ବିଶ୍ୱ ବୈାଦ୍ଧ କିର୍ତିରାଜୀ ରନôଗିରି——– ପର୍ଯ୍ୟଟକ ବଢୁଛିନ୍ତି କିନ୍ତୁ ବିକାଶ ?

ଯାଜପୁର-୧୦/୭(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ବରୀ ବ୍ଲକରେ ଅବସ୍ଥିତ ବୈାଦ୍ଧ କିର୍ତିରାଜୀ ଶୋଭିତ ରନôଗିରି ପର୍ବତ । ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ଏହା କେବଳ ଜିଲାକୁ ନୁହେଁ ରାଜ୍ୟକୁ ଦେଇଛି ସ୍ୱତନ୍ତ୍ର ପରିଚୟ । ପ୍ରତିବର୍ଷ ଏହି ପର୍ଯ୍ୟଟନ କ୍ଷେତ୍ରକୁ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ ଦେଖିବାକୁ ମିଳିଥାଏ । ଦେଶ ଓ ଦେଶ ବାହାରର ପର୍ଯ୍ୟଟକ ଏହି ସ୍ଥାନକୁ ଆସି ପାହାଡର ବିଭିନ୍ନ ରମଣୀୟ ସ୍ଥାନ ବୁଲି ଦେଖିବା ସହିତ ସଂଗ୍ରାହଳୟରେ ସଂଗୃହିତ ହୋଇ ରହିଥିବା ବହୁ ପ୍ରାଚିନ କାଳର ବିରଳ ପଦାର୍ଥକୁ ଦେଖିବାର ଆନନ୍ଦ ଉଠାନ୍ତି । ରନôଗିରିର ସଂଗ୍ରହାଳୟରେ ଏବେ ୨୬୦ଟି ବିରଳ ପଦାର୍ଥକୁ ପର୍ଯ୍ୟଟକ ମାନଙ୍କୁ ଦେଖାଇବାକୁ ରଖାଯାଇଛି । ଦିନକୁ ଦିନ ଏହି ପର୍ଯ୍ୟଟନ କ୍ଷେତ୍ରକୁ ପର୍ଯ୍ୟଟକ ମାନଙ୍କ ଆଗମନ ଦୃତ ବୃଦ୍ଧି ଘଟୁଥିଲାବେଳେ ପର୍ଯ୍ୟଟନ ବିଭାଗ କିନ୍ତୁ ଏହାର ରକ୍ଷଣାବେକ୍ଷଣ ଓ ପାରିପାଶ୍ୱିର୍କ ଅବସ୍ଥା ଉପରେ ଗୁରୁତ୍ୱ ଦେବାରେ ବ୍ୟାପକ ଅବହେଳା କରୁଥିବା ପରିଲକ୍ଷିତ ହୁଏ । ସରକାର ପର୍ଯ୍ୟଟନର ବିକାଶକୁ ଢେର ଗୁରୁତ୍ୱ ଦେଉଥିଲାବେଳେ ରନôଗିରିର ବିକାଶ ପ୍ରତି ଅବହେଳା କରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତଥ୍ୟ ମୁତାବକ ୨୦୦୭-୦୮ ବର୍ଷରେ ୧୩,୧୩୭, ୨୦୦୮-୦୯ ବର୍ଷରେ ୧୨,୩୧୭, ୨୦୦୯-୧୦ ବର୍ଷରେ ୭,୩୭୭, ୨୦୧୦-୧୧ ବର୍ଷରେ ୮,୮୨୯, ୨୦୧୧-୧୨ ବର୍ଷରେ ୧୫,୨୯୦, ୨୦୧୨-୧୩ ବର୍ଷରେ ୨୩ ହଜାର, ୨୦୧୩-୧୪ ବର୍ଷରେ ୨୨,୧୬୯, ୨୦୧୪-୧୫ ବର୍ଷରେ ୨୨,୩୩୪, ୨୦୧୫-୧୬ ବର୍ଷରେ ୨୭,୫୭୬ ଓ ୨୦୧୬-୧୭ ବର୍ଷରେ ୨୮,୬୬୯ ଜଣ ଭାରତୀୟ ପର୍ଯ୍ୟଟକ ରନôଗିରିକୁ ଆସିଥିଲାବେଳେ ୨୦୧୧-୧୨ ବର୍ଷରେ ବିଦେଶରୁ ୪୬ ଜଣ, ୨୦୧୨-୧୩ ବର୍ଷରେ ୧୦୮ ଜଣ, ୨୦୧୩-୧୪ ବର୍ଷରେ ୨୧୮ ଜଣ, ୨୦୧୪-୧୫ ବର୍ଷରେ ୩୨୦ ଜଣ, ୨୦୧୫-୧୬ ବର୍ଷରେ ୨୩୪ ଜଣ ଓ ୨୦୧୬-୧୭ ବର୍ଷରେ ୩୬୬ ଜଣ ବିଦେଶୀ ପର୍ଯ୍ୟଟକ ରନôଗିରିକୁ ପର୍ଯ୍ୟଟକ ଭାବେ ଆସିଥିବା ଜଣାଯାଏ । ତଥ୍ୟ ଅନୁଯାୟୀ ଦିନକୁ ଦିନ ରନôଗିରିକୁ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟାରେ ଦୃତ ବୃଦ୍ଧି ଘଟୁଛି । ହେଲେ ପର୍ଯ୍ୟଟନ ବିଭାଗ ଏହି ସ୍ଥାନକୁ ଆହୁରୀ ମନୋରମ କରି ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାରେ ଢେର ଅବହେଳା କରୁଥିବା ଅଭିଯୋଗ ହୋଇଛି । ବିଭିନ୍ନ ବୈାଦ୍ଧ କିର୍ତିରାଜୀର ସୁରକ୍ଷା ପାଇଁ ନିର୍ମିତ ହୋଇଥିବା ତାରବାଡ ବିଭିନ୍ନ ସ୍ଥାନରେ ଭାଙ୍ଗିଯିବା ସହିତ ସେହି ବାଟ ଦେଇ ପର୍ଯ୍ୟଟକ ମାନେ ଗତାଗତ କରୁଛନ୍ତି । ଫଳରେ ପର୍ଯ୍ୟଟକ ମାନଙ୍କ ନିକଟରୁ ଆଦାୟ ହେଉଥିବା ଶୁଳ୍କ ପର୍ଯ୍ୟଟନ ବିଭାଗ ହରାଉଛି । ବିଭିନ୍ନ ସ୍ଥାନରେ ତାରବାଡ ଭାଙ୍ଗିଯିବା ଦ୍ୱାରା ବିଭିନ୍ନ ସ୍ଥାନରେ ଗାଈ ଛେଳି ପଶି ବିଭିନ୍ନ ମୂଲ୍ୟବାନ ଗଛକୁ ନଷ୍ଟ କରୁଛନ୍ତି । ପହାଡ ଭିତରେ ଅଳିଆ ଆବର୍ଜନା ପଡିରହିବା ସହିତ ସ୍ୱଚ୍ଛତା ଉପରେ ବିଭାଗୀୟ ଗୁରୁତ୍ୱ ରହୁନାହିଁ । ଅନ୍ୟ ପକ୍ଷରେ ଏହି ପର୍ବତ ପାଦ ଦେଶରୁ ବିଭିନ୍ନ ସମୟରେ ବିରଳ ମୁର୍ତି ଚୋରି ହେବାର ନଜିର ରହିଥିଲାବେଳେ ରନôଗିରିର ବିରଳ ମୁର୍ତି କେତେବେଳେ ମୁର୍ତି ଚୋରଙ୍କ ଦ୍ୱାରା ଚୋରି ହେବା ମଧ୍ୟ ବିଚିତ୍ର ନୁହେଁ । ପାହାୃର ସୁରକ୍ଷା ବ୍ୟବସ୍ଥା ଢିଲା ପଡିଥିଲାବେଳେ ବିଭିନ୍ନ ବିରଳ ମୁର୍ତିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାର ପର୍ଯ୍ୟଟନର ବିକାଶକୁ ଗୁରୁତ୍ୱ ଦେଇ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଥିଲାବେଳେ ବିଶ୍ୱ କିର୍ତିରାଜୀ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରନôଗିରିର ବିକାଶ ସହିତ ପର୍ଯ୍ୟଟକମାନଙ୍କୁ ଅଧିକ ଆକୃଷ୍ଟ କରିବାକୁ ଆହୁରି ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିବାକୁ ପଦକ୍ଷେପ ନେବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି

Leave a Reply

Your email address will not be published. Required fields are marked *