ଅନୁଗୁଳ

ବିଶ୍ୱ ମାନବାଧିକାର ସୁରକ୍ଷା ସଂଘର ତାଳଚେର କାର୍ଯ୍ୟାଳୟ ଉଦଘାଟିତ

ତାଳଚେର, ୧୮/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଶ୍ୱ ମାନବାଧିକାର ସୁରକ୍ଷା ସଂଘର ତାଳଚେର ଶାଖା କାର୍ଯ୍ୟାଳୟ ବୁଧବାର ଦିନ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଦ୍ୱାରା ଆନୁଷ୍ଠାନିକଭାବେ ଉଦଘାଟିତ ହୋଇଯାଇଛି। ଶିଳ୍ପନଗରୀ ତାଳଚେରରେ ବସବାସ କରୁଥିବା ଜନସାଧାରଣ ଉକ୍ତ କାର୍ଯ୍ୟାଳୟ ସ୍ଥାପିତ ହେବାଦ୍ୱାରା ବହୁଭାବେ ଲାଭାନ୍ୱିତ ହୋଇପାରିବେ ବୋଲି ଶ୍ରୀ ପ୍ରଧାନ ନିଜ ପ୍ରତିକ୍ରିୟା ଆଶାବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ‘ପ୍ରଦୁଷଣର ଭୟାବହତାରୁ ତାଳଚେର ବଂଚାଓ’ଶୀର୍ଷକ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ବିଶ୍ୱ ମାନବାଧିକାର ସୁରକ୍ଷା ସଂଘର ଓଡ଼ିଶା ରାଜ୍ୟ ସଭାପତି ଡ.ଅଭିନ୍ନ କୁମାର ହୋତା ମୁଖ୍ୟ ଅତିଥବଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ଆଲୋଚନାଚକ୍ରକୁ ଉଦଘାଟନ କରିଥିଲେ। ପରିବେଶ ପ୍ରଦୁଷଣର ଭୟାବହତା ଆଜି ସମଗ୍ର ବିଶ୍ୱରେ ଏକ ପ୍ରମୁଖ ସମସ୍ୟାଭାବେ ମୁଣ୍ଡ ଟେକିଥିବା ବେଳେ ଶିଳ୍ପାଂଚଳ ତାଳଚେରରେ ଏହାର ମାତ୍ରା ଉଦବେଗଜନକଭାବେ ବୃଦ୍ଧି ପାଇଚାଲିଛି। ଏଥିଯୋଗୁଁ ତାଳଚେରର ଆଗାମୀ ପିଢ଼ୀର ପିଲାମାନେ ଯାବତୀୟ ଦୁରାରୋଗ୍ୟରେ ପୀଢ଼ିତ ହୋଇ ବହୁମାତ୍ରାରେ ମୃତ୍ୟୁମୁଖରେ ପଡ଼ିବେ ବୋଲି ମତପ୍ରକାଶ କରିଥିଲେ। ପ୍ରଦୁଷଣର ପ୍ରତିକାର ନିମନ୍ତେ କେବଳ ପ୍ରଶାସନ କିମ୍ବା ଲୋକ ପ୍ରତିନିଧିଙ୍କ ଉପରେ ନିର୍ଭର ନକରି ତାଳଚେରବାସୀ ନିଜେ ସଚେତନା ହୋଇ ଏ ସମ୍ପର୍କରେ ସ୍ୱର ଉତୋଳନ କରିବାର ସମୟ ଉପନୀତ ହୋଇଛି ଏବଂ ସମସ୍ତେ ମିଳିମିଶି କାର୍ଯ୍ୟ କରି ଏହାର ମୁକାବିଲା କରିବାର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏଥିସହ ପ୍ରତ୍ୟେକ ବ୍ୟକ୍ତି କିପରି ତାର ମୈାଳିକ ଅଧିକାରରୁ ବଂଚିତ ହେବନାହିଁ ସେଥିପ୍ରତି ଯତ୍ନବାନ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଆଲୋଚନାରେ ମତପ୍ରକାଶ ପାଇଥିଲା। ଅନୁଗୋଳ ଜିଲ୍ଲା ଖଣିଜ ପାଣ୍ଠିରେ ଗଚ୍ଛିତ ଥିବା ଅର୍ଥ ରାଶିକୁ ତାଳଚେର ଅଂଚଳର ଲୋକଙ୍କ ନିମନ୍ତେ ଖର୍ଚ୍ଚ କରିବା ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟ ବକ୍ତା ସାଉଥ ଆଫି୍ରକା ଦେଶର ଅର୍ଥନୈତିକ ପରାମର୍ଶଦାତା ତଥା ପି.