ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ବୌଦ୍ଧ,୨୬ା୦୩ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ବୈାଦ୍ଧ ସହରର ଏ.ଏନ୍.ଏମ୍. ତାଲିମ କେନ୍ଦ୍ର ଠାରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ସଦାନନ୍ଦ ମିଶ୍ର ଯୋଗଦେଇ ଯକ୍ଷ୍ମା ରୋଗର କାରଣ ଓ ନିରାକରଣ ବିଷୟରେ ଆଲୋଚନା କରିବା ସହିତ ସେମାନଙ୍କୁ ଚିକିସôା କରାଇବା ନିହାତୀ ଜରୁରୀ ବୋଲି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଚିକିସôା ଅଧିକାରୀ ବନଲତା ଦେବୀ, ଏ.ଡି.ଏମ୍. ଓ. ଅନୀତା ପଟ୍ଟନାୟକ, ଡାକ୍ତର କୃଷ୍ଣଚନ୍ଦ୍ର ପଟ୍ଟନାୟକ ଓ ଶିଶୁରୋଗ ବିଶେଷଜ୍ଞ ବିଜୟ କୁମାର ସାହୁ ଯୋଗଦେଇ ଯକ୍ଷ୍ମାରୋଗର ଲକ୍ଷଣ ସମ୍ପର୍କରେ ଆଲୋଚନା କରିଥିଲେ । ୨୦୦୩ ମସିହା ଠାରୁ ୨୦୧୭ ମସିହା ପର୍ଯ୍ୟନ୍ତ ୫ହଜାର ୭ଶହ ୭୫ଜଣଙ୍କୁ ଚିକିସôା କରାଯାଇ ୪୬୬୧ଜଣଙ୍କୁ ସମ୍ପୁର୍ଣ୍ଣ ଆରୋଗ୍ୟ କରାଯାଇଥିବା ଜଣାପଡଛି । ଯକ୍ଷ୍ମାରୋଗ ସମ୍ପର୍କିତ ଏକ କୁଇଜ ପ୍ରତିଯୋଗୀତା ହୋଇଥିଲା, କୃତୀଛାତ୍ରୀମାନଙ୍କୁ ପୁରଷ୍କୃତ କରାଯାଇଥିଲା । ଏଥିରେ ଏ.ଏନ୍.ଏମ୍. ତାଲିମ କେନ୍ଦ୍ରର ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *