ବିଶ୍ୱ ଏଡସ ଦିବସରେ ସଚେତନତା ରାଲି

ଘଟଗାଁ,୧.୧୨(ଓଡିଆ ପୁଅ/ଭବାନୀ ପ୍ରସାଦ)- ଆଜି ବିଶ୍ୱ ଏଡସ୍ ଦିବସ ଉପଲକ୍ଷେ ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଅଧ୍ୟପକ,ଅଧ୍ୟାପିକା ମାନଙ୍କ ଦ୍ୱାରା ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା । ସମସ୍ତ କଲେଜ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ କଲେଜ ଠାରୁ ଏକ ବିଶାଳ ରାଲିରେ ବାହାରି ଘଟଗାଁ ବଜାର ପରିକ୍ରମା ସହ ବିଭିନ୍ନ ଗାଁ ବୁୁଲି ଏଡସ୍ ବାବାଦଲେ ଲୋକଙ୍କୁ ସଚେତନା କରାଇଥିଲା । ତେବେ ଜିଲ୍ଲାରେ ଗତ କିଛି ବର୍ଷ ହେବ ଏଡସ୍ ରୋଗୀଙ୍କ ସଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଏହା ଏକ ମହାମାରି ରୂପ ନେଉଥିବା ସମ୍ବାବନା ଏଡାଇ ଦିଆଯାଇପାରିବନି । ଏଡସ୍ ରୋଗର ନିରାକରଣ ପାଇଁ ପ୍ରଶାସନିକ ସ୍ତରରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିଲେ ମଧ୍ୟ ସେଗୁଡିକ ଫଳବତି ହେଉନଥିବା ଅନୁମାନ କରାଯାଉଛି । ୨୦୦୬ ମସିହାରୁ ୧୦୨୭ ମଧ୍ୟରେ ଏହି ରୋଗରେ ଆକ୍ରାନ୍ତ ହୋଇ ୫୦ରୁ ଉର୍ଦ୍ଧ ମୃତ୍ୟୁ ବରଣ କରିସାରିଛନ୍ତି । ଏଡସ୍ ରୋଗକୁ ଜିଲ୍ଲାରୁ ମୁଳପୋଛ କରିବାକୁ ହେଲେ ପ୍ରଶାସନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଏଚଆଇବି ପଜିଟିଭ୍ ବ୍ୟକ୍ତିବିଶେଷ ସର୍ବୋପରି ଜନସାଧାରଣଙ୍କୁ ସଚେତନ କରାଇବାସହ ଏଡସ୍ ରୋଗନିରାକରଣ ପାଇଁ ନିଆଯାଉଥିବା ପଦେକ୍ଷପକୁ ଆପଣେଇବାକୁ ପଡିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *