ବିଶ୍ୱ ପରିବେଶ ସୁରକ୍ଷା ସପ୍ତାହ ୨୦୧୮

ପୁରୀ:୩୧ ମଇ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ସୁରକ୍ଷା ପରିଷଦ ପକ୍ଷରୁ ପ୍ରତିବର୍ଷ ପରି ଚଳିତବର୍ଷ ବିଶ୍ୱ ପରିବେଶ ସୁରକ୍ଷା ସପ୍ତାହ ୨୦୧୮ ମଇମାସ ୩୦ତାରିଖ ଠାରୁ ଆରମ୍ଭ ହୋଇ ଜୁନ ମାସ ୫ତାରିଖ ଦିନ ବିଶ୍ୱ ପରିବେଶ ଦିବସ ଅବସରରେ ଉଦ୍ୟାପିତ ହେବ। ଆଜି ଆୟୋଯଜିତ ଉଦଘାଟନ ଉତ୍ସବ ଜିଲ୍ଲା ସଂସ୍କୁତି ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଯୋଗ ଦେଇ କହିଲେ ବର୍ତମାନ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃର୍ଦ୍ଧି ଯୋଗୁ ମେରୁ ଅଂଚଳ ତିବ୍ରଭାବେ ତରଳି ସମୁଦ୍ରପତନ ବୃର୍ଦ୍ଧି ପାଉଛି। ସାମାଜିକ ସଚେତନା ଓ ଜନଜାଗରଣ ପାଇଁ ପରିବେଶ ବିପର୍ଯ୍ୟୟକୁ ରୋକିବା ପାଇଁ ସରକାରୀ ପାଠ୍ୟପୁସ୍ତକରେ ବୃକ୍ଷରୋପଣକୁ ସ୍ଥାନିତ କରିବାପାଇଁ ସରକାରଙ୍କ ନିକଟରେ ଉପସ୍ଥାପନା କରିଥିଲେ। ମୁଖ୍ୟବକ୍ତା ଭାବେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅବସାର ପ୍ରାପ୍ତ ସଚିବ ଡ଼ାକ୍ତର ଭାଗିରଥୀ ବେହେରା ଯୋଗଦେଇ କହିଲେ ସ୍ୱାଧୀନତା ପରେ ଓଡ଼ିଶାରେ ଥିବା ୩୭% ଜଙ୍ଗଲରୁ ଅଦ୍ୟାବଧି ୨୦% କମ୍ ଜଙ୍ଗଲ କ୍ଷୟ ଘଟିଲାଣି। ପରିବେଶ ବିଭାଗର ଅଫିସର ମାନଙ୍କର ଖାମଖିଆଲି ଓ ଶୋଷଣ ନୀତି ଯୋଗୁ ଜଙ୍ଗଲ ସୃଷ୍ଠି କେବଳ କାଗଜ କଲମରେ ସୀମିତ। ଅନ୍ୟମାଙ୍କ ମଧ୍ୟରେ ପୈାର କାର୍ଯ୍ୟ ନିର୍ବାହି ସିକାନ୍ତ ତରାଇ, ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ମଂଚାସିନ ଥିଲେ। ପରିଷଦର କାର୍ଯ୍ୟକାରୀ ସଭାପତି ତଥା ଉପନଗରପାଳ ଶାନ୍ତିଲତା ପ୍ରଧାନ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ପ୍ରରମ୍ଭରେ ସୁରେକ୍ଷା ପରିସଦର ସମ୍ପାଦକତଥା ସାମ୍ବାଧିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ବର୍ଣ୍ଣନା କରିଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜକ ଶିବନାରାୟଣ ସ୍ୱାଗତ ଭାଷଣ ଦେଇଥିଲେ। ଅଶୋକ କୁମାର ଆଡ଼୍ୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *