ଓଡ଼ିଶା

ବିଶ୍ୱ ଓଡ଼ିଆ ସମ୍ମିଳନୀର ତୃତୀୟ ପ୍ରସ୍ତୁତି ବୈଠକ

କୋଲକାତା ୨୯ ମଇ (ଓଡ଼ିଆ ପୁଅ) ବିଶ୍ୱ ଓଡ଼ିଆ ସମ୍ମିଳନୀର ତୃତୀୟ ପ୍ରସ୍ତୁତି ବୈଠକ, ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମୁରଲୀ ମନୋହର ଶର୍ମାଙ୍କ ପୌରହିତ୍ୟରେ କୋଲକାତାର ପ୍ରିନସଟନ୍ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାତା ରାଜକିଶୋର ରାଜଙ୍କ ସ୍ବପ୍ନକୁ ଚରିତାର୍ଥ କରିବାକୁ ଦ୍ବିତୀୟ ବିଶ୍ୱ ଓଡ଼ିଆ ସମ୍ମିଳନୀର ଅତିଥ ତଥା ପୂର୍ବତନ ଉପରାଷ୍ଟ୍ରପତି କୃଷ୍ଣକାନ୍ତଙ୍କ ପ୍ରସ୍ତାବନାନୁଯାୟୀ ଆସନ୍ତା ଜୁଲାଇ ୨୮ ଓ ୨୯ ତାରିଖରେ ଦିଲ୍ଲୀର ଆନ୍ତର୍ଜାତୀକ ଡଃ ଆମ୍ବେଦକର ପ୍ରତିଷ୍ଠାନ ଠାରେ ବିଶ୍ୱ ଓଡ଼ିଆ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଶ୍ରୀ ଶର୍ମା ସୂଚନା ଦେଇଥିଲେ। ଏହି ବୈଠକରେ ଓଡିଶା, ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ କୋଲକାତା ସମେତ ଅନ୍ୟାନ୍ୟ ପ୍ରବାସୀ ଓଡ଼ିଆଙ୍କ ପ୍ରତିନିଧବୃନ୍ଦ ଅଂଶଗ୍ରହଣ କରିଥିଲେ। ଆସନ୍ତା ବିଶ୍ୱ ଓଡ଼ିଆ ସମ୍ମିଳନୀରେ ଆଲୋଚିତ ହେବାକୁ ଥିବା ନିମ୍ନ ପ୍ରଦତ୍ତ ୧୧ଟି ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା। ବିଶ୍ୱ ଓଡ଼ିଆ ସମ୍ମିଳନୀର ୧୧ଟି ମନ୍ତ୍ର ଯଥା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ପଦକ୍ଷେପ, ଭାରତୀୟ ସେନାରେ କଳିଙ୍ଗ ରେଜିମେଣ୍ଟ ଗଠନ ପାଇଁ ପ୍ରସ୍ତାବ, ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଦାବି ଉପସ୍ଥାପନ ତଥା ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ପର୍ଯ୍ୟଟନ କ୍ଷେତ୍ରଗୁଡିକର ଉନ୍ନତିକରଣର ଆବଶ୍ୟକତା ରହିଛି। କୃଷି ଓ କୃଷକର ଉନ୍ନତିପାଇଁ ଭିତ୍ତିଭୂମି ବିକାଶ ନିତାନ୍ତ ଜରୁରୀ ଅଟେ। ଜଳ, ଜଙ୍ଗଲ, ଜମି, ତଟରେଖା, ଖଣିଜସମ୍ପଦ ଓ ମାନବସମ୍ବଳର ସଦୁପୋଯୋଗ ଦ୍ବାରା ରାଜ୍ୟର ବ୍ୟାପକ ଅର୍ଥନୈତିକ ବିକାଶ ହୋଇପାରିବ। ଓଡ଼ିଶା ବିଶ୍ଵ ଖଣିଜ ପଦାର୍ଥର ମୂଲ୍ୟ ନିର୍ଦ୍ଧାରକ ବଜାର ହୋଇପାରିବ। ବିଚ୍ଛିନ୍ନାଞ୍ଚଳକୁ ଓଡିଶା ମାନଚିତ୍ରରେ ଯୋଡିବାକୁ ଉଦ୍ୟମର ଆବଶ୍ୟକତା ରହିଛି। ମୃତ ନଦୀଗୁଡିକର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯିବା ଉଚିତ୍। ଓଡ଼ିଆ ଭାଷାକୁ ଏକ ଉପାର୍ଜନକ୍ଷମ ଭାଷାରେ ପରିଣତ କରିବାକୁ ଉଦ୍ୟମ ସହ ଆମ ଭାଷାର ବିକାଶକୁ ଏକ ଗଣଆନ୍ଦୋଳନରେ ରୂପାନ୍ତରୀତ ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଆବଶ୍ୟକ ଅଟେ। ପ୍ରବାସରେ ବସବାସ କରୁଥିବା ଓଡ଼ିଆ ଦାଦନ ଶ୍ରମିକ ମାନଙ୍କର ଉତ୍କଟ ସମସ୍ୟା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଦେଶର ବିଭିନ୍ନ ମହାନଗରରେ ଓଡ଼ିଶା ଭବନ ଓ ଅତିରିକ୍ତ ଓଡିଶା ଭବନର ନିର୍ମାଣ ପାଇଁ ପ୍ରସ୍ତାବ ରଖାଯାଇଥିଲା। ଓଡିଶା ବାହାରେ ଦେଶବିଦେଶରେ ଓଡିଶାର ଉପସ୍ଥିତି, ପରିଚିତି ଓ ପାରଦର୍ଶିତାକୁ ପ୍ରତିପାଦିତ କରିବା ନିମନ୍ତେ ଓଡ଼ିଶାର ବରପୁତ୍ରମାନଙ୍କର ପ୍ରତିମୁର୍ତ୍ତିମାନ ସ୍ଥାପନ, ସେମାନଙ୍କ ନାମରେ ରାସ୍ତା, ଭବନ ଇତ୍ୟାଦିର ନାମକରଣପାଇଁ ମତ ପ୍ରକାଶ ପାଇଥିଲା। ସେହିପରି ପ୍ରବାସରେ ଓଡ଼ିଆ ଅଧ୍ୟଷିତ ଇଲାକାରେ ଓଡିଆ ସ୍କୁଲ୍‌ତଥା ଓଡିଶା ସାଂସ୍କୃତିକ କେନ୍ଦ୍ରମାନ ସ୍ଥାପନପାଇଁ ବ୍ୟାପକ ପଦକ୍ଷେପ ଲାଗି ବୈଠକରେ ନିଷ୍ଣରି ନିଆଆଇଥିଲା। ଓଡ଼ିଶାରେ ବେକାରୀ ସମସ୍ୟା ଓ ସମାଧାନ ଦିଗରେ ପଦକ୍ଷେପ ନେବା ଜରୁରୀ ଥିବାରୁ ଆସନ୍ତା ସମ୍ମିଳନୀରେ ଏହା ଆଲୋଚିତ ହେବାକୁ ଘୁରିକୃତ ହେଲା।

ସମ୍ମିଳନୀର ଦିଲ୍ଲୀ ଅଧବେଶନ ପାଇଁ ଉପଦେଷ୍ଟା ଭାବେ ଅମରେନ୍ଦ୍ର ଖଟୁଆ, ନିହାର ରଞ୍ଜନ ସାମନ୍ତରା, ସୁବାସ ଗନ୍ତାୟତ, ପିତାମ୍ବର ବାରିକ, ଆୟୋଜନ କମିଟୀର ସହ ଅଧ୍ୟକ୍ଷ ଭାବେ ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥାପିତା ରୂପା ଦାଶ, ପ୍ରମୁଖ ମୁଖପାତ୍ର ଭାବେ ଜଗନ୍ନାଥପ୍ରସାଦ ଉଦଗାତା, ସ୍ମରଣିକା କମିଟୀ ଅଧ୍ୟକ୍ଷ ଭାବେ କୃଷ୍ଣ ନାୟକ, ଦକ୍ଷିଣ ଭାରତର ଆବାହକ ଓ ସଂଯୋଜକ ଭାବେ ଜେକେ ନାୟକ, ସହ ଆବାହକ ଓ ସଂଯୋଜକ ଭାବେ ହରପ୍ରସାଦ ମହାପାତ୍ର, ଉତ୍ତର ଭାରତର ଆବାହକ ଓ ସଂଯୋଜକ ଭାବେ ଦିଲ୍ଲୀପ ମହାନ୍ତି, ପଶ୍ଚିମ ଭାରତର ଆବାହକ ଓ ସଂଯୋଜକ ଭାବେ ବଦ୍ରୀ ମହାପାତ୍ର, ସହ ଆବାହକ ଓ ସହ ସଂଯୋଜକ ଭାବେ ରାମପ୍ରସାଦ ମୁଦୁଲିଙ୍କୁ ମନୋନୀତ କରାଯାଇଥିବାର ଜଣାଯାଇଛି।

ଏହି ବୈଠକକୁ ଆନ୍ତଃରାଷ୍ଟ୍ରୀୟ ସଂଯୋଜକ କିଶୋର ଦ୍ବିବେଦୀ ଏବଂ ଉପାଧ୍ୟକ୍ଷ ସତ୍ୟବ୍ରତ ପଣ୍ଡା ସଂଯୋଜନା କରିଥିବାବେଳେ ସାଧାରଣ ସମ୍ପାଦକ ବିଭୁପ୍ରସାଦ ନାୟକ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ପୂର୍ବଭାରତର ସଂଯୋଜକ ପ୍ରଦୀପ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ଉପଦେଷ୍ଟା ପିତାମ୍ବର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆୟୋଜନ କମିଟୀର ଅଧ୍ୟକ୍ଷ କ୍ଷିରୋଦ କୁମାର ଯେନା, ସୌମ୍ୟଶଙ୍କର ରାଜ୍, ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ଡଃ ପ୍ରତାପ ପାଣି, ଡଃ ଏଲ୍ ଏନ୍ ତ୍ରିପାଠୀ, ତରୁଣ କୁଣ୍ଡୁ, ଖୁଦିରପୁର ଜଗନ୍ନାଥ ମନ୍ଦିର ପରିଚାଳନା କମିଟୀ ସଭାପତି ଚନ୍ଦ୍ରଶେଖର୍ ପାଣିଗ୍ରାହୀ, ଟେନିସ୍‌ ତାରକା ଦିଲିପ୍ ମହାନ୍ତି, ପ୍ରସିଦ୍ଧ ଲେଖିକା ରେଣୁକା ରଥ, ଯାଦବ ମହାସଭା ପ୍ରତିଷ୍ଠାତା ହରେକୃଷ୍ଣ ପଲାଇ, ବରିଷ୍ଠ ଆଇନଜୀବି ଅଶୋକ ଦାସ୍, ଆଧ୍ୟାତ୍ମିକ ଗୁରୁ ମନୋଜ ଖଟୁଆ, ଅସୀମ ଓଡ଼ିଶାର ମୁଖ୍ୟ ପ୍ରୋସାହକ ନିହାର ରଞ୍ଜନ ସାମନ୍ତରା, ସ୍ୱନାମଧନ୍ୟ ଚାଟାର୍ଡ ଆକାଉଣ୍ଟାଣ୍ଟ, ସୁଦର୍ଶନ ଜେନା, ଜିଏସଟି କମିସନର୍ ବିକେ ମଲିକ୍, ସୁରଟ୍ ଓଡ଼ିଆ ସମାଜ ନେତା ସୁବାସ ଗନ୍ତାୟତ୍, ପ୍ରିନସଟନ୍ କ୍ଲବର କର୍ମକର୍ତ୍ତା ସମୀର୍ ମିଶ୍ର, ଦିଲ୍ଲୀସ୍ଥିତ ଆନ୍ତର୍ଜାତିକ ଆମ୍ବେଦକର ପ୍ରତିଷ୍ଠାନର ନିର୍ଦ୍ଦେଶକ ଦେବେନ୍ଦ୍ର ମାଝି ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବୃନ୍ଦଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକଟି ସମାହିତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top