ଜିଲ୍ଲା ପରିକ୍ରମା

ବିଶ୍ୱବିଦ୍ୟାଳୟସ୍ତରୀୟ ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ଅଂଶଗ୍ରହଣ କରିବେ ୭ ଛାତ୍ର

ଭଦ୍ରକ, ୧୫ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ୧୬ ତାରିଖରୁ ଆରମ୍ଭ ହେବାକୁଥିବା ବିଶ୍ୱବିଦ୍ୟାଳୟସ୍ତରୀୟ ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଅଧୀନ ୬ଟି ମହାବିଦ୍ୟାଳୟରୁ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ୭ ଛାତ୍ର ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତା ପଞ୍ଜାବ ରାଜ୍ୟ ଗୁରୁ ନାନକ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ । ଏଥିରେ ଫକୀରମୋହନ ସ୍ୱୟଂସାଶିତ ମହାବିଦ୍ୟାଳୟର ଛାତ୍ର ୫୮କେଜିରୁ କମ୍ ବର୍ଗରେ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରଶନ୍ନଜିତ୍ ବିଶ୍ୱାଳ ୬୩କେଜିରୁ କମ୍ ବର୍ଗରେ, ନବୀନ ପଢୀଆରି ୫୪ କେଜିରୁ କମ୍ ବର୍ଗରେ, ଫକୀରମୋହନ ସ୍ୱୟଂସାଶିତ ମହାବିଦ୍ୟାଳୟର ଅଶୋକ କୁମାର ସାହୁ ୬୮ କେଜିରୁ କମ୍ ବର୍ଗରେ, ଚାନ୍ଦବାଲି ମହାବିଦ୍ୟାଳୟର ଦେବରଞ୍ଜନ ସାହୁ ୭୪କେଜିରୁ କମ୍ ବର୍ଗରେ, ବିରଞ୍ଚô ନାରାୟଣ କଲେଜ, ପାଳିଆବିନ୍ଧାର ବିକି ସୁରଜ ରାଉତ ୮୦କେଜିରୁ କମ୍ ବର୍ଗରେ, ବନ୍ତ ଆଞ୍ଚଳିକ କଲେଜର ତଥାଗତ ଧଳ ୮୭ କେଜିରୁ କମ୍ ବର୍ଗରେ ଅଂଶଗ୍ରହଣ କରିବେ । ପ୍ରତିଯୋଗୀଙ୍କ ସମସ୍ତ ଖର୍ଚ୍ଚ ଫକୀରମୋହନ ବିଶ୍ୱବିଦ୍ୟାଳୟ ବହନ କରିବ ବୋଲି ଭିସି ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top