ବିଶ୍ୱ ଯକ୍ଷ୍ମା ଦିବସ ବାଲୁକାକଳା

ପୁରୀ, ୨୪/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଆନ୍ତ୍ରର୍ଜାତିକ ବାଲୁକାଶିଳ୍ପୀ ମାନସ ସାହୁ ନିଜ ଅନନ୍ୟ ବାଲୁକା କଳା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଛନ୍ତି। ଲୋକଙ୍କୁ ଯକ୍ଷ୍ମା ସଂମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ସେ ଏହି ବାଲୁକାକଳା ନିର୍ମାଣ କରିଛନ୍ତି। ଏଥିରେ

ସେ ଦର୍ଶାଇଛନ୍ତି ଯେ ଯକ୍ଷ୍ମାରୋଗ ସଂପୂର୍ଣ୍ଣ ଆରୋଗ୍ୟ ସାଧ୍ୟ ଓ ଡଟସ୍ ପଦ୍ଧତିରେ କିଛିଦିନ ଔଷଧ ଖାଇବା ଦ୍ୱାରା ଯକ୍ଷ୍ମାରୋଗୀ ସଂମ୍ପୂର୍ଣ୍ଣ ଆରୋଗ୍ୟ ହୋଇପାରିବେ। ତେଣୁ ଏହାକୁ ନ ଡରି କିମ୍ବା ଅବହେଳା ନକରି ଠିକ୍ ସମୟରେ ଓ ନିୟମିତ ଚିକିତ୍ସା କଲେ ରୋଗୀ ଏହି ରୋଗରୁ ସଂପୂର୍ଣ୍ଣ ଆରୋଗ୍ୟ ହୋଇପାରିବ। ବିଶ୍ୱ କିଭଳି ଯକ୍ଷ୍ମା ରୋଗରୁ ମୁକ୍ତ ହୋଇପାରିବ ତାହା ସେ ବାଲୁକା କଳାରେ ଦର୍ଶାଇଛନ୍ତି। ଆସନ୍ତୁ ବିଶ୍ୱକୁ ସମସ୍ତେ ଯକ୍ଷ୍ମା ରୋଗରୁ ମୁକ୍ତ କରିବା ନେତୃତ୍ୱ ନେଇ ଏହାର ବାର୍ତ୍ତା ଦେଇଛନ୍ତି ମାନସ। ୧୫ ଫୁଟ୍ ଓସାର ବିଶିଷ୍ଟ ଏହି ବାଲୁକାକଳା ନିର୍ମାଣରେ ୨୦ ଟନ୍ ବାଲି ବ୍ୟବହାର କରାଯାଇଛି। ମାନସଙ୍କ ସମେତ ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ୭ଘଟାଂର ପରିଶ୍ରମରେ ଏହି ବାଲୁକା କଳା ନିର୍ମାଣ କରିଥିବା ବେଳେ ଏହାକୁ ଦେଖିବାକୁ ପର୍ଯ୍ୟଟକ ଙ୍କ ଭିଡ ଜମିଛି।

 

 

Leave a Reply

Your email address will not be published. Required fields are marked *