ବିଶ୍ୱପରିବେଶ ଦିବସ ପାଳିତ

ତିର୍ତ୍ତୋଲ ତା ୦୭/୦୬ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଲିପଦା ପଞ୍ଚାୟତରେ ଥିବା ଆଖଣ୍ଡଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ତିର୍ତ୍ତୋଲ ସମ୍ବାଦ ସାହିତ୍ୟଘରର ବିଶ୍ୱପରିବେଶ ଦିବସ ପାଳିତ ହୋଇଯାଇଅଛି। ମାଟିରୁ ଆକାଶ ପର୍ଯ୍ୟନ୍ତ ପରିବେଶ ପ୍ରଦ୍ୟୁଷଣ ହେବାରେ ଲାଗିଛି। ରାସାୟନିକ ସାରର ବହୁଳ ବ୍ୟବହାର, ପର୍ଯ୍ୟାପ୍ତ ପରିମାଣର ପ୍ରସାର ଓ ଘରେ ଘଣେ ପ୍ଲାଷ୍ଟିକ ଦ୍ରବ୍ୟର ଅହେତୁକ ବ୍ୟବହାର ଯୋଗୁଁ ପ୍ରଦ୍ୟୁଷଣ ବଢ଼ିବଢ଼ି ଚାଲିଛି। ଏଥିପାଇଁ ଜନସଚେତନତା ଆବଶ୍ୟକତା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନର ସଭାପତି ଗୋଲୋକ ବିହାରି ପଲାଇଙ୍କ ପୌରାହିତ୍ୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିଭାବେ ସୁଶ୍ରୀ ଶୁଭଶ୍ରୀର ସମ୍ପାଦିକା ବସନ୍ତ ମଞ୍ଜରୀ ଦାସ, ମୁଖ୍ୟ ବକ୍ତା କବୟତ୍ରୀ ସବିତା ନାୟକ, ସମ୍ମାନୀତ ଅତିଥି ଶିକ୍ଷୟତ୍ରୀ ବିଭୂ ଶିତା ଦାସ ଓ କବି ଚୌଧୁରୀ ରାଧାମୋହନ ପରିଜା ପ୍ରମୁଖ ଯୋଗଦାନ କରି ଭାରତ ବର୍ଷରେ ପ୍ଲାଷ୍ଟିକ ଶିଳ୍ପର ଅଭିଯାନକୁ ଅବରୋଧ କରିବାପାଇଁ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତିର୍ତ୍ତୋଲ ଭାଷାସୁରକ୍ଷା ମଞ୍ଚର ଆବାହକ ଅକ୍ଷୟ କୁମାର ଦାସ, ବିଶିଷ୍ଟ ସମାଜସେବୀ ହେମନ୍ତ କୁମାର ନାୟକ, ସଭ୍ୟ ପ୍ରଶାନ୍ତ କୁମାର ଦାସ, ଝୁଲରାମ ଦାସ, ଦିଗମ୍ବର ରାଉତ, ନିତ୍ୟାନନ୍ଦ ନାୟକ, ସଂଯୋଜକ ଜୟନ୍ତ କୁାମର ପରିଜା, ଆଇନଜିବୀ ଟୁକନ ଚରଣ ସେଠୀ, ଦେବେନ୍ଦ୍ର ନାଥ କର, ସାମ୍ବାଦିକ ରଞ୍ଜନ ଖୁଣ୍ଟିଆ, ସାସ୍ୱତ ଶେତୁ ସମ୍ପାଦିକା ଆରତୀ ତ୍ରିପାଠୀ, ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ, କାଦମ୍ବିନୀ ଦାସ, ବିପ୍ଳବ ସ୍ୱାଇଁ, ସରସ୍ୱତୀ ସୁତାର, ରୀନା ବାରିକ୍, ବସନ୍ତ କୁମାର ଓଝା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଅନୁଷ୍ଠାନର ସମ୍ପାଦକ ବାସବ କୁମାର ନନ୍ଦ ସ୍ୱାଗତ ଭାଷଣ ଦେଇଥିବାବେଳେ ସଭ୍ୟ ସୁରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *