ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ

ପୁରୀ, ୧୫/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ବିଶ୍ୱଖାଉଟି ଅଧିକାର ଦିବସରେ ସଚେତନତା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରଚନା ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଦିବସ ଅବସରରେ ଜିଲ୍ଲା ସ୍କୁଲ ଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପୁରୀ ଜିଲ୍ଲା ଯୋଗାଣ ଅଧିକାରୀ ତୁସାରକାନ୍ତ ଦେଓ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଖାଉଟି କଲ୍ୟାଣବାର୍ତ୍ତା ମାଧ୍ୟମରେ ଡିଜିଟାଲ ବଜାର ଉପୋଭୋକ୍ତାଙ୍କ ନଜର ଉପରେ ଆଲୋକପାତ କରିଥିଲେ। ପୁରୀ ଜିଲ୍ଲାର ମାପ ଓ ଓଜନ ବିଭାଗର ସହକାରୀ ନିୟନ୍ତ୍ରକ ଗୋପାଳ ସାମନ୍ତରାୟ ଖାଉଟି ମାନଙ୍କୁ ଜିନିଷ କିଣିବାରେ ରସିଦ ମାଗିବା ନିର୍ମାଣ ତାରିଖ ଓ ଏକ୍ସପାରି ଅବଧୀ ଦେଖିବା ଉପରେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ଶିଶୁ କଲ୍ୟାଣ ସଭ୍ୟ, ଆଇନଜୀବୀ ବିଜୟ କୁମାର ମିଶ୍ର, ଉପୋଭୋକ୍ତା ସୁରକ୍ଷା ଆଇନ ୧୯୮୬ ଉପରେ ବିସଦଭାବେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ପୁରୀ ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମନୋରମା ଦାସ ଅତିଥୀ ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିବା ସହ ଖାଉଟି କଲ୍ୟାଣ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ଶିଶୁର ହସିଲେ, ଶିଶୁ ଜାଣିଲେ ଦେଶ ଜାଣିବ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ। ସ୍ୱଛାସେବୀ ଅନୁଷ୍ଠାନ ନିହିଡାର ସଂପାଦକ ଭକ୍ତବିହାରୀ ମିଶ୍ର ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଥିଲେ। ବିଜୟ କୁମାର ପ୍ରଧାନ, ବିଦ୍ୟାଧର ମିଶ୍ର, ଅରୁଣ ଭଟ୍ଟାଚାର୍ଯ୍ୟ, ଗୋପାଳ ଚନ୍ଦ୍ର ପରିଡା, ଜ୍ୟୋତି ରଂଜନ ନେହୂର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *