ବିଶ୍ୱ ଯୋଗ ଦିବସ ପାଇଁ ପ୍ରସ୍ତୁତି

ପାରଳାଖେମୁଣ୍ଡି, ୧୯ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଆସନ୍ତା ୨୧ତାରିଖରେ ପାଳନ ହେବାକୁ ଥିବା ବିଶ୍ୱ ଯୋଗ ଦିବସ ପାଇଁ ଏକ ପ୍ରଶିକ୍ଷଣ ଶିବିର ଚାଲୁରହିଛି। ପ୍ରତିଦିନ ଭୋର ସମୟରେ ଗୁରୁ ବିଘ୍ନେଶ୍ୱର ଦାସଙ୍କ ନେତୃତ୍ୱରେ ପ୍ରାୟ ୫୦ଜଣ ବ୍ୟକ୍ତି ଯୋଗ ଅଭ୍ୟାସ କରୁଛନ୍ତି। ଏହି ଯୋଗ ଅଭ୍ୟାସ ଆସନ୍ତା ୨୧ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଯୋଗ ଦିବସ ଉପଲକ୍ଷେ କରାଯାଉଛି। ପତାଞ୍ଜଳି ଯୋଗ ସମିତି ପାରଳାଖେମୁଣ୍ଡି ଶାଖା ପକ୍ଷରୁ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଶ୍ୱ ଯୋଗ ଦିବସ ଅବସରରେ ବହୁ ସଂଖ୍ୟାରେ ଜନସାଧାରଣ ଯେପରି କାର୍ଯ୍ୟକ୍ରମରେ ଭାଗନେବେ ସେଥିପାଇଁ ଅନୁଷ୍ଠାନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *