶ୍ୱ ଅଧିକାର ଦିବସ ଉପଦେଷ୍ଟା ଚକ୍ରଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଓଡିଶା ପ୍ରଶାସନିକ ଅଧିକାରୀ ସନ୍ନ୍ୟାସୀ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜିଲ୍ଲା ଉପଶିକ୍ଷା ନିରୀକ୍ଷକ ମଞ୍ଜୁଲତା ବେହେରା, ଜିଲ୍ଲା ଶିଶୁ ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ସିର୍ଦ୍ଧାଥ ରାୟ, ରାଜ୍ୟ ଶିଶୁ ସୁରକ୍ଷା ସମିତି ସଂଯୋଜକ ସଂଗ୍ରାମ ସାମିଲ, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା ପ୍ରମୁଖ ଅତିଥି ରୂପେ ଯୋଗଦେଇ ଶିଶୁମାନଙ୍କ ଅଧିକାର ଆଇନକୁ କାର୍ଯ୍ୟକାରୀ କରିବାରେ ସମସ୍ତ ନାଗରିକ ଅଭିଭାବକ ଛାତ୍ର ଶିକ୍ଷକ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ଯେଉଁ ବ୍ୟକ୍ତିମାନେ ଶିଶୁ ଅଧିକାର ପୂର୍ଣ୍ଣ କରୁଥିବା ବ୍ୟକ୍ତି, ଅନୁଷ୍ଠାନ, ପ୍ରତିଷ୍ଠାନ ଓ ପ୍ରଶାସନିକ ନିର୍ଦ୍ଦେଶନାମା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ ବୋଲି କହିଥିଲେ। ଏହି ଦିବସ ପାଳନ ପରିପ୍ରେକ୍ଷୀରେ ଆୟୋଜିତ ବିଦ୍ୟାଳୟ ସ୍ତରୀ ବକ୍ତୃତା ପ୍ରତିଯୋଗୀତା ଶିଶୁ ଅଧିକାରକେତେଦୂର ସଫଳର କୃତୀ ପ୍ରତିଯୋଗୀ ମାର୍କଣ୍ଡେଶ୍ୱର ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀଅନ୍ନପୂର୍ଣ୍ଣା ରଥ, ପୁରୀ ଜିଲ୍ଲାସ୍କୁଲର ଛାତ୍ର, ଇପ୍ସିତା ମହାପାତ୍ର, ସ୍ମାରକୀ ମିଶ୍ର, ଗଦାଧର ହାଇସ୍କୁଲ ଛାତ୍ର ଓମ୍ ଅଭିଷୀକା ଦାସ, ସର୍ବୋଦ୍ୱୟନଗର ଉଚ୍ଚପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ସ୍ୱୂର୍ଣ୍ଣପ୍ରଭା ପଣ୍ଡା ଯଥାକ୍ରମେ ପ୍ରଥମରୁ ପଞ୍ଚମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଏବଂ ବିଶ୍ୱମ୍ବର ବିଦ୍ୟାପୀଠର ଜାତୀୟସ୍ତରକୁ ମନୋନୀତ ହୋଇଥିବା ବିଭିନ୍ନ ବିଭାଗର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପ୍ରତିଭା ପତ୍ର ସହିତ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ପ୍ରତିଯୋଗୀତାକୁ ସମାଜସେବୀ ବିଜୟ କୁମାର ପରିଡା, ସିଡବ୍ଲୁ୍ର୍ୟସି ମେମ୍ବର ବିଜୟାନନ୍ଦ ମିଶ୍ର, ଅଭିବକ୍ତା ମହାବୀର ରୁଦ୍ର ନାରାୟଣ ସାହୁ ଓ ଅନୀଲ ଦାସ ବିଚାରକ ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା ମଣ୍ଡଳୀର ସଦସ୍ୟ ଶରତ କୁମାରରାୟଗୁରୁ, ଶିବ ସୁନ୍ଦର ମିଶ୍ର ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହ ଶୁଭଜିତ୍ ପଣ୍ଡା ଓ ଉମେଶ୍ ଦାସ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଶିକ୍ଷାବିତ୍ ରଘୁନାଥ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *