ଓଡ଼ିଶା

ବିଶ୍ୱାସ ଅବିଶ୍ୱାସର ଅନ୍ଧଗଳିରେ ମେଡିକାଲ ରେ ରୋଗୀଙ୍କୁ ଝଡାଫୁଙ୍କା

ମାଲକାନଗିରି, ୨୪ା୮ (ଓଡିଆ ପୁଅ ) ବିଜ୍ଞାନ ଯେତେ ଆଗଉଛି ଅତ୍ୟାଧୁନିକ ଯୁଗର ସଭ୍ୟଶିକ୍ଷିତ ସମାଜର ମଣିଷମାନେ ସେତେ କୁସଂସ୍କାର ଅନ୍ଧ ବିଶ୍ବାସରେ ଛନ୍ଦି ହୋଇ ଯାଉଛନ୍ତି। ମାନିଲେ ଠାକୁର ନ ମାନିଲେ ପଥର ପ୍ରବାଦ ପରି ବିଶ୍ୱାସ ଅବିଶ୍ୱାସର ଅନ୍ଧଗଳିରେ ଏବେ ବି ଝଡାଫୁଙ୍କା, ଲୁହା ଚେଙ୍କ, ଗୁଣି ଗାରେଡି କୁ ଭୁଲିପାରିନାହାଁନ୍ତି ଏହି ସଭ୍ୟ ଶିକ୍ଷିତ ସମାଜର ମଣିଷମାନେ। ରୋଗ ଭଲହେବା ପାଇଁ ହସପିଟାଲ ବେଡରେ ଡାକ୍ତରି ଚିକିତ୍ସା ହେଉଥିବା ବେଳେ ଝଡାଫୁଙ୍କା ଗୁଣି ମନ୍ତ୍ରକୁ ଏବେ ବି ବିଶ୍ବାସ କରୁଛନ୍ତି କିଛି ରୋଗୀ।ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଆଜି ମାଲାକନଗିରି ଜିଲ୍ଲାସଦର ହସପିଟାଲରେ। ହସପିଟାଲର ବିଭିନ୍ନ ବିଭାଗର ବେଡ ରେ ରହି ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କ ନିକଟକୁ ଜଣେ ବୃଦ୍ଧା ଯାଇ ସେମାନଙ୍କୁ ତେଲ ମାଲିସ କରି କିଛି ମନ୍ତ୍ରଉଚାରଣ କରୁଥିଲେ। ଏହି ବୃଦ୍ଧା ଜଣଙ୍କୁ ପଚାରା ଯିବାରୁ ସେ ଗତ ୧୦ବର୍ଷହେଲା ବିଭିନ୍ନ ପ୍ରକାର ଅସାଧ୍ୟ ରୋଗକୁ ତେଲମନ୍ତ୍ର କରି ରୋଗୀର ଦେହରେ ମାଲିସ କରିଥାନ୍ତି। ଏହା ଦ୍ୱାରେ ଶତାଧିକ ରୋଗୀ ଭଲ ହୋଇଥିବାର ସେ କୁହନ୍ତି। ତେଲ ମନ୍ତ୍ରକରି କିଛି ରୋଗୀଙ୍କୁ ଝାଡିଦେବା ପରେ ସେମାନଙ୍କର କଷ୍ଟ ଯନ୍ତ୍ରଣା କମିଯାଇଥିବାର ରୋଗୀମାନେ କହିଥିଲେ। ଏହି ବୃଦ୍ଧାଙ୍କ ନିଜ ଘର ମାଲାକନଗିରି ଜିଲ୍ଲା ତଣ୍ଡିକି ପଚାଂୟତ ବରୁଦି ଗ୍ରାମକୁ ଲାଗିଥିବା ଛତିଶଗଡ ସୀମାନ୍ତ ବଡବଦୁରୁଦି ଗ୍ରାମରେ ତାଙ୍କ ନାମ ପାର୍ବତୀ କାଶ୍ୟପ, ବୟସ ପ୍ରାୟ ୬୦ ବର୍ଷ ହେବ। ଗତ ୧୦ବର୍ଷତଳେ ତାଙ୍କୁ ଦିନେ ରାତ୍ରରେ ଧନୋନ୍ତରୀ ଦେବତା ସ୍ୱପ୍ନାକୃତ କରିଥିଲେ ତୁମେ ଗରିବ ଲୋକମାନଙ୍କୁ ବିନା ପଇସାରେ ତେଲ ମନ୍ତ୍ର କରି ଭଲକରିବ। ସେହି ଦିନରୁ ସେ ତେଲ ମନ୍ତ୍ର କରି ଅନେକ ଲୋକଙ୍କୁ ଭଲକରିଥିବାର କହୁନ୍ତି। ସେ ଜଣେ ପର ଉପକାରି ବୃଦ୍ଧା ତାଙ୍କର ନିଜର ବୋଲି କେହି ନଥିବାରୁ ସେ ସବୁବେଳେ ଗାଁ ଗାଁ ବୁଲି ଲୋକମାନଙ୍କର ସେବା କରିଥାନ୍ତି। ଏହି ତେଲ ମନ୍ତ୍ର ପାଇଁ ସେ କିଛି ଟଙ୍କା କି ପଇସା ନେଇ ନଥାନ୍ତି। ରୋଗୀମାନଙ୍କ ମନରେ ବିଶ୍ୱାସ ଥିବାରୁ ଏହି ବୃଦ୍ଧାଙ୍କ ନିକଟରେ ସେମାନେ ତେଲମନ୍ତ୍ରରେ ଚିକିତ୍ସିତ ହେଉଥିବାର ଦେଖିବାକୁ ମିଳିଛି। ଏ ସଂପର୍କରେ ଆମେ ଜିଲ୍ଲାଅତିରିକ୍ତ ଚିକିତ୍ସା ଅଧିକାରୀ ତଥା ହସପିଟାଲ ସୁପରିଟେଣ୍ଡେଟଂ ଡାକ୍ତର ଅନିଲକୁମାର ମିଶ୍ର ଙ୍କୁ ପଚାରିବାରୁ ସେ କହିଥିଲେ ରୋଗୀମାନେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଔଷଧ ଖାଉଥିବାରୁ ସେମାନଙ୍କ ରୋଗକମୁଛି, ତେଲମନ୍ତ୍ର ଦ୍ବାରା କିଛି ରୋଗ ଭଲହେଉ ନାହିଁ, ଏହା ଅନ୍ଧବିଶ୍ୱାସ, ଲୋକମାନେ ଏହି ଅନ୍ଧବିଶ୍ୱାସରୁ ଦୂରରେ ରହିବା ଦରକାର। ମେଡିକାଲର ରୋଗୀମାନଙ୍କୁ କିଏ ତେଲ ମନ୍ତ୍ର କରୁଛି ସେ ସଂପର୍କରେ ମୋ ନିକଟରେ କିଛି ସୂଚନା ନାହିଁ, ଏହା ମୁ ଜାଣି ନାହିଁ। ଏପରି ଯଦି ହୋଇଥାଏ ଏହାକୁ ଦୃଢତାର ସହିତ ବିରୋଧ କରାଯାଇ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି କହିଥିଲେ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top