ବିଶ୍ୱଶାନ୍ତି ପାଇଁ ସାମୁହିକ ଦୀପଦାନ

ପୁରୀ, ୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : – ନୂଆବର୍ଷ ଆଣିନେବ ଅନେକ ଆଶା ଓ ଉଦ୍ଦୀପନା। ନବବର୍ଷରେ ପ୍ରତ୍ୟେକଙ୍କର ମଙ୍ଗଳକାମନା ହେଉନାହିଁ। ପ୍ରତ୍ୟେଙ୍କ ଧେୟ ନବବର୍ଷ ଅବସରରେ ବିଶ୍ୱଶାନ୍ତି ତଥା ସଂସାରରେ ସୁଖ ସମୃଦ୍ଧି କାମନା କରି ମୁକୁନ୍ଦମିଶ୍ର ନଗର ପକ୍ଷରୁ ମହାପ୍ରଭୁଙ୍କ ଉଦେ୍ଦ୍ୟଶରେ କରାଯାଇଛି ସାମୁହିକ ଦୀପଦାନ। ସୋମବାର ମଧ୍ୟାହ୍ନ ନଗରର ଆରାଧ୍ୟ ଦେବତା ବାବା ମକୁନ୍ଦେଶ୍ୱର ମନ୍ଦିରରେ ଦୀପଦାନ କରିବା ପରେ ଶତାଧିକ ନଗର ବାସିନ୍ଦା ଏବଂ୯ ଶୋଭାଯାତ୍ରାରେ ସିଂହଦ୍ୱାର ନିକଟକୁ ଯାଇଥିଲେ। ବିଶ୍ୱଶାନ୍ତି ଓ ସଂସାରର ମଙ୍ଗଳ, ସୁଖ ସମୃଦ୍ଧି ଆଦି ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ମାନ ଧରି ନଗର ବାସିନ୍ଦା ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଡାକ୍ତର ମୁକୁନ୍ଦ ମିଶ୍ର ନଗରର ସଭାପତି ଜଗଦାନ୍ଦ ମିଶ୍ରଙ୍କ ନେତୃତ୍ୱରେ ସିଂହଦ୍ୱାର ପ୍ରମୁଖ ଅରୁଣ ସ୍ତମ୍ଭ ନିକଟରେ ସାମୁହିକ ଦୀପଦାନ କରାଯାଇଥିଲା। ମହାପ୍ରଭୁଙ୍କ ଉଦେ୍ଦ୍ୟଶ୍ୟରେ ପ୍ରଦୀପନ ଜଳାଇ ନଗର ବାସିନ୍ଦାମାନେ ସଂସାରର ସୁଖ ସମୃଦ୍ଧି କାମନା କରିଥିଲେ। ନଗରର ଉପସଭାପତି ଅଜୟ କୃଷ୍ଣ ଦାସ, ଦେବାଶୀଷ ଦାସ, ନୀଳକଣ୍ଠ ବାରିକ, ଗୋପିନାଥ ଚୈାଧୁରୀ, ଭଗବାନ ବେହେରା, ସୁରେନ୍ଦ୍ର ସାହୁ, ସସ୍ମିତା ପଟ୍ଟନାୟକ, ରଗବତୀ ମହାରଣା, ସସ୍ମିତା ରାୟ, ସରୋଜ କର, ମନୋଜ ମହାପାତ୍ର, ଭିକାରୀ ସାହୁ, ସୁରାରୀ ମୋହନ ମିଶ୍ରଙ୍କ ସମେତ ନଗର କାର୍ଯ୍ୟକାରୀ କମିଟି, ଉପଦେଷ୍ଟା ମଣ୍ଡଳୀ, ମନ୍ଦିର ଉନ୍ନୟନ କମିଟିର ସଦସ୍ୟଗଣ ଏହି ସାମୁହିକ ଦୀପଦାନ କାର୍ଯ୍ୟକ୍ରମରେ ସାମିଲ ହୋଇ ସଂସାରର ମଙ୍ଗଳକାମନା କରିଥିଲେ।

Leave a Reply

Your email address will not be published. Required fields are marked *