ଜିଲ୍ଲା ପରିକ୍ରମା

ବିଶ୍ୱ ପରିବେଶ ଦିବାସ ପାଳିତ

ଖଡିଆଳ/ନୂଆପଡା-୦୬.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ ତାଲୁକ ଆଇନସେବା ସମିତି ପକ୍ଷରୁ କୋର୍ଟ ପରିସରରେ ବିଶ୍ୱ ପରବେଶ ଦିବସ ପାଲିତ ହୋଇଯାଇଛି। ପ୍ରଥମେ ଏକ ସଚେତନତା ଶୋଭାଯାତ୍ରା ପରେ ଆୟୋଜିତ ସଭାରେ ତାଲୁକ ସ୍ତରୀୟ ଆଇନସେବା ଚ୍ୟାରମେନ ତଥା ସବ ଜଜ୍ ସଂଘମିତ୍ରା ଦାଶ ସଭାପତିତ୍ୱ କରି ପରିବେଶ ଜନିତ ଆଇନ ଆକ୍ଟ ଉପରେ ଆଲୋକପାତ କରିଥିଲେ। ଆଇନଜିବୀ ସେବା ସମିତି ସଦସ୍ୟ ମେଜର ଡ. ରାମଚନ୍ଦ୍ର ମିଶ୍ର ଖଡିଆଳ ବନାଞ୍ଚଳ ଅଧିକାରୀ ସୁନାନୀ ପରିବେଶ ପ୍ରଦୂଷଣ ର ବିଭିନ୍ନ କାରଣ ଓ ନିରାକରଣ ପଳିଥିନ ମୁକ୍ତ ପାଇଁ ଆହ୍ୱାନ କରିଥିଲେ। ଏଥିରେ ଜଙ୍ଗଲ ବିଭାଗ କର୍ମଚାରୀ, ବନସୁରକ୍ଷା କମିଟୀ ସଦସ୍ୟ ସମେତ ନିମନ୍ତ୍ରିତ ଖଡିଆଳର ବୁଦ୍ଧିଜିବୀ ମାନେ ଉପସ୍ଥିତ ଥିଲେ। ଶେଷରେ ଫରେଷ୍ଟର ଦୁଯ୍ୟୋଧନ ଦିକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ। ସେହି ପରି ଖଡିଆଳ ର ବିଭିନ୍ନ ଅନୁଷ୍ଠାନ ସାଓଲିନ କ୍ଲବ, ପଞ୍ଚସଖା ଯୁବକ ସଂଘ ବାଦୀ ପକ୍ଷରୁ ଆଜି ବିଶ୍ୱ ପରିବେଶ ଦିବସ ପାଲିତ ହୋଇଛି। ଏହି ଉପଲକ୍ଷେ ଏକ ସଚେତନ ଶୋଭାଯାତ୍ର ଖଡିଆଳ ନଗର ପରିକ୍ରମା କରିଥିବା ବେଳେ ପରିବେଶ ପ୍ରଦ୍ୟୁଷଣ ରୋକିବା ପାଇଁ ନାଗରିକ ଆଗେଇ ଆସିବା ସହ ମୁଖ୍ୟତ ପ୍ଳାଷ୍ଟିକ ବର୍ଜନ ପାଇଁ ଜନତାକୁ ଆହ୍ୱାନ କରିଛନ୍ତି। ଖଡିଆଳ ଆମ୍ବେଦକର ଚୌକଠାରୁ ସରକାରୀ ଆଇଆଇଟି, ଖଡିଆଳ ସ୍ୱଂୟ ଶାସିତ ବିଦ୍ୟାଳୟ ଛାତ୍ର ଛାତ୍ରୀମାନେ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିବା ବେଳେ ଖଡିଆଳ କଲେଜ ପରିସର ମଧ୍ୟରେ ପହଂଚି ସେଠାରେ ବୃକ୍ଷ ରୋପଣ କରିଛନ୍ତି। ପ୍ରତ୍ୟେକ ପରିବାର ପ୍ଲାଷ୍ଟିକ ବର୍ଜନ ପାଇଁ ସଂକଳ୍ପ ନେବା ଆବଶ୍ୟକ ରହିଅଛି। ଆଜିର ଦିନରେ ପ୍ରଦ୍ୟୁଷଣ ନିୟନ୍ତ୍ରଣ ପାଇଁ ପ୍ଲାଷ୍ଟିକ ବର୍ଜନ ନେଇ ଏକ ଆଇନ ଆବଶ୍ୟକ ରହିଥିବା ବେଳେ ପ୍ଳାଷ୍ଟିକ କମ୍ପାନୀକୁ ବନ୍ଦ କରିବା ନିତାନ୍ତ ଜରୁରୀ ଅଟେ। ଛାତ୍ର ଛତ୍ରୀମାନେ ଏହି ବାର୍ତ୍ତାକୁ ଗ୍ରାମ ଗ୍ରାମ ପଂହଚାଇବା ସହ ସହରଠୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ପ୍ଳାଷ୍ଟିକ ବର୍ଜନ କରିବା ଦରକାର ବୋଲି ବୁଦ୍ଧିଜିବୀ ମାନେ ମତବ୍ୟକ୍ତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top