ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ

ପୁରୀ,୧୨/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ବିଶ୍ୱ ପ୍ରାଥମିକ ଚିକିତ୍ସା। ଚିକିତ୍ସା ଦିବସ ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା କିପରି କରାଯିବ ସେ ସମ୍ପର୍କରେ ସଚେତନ କରାଯିବା ସହ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ରେଡ୍କ୍ରସ ଆଜୀବନ ସଦସ୍ୟା ଗୀତାଞ୍ଜଳୀ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ଛାତ୍ରୀମାନଙ୍କୁ ବିଭିନ୍ନ ଘରୋଇ ଦୁର୍ଘଟଣାରେ ଚିକିତ୍ସାଳୟକୁ ଯିବା ପୂର୍ବରୁ କିପରି ପ୍ରାତମିକ ଚିକିତ୍ସା କରାଯାଇ ପାରିବ। ସେ ସମ୍ପର୍କରେ ଅଭିନୟ ସହ ଶିକ୍ଷା ପ୍ରଦାନ କରାଯାଇଥିଲା। ସାମ୍ବାଦିକ ବିଜୟ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରାଥମିକ ଚିକିତ୍ସା ଘରେ ଗୃହିଣୀମାନେ ଜାଣିଲେ ବହୁ ଉପକାର ଆସିବା ସହ ଛାତ୍ରୀମାନେ ଏହାକୁ ଜାଣି ଘରେ ଫାଷ୍ଟଏଡ୍ କିଟ୍ ରଖିବା ପାଇଁ ପରାମର୍ଶ ଦେଇଥିଲେ। ରେଡକ୍ରସର ସ୍ୱେଚ୍ଛାସେବୀ ମଧୁମିତା ମହାପାତ୍ର ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରାଥମିକ ଦୁର୍ଘଟଣାର ସଫଳ ଚିକିତ୍ସା ଘରେ କିପାରି ସମାପନ କରି ଡାକ୍ତରଖାନାକୁ ନେବ ସେ ସମ୍ପର୍କରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଶୁକ୍ଲା ରାୟ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ମଞ୍ଜୁଲତା ବେହେରା ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପଙ୍କଜିନୀ ମହାନ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ବୈଶାଳୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *