ଜିଲ୍ଲା ପରିକ୍ରମା

ବିଶ୍ୱ ମଧୁମେହ ଦିବସ ପାଳିତ

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –  ବିଶ୍ୱ ମଧୁମେହ ଦିବସ ସାରା ଭାରତ ବର୍ଷରେ ପାଳନ କରାଯାଉଛି । ଏହି ଅବସରରେ ‘ଭଦ୍ରକ ଡାଇବେଟିସ ଫାଉଣ୍ଡେସନ’ ଦ୍ୱାରା ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଏସ୍ପି ବିକାଶ ଦାଶ ପତାକା ହଲାଇ ଏହାର ଶୁଭାରମ୍ଭ କରିଥିଲେ । ସକାଳ ୭ଟା ସମୟରେ ସ୍ଥାନୀୟ ପ୍ରଜାପତି କଲ୍ୟାଣ ମଣ୍ଡପ ଠାରୁ ବାହାରିଥିବା ଏହି ପଦଯାତ୍ରାରେ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀମାନେ ବିିଭିନ୍ନ ପ୍ରକାର ପ୍ଲାକାର୍ଡ ଓ ବ୍ୟାନର ମାଧ୍ୟମରେ ସାରା ସହରର ଲୋକମାନଙ୍କୁ ସଚେତନତାର ବାର୍ତ୍ତା ଜଣାଇଥିଲେ । ଏହି ପଦଯାତ୍ରାରେ ସାହିତି୍ୟକ ଅଜୟ ନାୟକ, ସମାଜସେବୀ ସୁଧାକର ରାଉତ, ଏସ୍ଏମ୍ ଫାରୁକ, ଡ. ବଳାରାମ ମିଶ୍ର, ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ, ସଂଗ୍ରାମ ମହାନ୍ତି, ଶାନ୍ତନୁ ରାଉତ, ଫାଉଣ୍ଡେସନର କର୍ମକର୍ତ୍ତା ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ ଚାଚା ନେହେରୁ ଓ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଦିବା ୧୧ ଘଟିକାରେ ଫାଉଣ୍ଡେସନ କାର୍ଯ୍ୟାଳୟ ନିକଟ ଆରଡି ଛକ ଠାରେ ଏକ ଜନ ସଚେତନତା ତଥା ଡାଇବେଟିସ ଚିହ୍ନଟ ଶିବିରକୁ ଭଦ୍ରକ ଅତିରିକ୍ତ ଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ର ଉଦ୍ଘାଟନ କରିଥିଲେ । ଉଦ୍ଘାଟନ କାର୍ଯ୍ୟକ୍ରମରେ ଡାକ୍ତର ରବିନ୍ଦ୍ର କୁମାର ନାୟକ, ଡାକ୍ତର ପ୍ରଦିପ କୁମାର ନାୟକ, ଡାକ୍ତର ରଞ୍ଜିତ କୁମାର ଖଟୁଆ, ଡାକ୍ତର ହରେକୃଷ୍ଣ ନାୟକ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଅନିରୁଦ୍ଧ ଦାସ, ଯୁବନେତା ସଞ୍ଜିବ ମଲ୍ଲିକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଲୋକମାନଙ୍କୁ ଡାଇବେଟିସ ସମ୍ବନ୍ଧୀୟ ସଚେତନତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଭଦ୍ରକ ଡାଇବେଟିସ ଫାଉଣ୍ଡେସନର ବାର୍ଷିକ ପତ୍ରିକାକୁ ଅତିଥିମାନେ ଉନ୍ମୋଚନ କରିବା ସଂଗେ ସଂଗେ ଫାଉଣ୍ଡେସନର କାର୍ଯ୍ୟକ୍ରମ ଓ ତାର କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଜଣାଇଥିଲେ । ଅନୁଷ୍ଠାନର ସଂପାଦିକା ବସୁମିତ୍ରା ସାହୁ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ସମସ୍ତଙ୍କୁ ଭାନୁ ପ୍ରକାଶ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠିତ ଶିବିରରେ ରକ୍ତ ପରୀକ୍ଷା, ଇସିଜି, ଥାଇରଏଡ, ଭିପିଟି ଭଳି ଆଧୁନିକ ପ୍ରଣାଳୀର ପରୀକ୍ଷା କରାଇ ଉପଯୁକ୍ତ ପରାମର୍ଶ ଗ୍ରହଣ କରିଥିଲେ । ଏହି ଶିବିରକୁ ଫାଉଣ୍ଡେସନର ଉପଦେଷ୍ଟା ଡ. ରଞ୍ଜିତ ଖଟୁଆ, ସ୍ୱେଚ୍ଛାସେବୀ ତଥା ବହୁ ଔଷଧ ବିତରକ କମ୍ପାନୀର କର୍ମକର୍ତ୍ତାମାନେ ସହଯୋଗ ଓ ପରିଚାଳନା କରିଥିଲେ । ଚଳିତ ବର୍ଷ ଫାଉଣ୍ଡେସନର ବାର୍ତ୍ତା ଥିଲା ‘ସି ଫେମିଲି ଆଣ୍ଡ ଡାଇବେଟିସ୍’ କୁ ନେଇ ଏକ ସଚେତନତା ରଥକୁ ସଞ୍ଜିବ ମଳ୍ଲିକ ଉଦ୍ଘାଟନ କରିଥିଲେ । ଏହି ରଥ ଏକ ସପ୍ତାହ ଧରି ଜନ ସଚେତନତା ପାଇଁ ମଗ୍ର ଜିଲ୍ଲା ପରିକ୍ରମା କରିବ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top