ଓଡ଼ିଶା

ବିଶ୍ୱ ପରିବେଶ ଦିବସ ପାଳନ ପ୍ରହସନ! ଧ୍ୱନୀ ପ୍ରଦୂଷଣରୁ ନିସ୍ତାର ନାହିଁ

ରାଉରକେଲା ୭ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ପ୍ରତିବର୍ଷ ପରି ଚଳିତ ବର୍ଷ ଜୁନ ୫ ତାରିଖରେ ସାରା ବିଶ୍ୱରେ ପାଳିତ ହୋଇଯାଇଛି ବିଶ୍ୱ ପରିବେଶ ଦିବସ। ଓଡ଼ିଶାର ଶିଳ୍ପ ରାଜଧାନୀ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ମଧ୍ୟ ଏହି ଦିବସ ବିଭିନ୍ନ ସାମାଜିକ ସଂସ୍ଥା ପକ୍ଷରୁ ଯାକଯମକରେ ପାଳନ କରାଯିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ମାତ୍ର ଏହି ଦିବସ ପାଳନ କେବଳ କାଗଜ କଲମରେ ପାଳନ ହେଉଥିବା ସ୍ପଷ୍ଟ ବାରି ହୋଇ ପଡୁଛି। ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ରହିଛି ବିଭିନ୍ନ ଛୋଟ ବଡ କଳ କାରଖାନା। ଏହି ସବୁ କାରଖାନାରୁ ନିର୍ଗତ ହେଉଥିବା ବିଷାକ୍ତ ଗ୍ୟାସ ଦ୍ୱାରା ପରିବେଶ ପ୍ରଦୂଷିତ ହେଉଛି। ଯାହାର ନିରାକରଣ ଶୂନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହିପରି ସାରନଗରୀ ଅଂଚଳରେ ଦିନକୁ ଦିନ ଶଦ୍ଦ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି। ଶଦ୍ଦ ପ୍ରଦୂଷଣରେ ଏଠାରେ ବସବାସ କରୁଥିବା ବାସିନ୍ଦା ନୟାନ୍ତ ହୋଇ ପଡିଲେଣି। ସାରନଗରୀରେ ବହୁ ଦୁଇ ଚକିଆ ଓ ଚାରିଚକିଆ ଯାନ ଚଳାଚଳ କରୁଛି। ଏହି ଯାନ ଗୁଡିକରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ପରିବେଶ ମାତ୍ରାଧିକ ପ୍ରଦୂଷିତ ହେଉଛି। ସେହପରି ଅସାମାଜିକ ଯୁବକ ମାନେ ସେମାନେ ବ୍ୟବହାର କରୁଥିବା ଦୁଇ ଚକିଆ ଯାନରେ ବିଭିନ୍ନ ପ୍ରକାର ଉଚ୍ଚ ଶକ୍ତି ସମ୍ପନ୍ନ ହର୍ଣ୍ଣ ବ୍ୟବହାର କରିବା ଯୋଗୁ ଶଦ୍ଦ ପ୍ରଦୂଷଣ ବଢୁଛି। ଅପରପକ୍ଷରେ ପ୍ରଦୂଷଣ ବିଭାଗ ପକ୍ଷରୁ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ଏଯାଏ ଗ୍ରହଣ କରାଯାଇ ନାହିଁ। ଫଳରେ ପ୍ରଦୂଷଣର ମାତ୍ରା କମିବାର ନାଁ ନେଉନାହିଁ। ସାରନଗରୀ ଠାରୁ କିଛି ଦୂର ଜଲଦା, ଲାଠିକଟା ଆଦି ଅଂଚଳରେ ବେଆଇନ କ୍ରସର ଚାଲୁଛି। ପଥର ଗୁଡିକ ବିସ୍ପୋରଣ ହେବା ଯୋଗୁ ଶଦ୍ଦ ପ୍ରଦୂଷଣ ସୃଷ୍ଟି ହେଉଛି। ଏପରିକି ବିସ୍ପୋରଣ ଦ୍ୱାରା ଲୋକ ମାନଙ୍କର ଘରର କାନ୍ଥରେ ମଧ୍ୟ ଫାଟ ସୃଷ୍ଟି ହେଉଥିବାର ଅଭିଯୋଗ ହୋଇଛି। ସାରନଗରୀ ରାଜରାସ୍ତା ଦେଇ ଏକ ଘରୋଇ କମ୍ପାନୀର ଭାରୀଯାନ ଚଳାଚଳ କରୁଛି। ସେହି ଯାନ ଗୁଡିକରୁ ନିର୍ଗତ ଧୂଆଁ ଦ୍ୱାରା ପରିବେଶ ପ୍ରଦୂଷିତ ହେଉଛି। ବର୍ତମାନ ଚାଲିଛି ବିବାହ ରୁତୁ। ବରଯାତ୍ରୀ ଯିବା ସମୟରେ ବିଭିନ୍ନ ପ୍ରକାର ଉଚ୍ଚଶକ୍ତି ସମ୍ପନ୍ନ ଡିଜେ ବ୍ୟବହାର କରୁଥିବାରୁ ଅଯଥାରେ ଶଦ୍ଦ ପ୍ରଦୂଷଣ ସୃଷ୍ଟି ହୋଇ ଲୋକଙ୍କ ସ୍ୱାସ୍ଥ୍ୟ ହାନି ହେବାର କାରଣ ପାଲଟିଛି। ଶଦ୍ଦ ପ୍ରଦୂଷଣ ଦ୍ୱାରା ହୃଦଘାତ ଜନିତ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ବଂଚିବା କଷ୍ଟକର ବ୍ୟାପାର ହୋଇ ପଡିଛି। ସ୍ଥାନୀୟ ପୁଲିସ ପକ୍ଷରୁ ମଧ୍ୟ ଡିଜେ ବଜାଇବା ଉପରେ କୌଣସି ପ୍ରତିବନ୍ଧକ ଲଗାଯାଉ ନାହିଁ, ଯାହା ଫଳରେ ଖୁଲମଖୁଲ୍ଲା ଭାବେ ଡିଜେ ବାଜିବା ସ୍ପଷ୍ଟ ପରିଲିକ୍ଷିତ ହେଉଛି। ସାରନଗରୀରେ ବାୟୁ ପ୍ରଦୂଷଣ ଉପରେ ରୋକ ଲଗାଇବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ଉପସ୍ଥାପନ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top