ବିଶ୍ବସ୍ତରୀୟ ସ୍ମାର୍ଟସିଟି ମଧ୍ୟରେ ଭୁବନେଶ୍ଵର ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଦଳୀୟ ନେତା ଓ ବୁଦ୍ଧିଜୀବୀ

ଭୁବନେଶ୍ୱର, ୧୫/୩/୨୦୧୮ (ଓଡ଼ିଆ ପୁଅ): ଇଂଲଣ୍ଡର ଗବେଷଣା ସଂସ୍ଥା ଜୁନିଅର ରିସର୍ଚ୍ଚ ସେଣ୍ଟର ପକ୍ଷରୁ ସର୍ଭେ କରାଯାଇଥିବା ବିଶ୍ୱର ଶ୍ରେଷ୍ଠ ୨୦ଟି ଉତ୍ତମ ପ୍ରଦର୍ଶନକାରୀ ସ୍ମାର୍ଟସିଟି ମଧ୍ୟରେ ଭୁବନେଶ୍ବର ସ୍ଥାନିତ ହୋଇଛି। ସୁରକ୍ଷା, ଗମନାଗମନ, ସ୍ଵାସ୍ଥ୍ୟ ଓ ଉତ୍ପାଦନ, ଏହି ଚାରିଟି ବର୍ଗ ମଧ୍ୟରୁ ସୁରକ୍ଷିତ ସହର ବର୍ଗରେ ବାର୍ସିଲୋନା, ବଲିନ୍, ପୋର୍ଟଲ୍ୟାଣ୍ଡ, ଟୋକିଓ ଭଳି ସହରକୁ ପଛରେ ପକାଇ ଭୁବନେଶ୍ବର ବାଜିମାତ କରିଛି। ଏଭଳି କୃତିତ୍ଵ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନାବଦ୍ଧ କାର୍ଯ୍ୟ ଯୋଗୁ ସମ୍ଭବ ହୋଇପାରିଛି। ଏହିକ୍ରମରେ ଆଜି ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ଵର ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଭୁବନେଶ୍ୱରର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ଗମନାଗମନ, ସ୍ବାସ୍ଥ୍ୟସେବା ଆଦି କ୍ଷେତ୍ରରେ ଭୁବନେଶ୍ଵରର ଉଲ୍ଲେଖନୀୟ ବିକାଶ ଯୋଗୁ ଏହି ସହର ବିଶ୍ୱସ୍ତରୀୟ ସ୍ବୀକୃତି ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବକୁ ଉପସ୍ଥିତ ନେତୃବୃନ୍ଦ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *