ଜିଲ୍ଲା ପରିକ୍ରମା

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ମ୍ୟାଲେରିଆ ମୁକ୍ତ ଜିଲ୍ଲା ପାଇଁ ପ୍ରାୟସଜାରୀ ରହିଛି – ଜିଲ୍ଲାପାଳ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) -୨୫/୦୪ – ଆଜି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସଭାଗୃହ ଠାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲପାଳ ଗୁହା ପୁନମ ତାପସ କୁମାର ଯୋଗ ଦେଇଥିଲେ । ଅନ୍ୟ ମାନଙ୍ଗ ମଧ୍ୟରେ ଡଃ ବି.ଏଲ.ଏନ ପୃଷ୍ଟି, ଡାଃ ସଂଯୁକ୍ତା ସାହୁ, ଡାଃ ସଂଯୁକ୍ତା ଦାସ, ଡଃ ଶିବ ପ୍ରସାଦ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ମହୋଦୟା ମ୍ୟାଲେରିଆ କୁ ସଂପୂର୍ଣ୍ଣ ଭାବେ ଦମନ କରିବା ପାଇଁ ସମସ୍ତ ପ୍ରକାର ପୟାସ ଜାରୀ ରହିଛି । ଲୋକେ ସଚେତନତ ହେଲେ ମ୍ୟାଲେରିଆ କୁ ସଂପୂର୍ଣ୍ଣ ରୂପେ ଦମନ କରାଯାଇପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏଥି ସହ ସବୁବେଳେ ଏଲଏଲଆଇଏନ ମଶାରୀ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ ।
ଡଃ ବି.ଏଲ.ଏନ ପୃଷ୍ଟି ପାବାରପଇଂଟି ଉପସ୍ଥାପନା ମାଧ୍ୟମରେ ରାୟଗଡା ଜିଲ୍ଲାରେ ମ୍ୟାଲେରିଆ ରୋଗୀଙ୍କ ସଂପର୍କରେ ବିବରଣୀ ରଖିଥିଲେ । ରାୟଗଡା ଜିଲ୍ଲା ସର୍ବାଧିକ ମ୍ୟାଲେରିଆ ପ୍ରବଣ ଜିଲ୍ଲା ଭାବେ ପରିଚିତ । ପ୍ରତିବର୍ଷ ଅନେକ ମ୍ୟାଲେରିଆ ରୋଗୀଙ୍କୁ ଚିହ୍ନଟ କରାଯାଇ ଉପ ଯୁକ୍ତ ଚିକିତ୍ସା କରାଯାଇଥାଏ । ଗତ ୨୦୧୫ ମସିହାରେ ୬୮ ହଜାର ୭୯୧ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା । ସେହି ଭଳି ୨୦୧୬ ମସିହାରେ ୬୯ ହଜାର ୮୬୭ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ୨୦୧୭ ମସିହାରେ ୫୨ ହଜାର ୯୯୦ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଥିଲେ । ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ୧୦୪୫ ରୋଗୀ ଚିହ୍ନଟ ହୋଇଥିବା ବେଳେ ମ୍ୟାଲେରିଆ ଜନିତ ମୃତ୍ୟୁ ଏ ପର୍ଯ୍ୟନ୍ତ ହୋଇନଥିବା ଜଣାପଡିଛି । ସେହିପରି ୨୦୧୭ ଜୁନ ମାସ ପରଠାରୁ ବର୍ତମାନ ପର୍ଯ୍ୟନ୍ତ କୌଣସି ମ୍ୟାଲେରିଆ ଜନିତ ମୃତ୍ୟୁ ହୋଇନାହିଁ ।
୨୦୧୬ ମସିହାରେ ସମୁଦାୟ ୨୪ ପ୍ରତିଶତ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି । ୨୦୧୭ ମାର୍ଚ୍ଚ ସହ ସହ ୨୦୧୮ ମାର୍ଚ୍ଚ ମାସକୁ ତୁଳନା କଲେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ୯୧ ପ୍ରତିଶତ ହ୍ରାସ ପାଇଛି । ବିଷମକଟକ ବ୍ଲକ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ସର୍ବାଧିକ ହ୍ରାସ ପାଇଛି । ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ବିଭିନ୍ନ ପ୍ରକାର ପ ଦ କ୍ଷେପ ଗ୍ରହଣ କରାଯାଇଛି । ସମସ୍ତ ବ୍ଲକ ଏବଂ ବ୍ଲକ ଗୁଡିକରେ ୫ ଲ କ୍ଷ ୮୬ ହଜାର ୪୧୪ ଗୋଟି ଦୀର୍ଘସ୍ଥାୟୀ ଔଷଧ ଉପଚାରିତ ମଶାରୀ ବଂଟନ କରାଯାଇଛି । ଏଥି ସହ ଜିଲ୍ଲାରେ ଥିବା ୫୮୦ ଗୋଟି ଦୁର୍ଗମ ଅଂଚଳ ଗୁଡିକରେ ଦମନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସଚେତନତା କରାଯାଇଛି । ଜିଲ୍ଲାରେ ଥିବା ୧୭୧ ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଡିଡିଟି ସିଂଚନ କରାଯାଇଛି ।
ମ୍ୟାଲେରିଆ ନିରାକରଣ ପାଇଁ ଅହରହ ପ୍ରୟାସ କରିଥିବା କର୍ମୀ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ କେନ୍ଦ୍ରକୁ ପରୁସ୍କୃତ କରାଯାଇଥିଲା । ଶ୍ରେଷ୍ଠ କର୍ମୀ ଭାବେ କୁନି ଦୋରା, ଦୁଃଖୀମା ବଳିଆର ସିଂହ, ସାବିତ୍ରୀ ମାଝୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ରେଷ୍ଠ ସ୍ୱାସ୍ଥ୍ୟ ଉପ କେନ୍ଦ୍ର ଭାବେ ଗୁଲୁନ୍ଥି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାମନାଗୁଡା, କାହ୍ୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାଶିପୁର, ବଡଗୋତିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିଷମ କଟକ କୁ ପୁରସ୍କୃତ କରାଯାଇଥିଲା । ସେହିପରି ବିଷମକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।
ଜିଲ୍ଲାପାଳ ଗୁହାା ପୁନମ ତାପସ କୁମାର ମ୍ୟାଲେରିଆ ବିରୁଦ୍ଧରେ ସ୍ୱର ଉତୋଳନ କରି ଜିଲ୍ଲାରୁ ମ୍ୟାଲେରିଆ ଜନିତ ମୃତ୍ୟୁକୁ ସଂପୂର୍ଣ୍ଣ ରୂପେ ମୁଳ ଉତ୍ପାଦନ କରିବ ସହିତ ୮୦ ପ୍ରତିଶତ ମ୍ୟାଲେରିଆ ରୋଗୀସଂଖ୍ୟା ହ୍ରାସ କରିବା ପାଇଁ ଉପସ୍ଥିତ ଆଶା କର୍ମୀ ଓ ଅଧିକାରୀମାନଙ୍କୁ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଡିପିଏମ ରାଜେଶ୍ୱର ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top