ଜିଲ୍ଲା ପରିକ୍ରମା

ବିଶ୍ୱ ବ୍ରେଲି ଦିବସ ପାଳିତ

ଭଦ୍ରକ, ୪ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ୧୮୦୯ ମସିହା ଜାନୁଆରୀ ୪ ତାରିଖ ଫ୍ରାନ୍ସରେ ଲୁଇସ୍ ବ୍ରେଲି ଜନ୍ମଗ୍ରହଣ କରିଥିଲେ। ଦୃଷ୍ଟିହୀନ ପିଲାମାନଙ୍କର ଅକ୍ଷର ପ୍ରଣାଳୀ “ବ୍ରେଲି”ର ଉଦ୍ଭାବକ ଏହି ମହାନ ବ୍ୟକ୍ତିଙ୍କର ଜନ୍ମଦିବସକୁ ବିଶ୍ୱ ବ୍ରେଲି ଦିବସ ରୂପେ ପାଳନ କରାଯାଇଆସୁଛି। ଏହି ଉପଲକ୍ଷେ ଭଦ୍ରକ ଚରମ୍ପାସ୍ଥିତ ବୀଣାପାଣୀ ହେଲେନ୍ କେଲର ଭିନ୍ନକ୍ଷମ ବାଳିକା ବିଦ୍ୟାଳୟରେ ‘ବିଶ୍ୱ ବ୍ରେଲି ଦିବସ’ ପାଳନ କରାଯାଇଛି। ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ତିଳୋତମା ମାଝି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭଦ୍ରକ ରୋଟାରୀକ୍ଲବର ପ୍ରାକ୍ତନ ସଭାପତି ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡାକ୍ତର ପ୍ରଭାସ କୁମାର ମହାନ୍ତି ଯୋଗଦାନ କରି ଲୁଇସ୍ ବ୍ରେଲିଙ୍କର ଜୀବନୀ ସଂପର୍କରେ ଆଲୋଚନା କରିଥିଲେ। ଜନ୍ମାନ୍ଧ ନଥାଇ ଏକ ଦୁର୍ଘଟଣା ପରେ ଚକ୍ଷୁ ସଂକ୍ରମଣ ହୋଇ ୫ବର୍ଷ ବୟସରେ ଏହି ମହାନବ୍ୟକ୍ତି ତାଙ୍କର ଦୃଷ୍ଟିଶକ୍ତି ହରାଇଥିଲେ। ମାତ୍ର ୧୫ବର୍ଷ ବେଳେ ଯୁଗାନ୍ତକାରୀ ବ୍ରେଲି ଲିପିର ଉଦ୍ଭାବନ କରି ଅଗଣିତ ଦୃଷ୍ଟି ବାଧିତ ପିଲାମାନଙ୍କୁ ଶିକ୍ଷିତ ହେବା ଓ ପଢ଼ାଲେଖାର ସୁଯୋଗ ସୃଷ୍ଟିକରି ପାରିଥିଲେ। ମାତ୍ର ୪୩ବର୍ଷରେ ତାଙ୍କର ଜୀବନଦୀପ ଲିଭିଯାଇଥିଲେ ମଧ୍ୟ ତାଙ୍କର ଉଦ୍ଭାବନ କୋଟିକୋଟି ଦୃଷ୍ଟି ବାଧିତଙ୍କ ପଥ ପ୍ରଦର୍ଶକ ହୋଇପାରିଛି। ପ୍ରତ୍ୟେକ ଭିନ୍ନକ୍ଷମକୁ ଆତ୍ମନିର୍ଭରଶୀଳ ହେବାପାଇଁ ଓ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ଆଗେଇଆସିବାକୁ ଡାକ୍ତର ମହାନ୍ତି ଉତ୍ସବରେ ଉପସ୍ଥିତ ସମସ୍ତ ଦିବ୍ୟାଙ୍ଗମାନଙ୍କୁ ଆହ୍ୱାନ ଦେଇଥିଲେ। ଉତ୍ସବରେ ଅଧ୍ୟକ୍ଷତା କରି ଦୁର୍ଗାଦତ ଗୁଲଜାରୀମଲ ଟ୍ରଷ୍ଟର ସଂପାଦକ ସୀତାକାନ୍ତ ଦାସ ସମସ୍ତ ଦିବ୍ୟାଙ୍ଗମାନଙ୍କୁ ଅନ୍ୟସାଧାରଣ ବର୍ଗଙ୍କ ସମକକ୍ଷ ହେବାପାଇଁ ପ୍ରେରଣା ଦେଇଥିଲେ। ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top