ଡି.ଆଇ.ର ନୂଆଦିଲ୍ଲୀର ସଭାପତି ଶରତ ପ୍ରଧାନ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଭୟାବହ ପ୍ରଦୁଷଣରୁ ତାଳଚେରକୁ ମୁକ୍ତ କରିବାକୁ ହେଲେ ବିଶ୍ୱର ଅନ୍ୟ ଦେଶରେ ଉନ୍ନତମାନର ବୈଷୟିକ ଜ୍ଞାନ କୈାଶଳକୁ ଏଠାରେ ପ୍ରୟୋଗ କରିବାକୁ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିବାସହ ଅଧିକ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଥିଲେ। ତେବେ ଜିଲ୍ଲା ପ୍ରଶାସନ ଏ କ୍ଷେତ୍ରରେ ଆନ୍ତରିକତାର ସହ କାର୍ଯ୍ୟ କରୁନଥିବାର ସେ କହିଥିଲେ। ତାଳଚେରରେ ଏମ୍.ସି.ଏଲ କମ୍ପାନୀ ନିମନ୍ତେ ଜମିବାଡ଼ି, ଘରଦ୍ୱାର ହରାଉଥିବା ବିସ୍ଥାପିତ ପ୍ରଜାଙ୍କ ସମସ୍ୟାର ସମାଧାନ ପାଇଁ ଉଭୟ କେନ୍ଦ୍ର, ରାଜ୍ୟ ସରକାର ଓ ଏମ୍.ସି.ଏଲ କର୍ତ୍ତୃପକ୍ଷ ଗୁରତ୍ୱର ସହ କାର୍ଯ୍ୟ କରିବା ଉଚିତ ବୋଲି ସମ୍ମାନିତ ଅତିଥି ଅନୁଗୋଳ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନ୍ତୋଷ କୁମାର ମିଶ୍ର, ବିଶ୍ୱ ମାନବାଧିକାର ସୁରକ୍ଷା ସଂଘର ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ କୁମାର ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ବିଶ୍ୱ ମାନବାଧିକାର ସୁରକ୍ଷା ସଂଘର ଅନୁଗୋଳ ଜିଲ୍ଲା ଉପସଭାପତି ତଥା ତାଳଚେର ଏବଂ ପାଲଲହଡ଼ାର ଅଧିକାରୀ ବିନୋଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଆଲୋଚନାଚକ୍ର ପ୍ରାରମ୍ଭରେ ପି.ଡି.ଆଇ. ନୂଆଦିଲ୍ଲୀର ସଂଯୋଜକ ଜିତେନ୍ଦ୍ର କୁମାର ଦାସ ମଂଚ ପରିଚାଳନା ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଶ୍ୱ ମାନବାଧିକାର ସୁରକ୍ଷା ସଂଘ ତାଳଚେର କାର୍ଯ୍ୟାଳୟର ସଦସ୍ୟ ମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଅତିଥିଗଣ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଏହି ସଂଘର ବ୍ରହ୍ମପୁର ସଭାପତି ଅନୁପମା ପାଢ଼ୀ, ରାଜ୍ୟ ସଂଯୋଜକ ପ୍ରଦୀପ୍ତ ହୋତା, ରାଜ୍ୟ ସଦସ୍ୟ ଅନାଦି ସାହୁ, ବିରେନ କୁମାର ସାମଲ, ନିନୟ କୁମାର ପରିଡ଼ା, ଅନୁଗୋଳ ଜିଲ୍ଲା ସଭାପତି ରାମଚନ୍ଦ୍ର ରାଉତରାୟ, ଉପସଭାପତି ଶରତ ଚନ୍ଦ୍ର ମିଶ୍ର, ତାଳଚେର କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟକର୍ତା, ସଦସ୍ୟ, ସଦସ୍ୟଗଣ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top