ଜିଲ୍ଲା ପରିକ୍ରମା

ବିଶ୍ୱ ଧରିତ୍ରୀ ଦିବସ ପାଳିତ

ପୁରୀ, ୨୨/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ବନବିଭାଗ ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଛି ବିଶ୍ୱ ଧରିତ୍ରୀ ଦିବସ। ଏହି ଅବସରରେ ପଲିଥିନ ମୁକ୍ତ ବିଶ୍ୱ ବାର୍ତ୍ତା ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସିଂହଦ୍ୱାରରେ ସମ୍ମୁଖରେ ଏହି ଶୋଭାଯାତ୍ରାକୁ ଗ୍ରାମୀୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝୀ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ଲାକାର୍ଡ ଧରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଗଦାଧର ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ପରୀପ୍ରେକ୍ଷୀରେ ଆୟୋଜିତ ସଚେତନ ସଭାରେ ଅଧ୍ୟକ୍ଷତା କରି ଡିଏଫଓ ହର୍ଷବର୍ଦ୍ଧନ ଉଦଗାତା କହିଲେ ଯେ ୧୯୭୦ ମସିହାରେ ଆମେରିକାରେ ଏପ୍ରିଲ ୨୨ ତାରିଖରେ ଧରିତ୍ରୀ ଦିବସ ପାଳନ ଆରମ୍ଭ କରାଯାଇଥିଲା। ମାଟି ମା’ର ସୁରକ୍ଷା ଓ ପୃଥିବୀକୁ ପ୍ରଦୂଷଣ ମୁକ୍ତ ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଇଛି ବୋଲି ଏଥିରେ ସୂଚନା ଦେଇଥିଲେ। ପ୍ରାରମ୍ଭରେ ସୁରେନ୍ଦ୍ର କୁମାର ଦାସ ଦିବସ ପାଳନ ଆଭିମୁଖ୍ୟ ସଂପର୍କରେ ସମ୍ୟକ ସୂଚନା ଦେବା ସହ ପ୍ରତ୍ୟେକ ମାଟି ମା’ର ସୁରକ୍ଷା ପାଇଁ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ। ଗଦାଧର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶିଲ କୁମାର ବ୍ରହ୍ମା ଅତିଥୀଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥୀ ଭାବେ ଯୋଗ ନେଇ କହିଥିଲେ ଯେ ଧରିତ୍ରୀ ବଂଚିଲେ ଆମେ ବଂଚିବା। ପ୍ଲାଷ୍ଟିକର ଅପକାରିତା ସଂପର୍କରେ ପ୍ରତ୍ୟେକ ବୁଝିବା ଦରକାର। ପୃଥିବୀର ଅବକ୍ଷୟକୁ ରୋକା ନଗଲେ ତାହା ଆଗାମୀ ଦିନରେ ବଡ ବିପଦ ସୃଷ୍ଟି କରିବ। ଜଙ୍ଗଲ ସୁରକ୍ଷିତ ହେଲେ ପୃଥିବୀ ସୁରକ୍ଷିତ ରହିବ। ବ୍ୟାପକ ବୃକ୍ଷରୋପଣ ଦ୍ୱାରା ହିଁ ପ୍ରକୃତି ସୁରକ୍ଷିତ ହୋଇପାରିବ। ଆଗାମୀ ଦିନରେ ଏହା ପଲିଥିନ ମୁକ୍ତ ବିଶ୍ୱ ଗଠନ ଦିଗରେ ପ୍ରତ୍ୟେକ ଯତ୍ନବାନ ହେବାକୁ ଆହ୍ୱାନ ଦେଇଥିଲେ। ପକ୍ଷୀ ବିଶାରଦ ଆକାଶ ରଂଜନ ରଥ, ଶିକ୍ଷାବିତ ବିଜୟ ଦାସ, ଏସିଏଫ ରବି ନାରାୟଣ ମହାପାତ୍ର, ପ୍ରସନ୍ନ ସ୍ୱାଇଁ, ସରୋଜ ମହାନ୍ତି, କାହ୍ନୁଚରଣ ସେଠୀ, ଆଦିତ୍ୟ ମିଶ୍ର, ସହକାରୀ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜିତେନ୍ଦ୍ରୀୟ ଜେନା ସଭାରେ ମଂଚାସୀନ ଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସପଂର୍କ ଅଧିକାରୀ ମାନସ ରଂଜନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରରେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top