ବିଶ୍ବ ପରିବେଶ ଦିବସ ପାଳିତ

ପୁରୁଷୋତ୍ତମପୁର, ୭/୬ (ଓଡ଼ିଆ ପୁଅ/ ସୁଦାମ ମହାରଣା) ସ୍ଥାନୀୟ ସହରସ୍ଥିତ ଟାଉନ ହଲଠାରେ ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଅଛି। ଏହି ଅବସରରେ ତହସିଲଦାର ଇପ୍ସିତା ପ୍ରିୟ ଦର୍ଶନୀ ମିଶ୍ର, ଅଧ୍ୟକ୍ଷା ୱାଇ.ରାଣୀ କୁମାରୀ, ଥାନା ଅଧିକାରୀ ଅଜୟ କୁମାର ବାରିକ, ଉପାଧ୍ୟକ୍ଷ ରାଘବ ପଟ୍ଟନାୟକ, ନିର୍ବାହୀ ଅଧିକାରୀ ଏ.ନାଗେଶ୍ବର ରାଓ ଉପସ୍ଥିତ ରହି ପ୍ଲାଷ୍ଟିକ, ପଲିଥିନ ବ୍ୟବହାର ନ କରିବା, ଗଛ ଲଗାଇବା ଉପରେ ମତବ୍ୟକ୍ତ କରିଥିଲେ। ଡ଼ାକ୍ତର ସରୋଜ ଦାଶ, କାଉସିଲର ଅଶୋକ କୁମାର ମହାଙ୍କୁଡ, ବନ ବିଭାଗ କର୍ମଚାରୀ, ବିଜୁ ଯୁବ ବାହିନୀର ସଂଯୋଜକ ଅନିଲ ବେହେରା, ବିଜୁ ଯୁବ ବାହିନୀର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *