କଳାହାଣ୍ଡି

ବିଶ୍ୱ ରେଡକ୍ରସ ଦିବସ ପାଳିତ: ସର୍ବୋଚ୍ଚ ରକ୍ତଦାନ ଶିବିର ଆୟୋଜନ ସଂସ୍ଥା ଭାବେ ସମ୍ବାଦ-ଆମଓଡିଶା ପୁରସ୍କୃତ

କଳାହାଣ୍ଡି ୧୧ ମଇ – (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ସ୍ତରୀୟ ରେଡକ୍ରସ ଦିବସ ଭବାନୀପାଟଣା ଠାରେ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଡାକ୍ତରଖାନା କର୍ମଚାରୀ ଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଜିଲ୍ଲା ପୁନର୍ବାସ କେନ୍ଦ୍ରଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ସହାୟକ ଉପକରଣ ଯୋଗାଇ ଦିଆଯାଇଥିଲା। ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ରେଡକ୍ରସ ଦିବସ ପାଳନ ଅବସରରେ ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଚନ୍ଦ୍ରମଣି ବଡନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଭବାନୀପାଟଣା ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ତ୍ରୀପାଠୀ ସଭା ପରିଚାଲନା କରିଥିଲେ। ଏହି ଅବସରରେ ବିଭୀନ୍ନ ପ୍ରତିଯୋଗୀତା ମାନ କରାଯାଇ ବିଜୟୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବ୍ୟକ୍ତିଗତ ସହେଯାଗୀ ଭାବେ ରକ୍ତଦାନ କରିଥିବା ସଚ୍ଚିଦାନନ୍ଦ ମହାକୁଡ, ପ୍ରଶାନ୍ତ ପ୍ରଧାନ ପ୍ରମୂଖଙ୍କୁ ପୁରସ୍କୃତ କରାଯାଇଥିଲା। ସର୍ବୋଚ୍ଚ ରକ୍ତଦାତା ଭାବେ ପୁରୁଷ ବର୍ଗରେ ଆଲୋକ ସାହୁ, ପ୍ରଦୀପ ଡି ମାଝୀ ଓ ମହିଳା ବର୍ଗରେ ସାବିତ୍ରୀ ମହାରଣା ଓ ରୋଜାଲୀନ ପଣ୍ଡାଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଜିଲ୍ଲାରେ ସର୍ବୋଚ୍ଚ ରକ୍ତଦାନ ଶିବିର ଆୟୋଜନ କରିଥିବା ସମ୍ବାଦ-ଆମ ଓଡିଶା କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ସମ୍ବାଦ ଆମ ଓଡିଶା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top