ବିଶିଷ୍ଠ ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ଯାଜପୁର ଜିଲାରତ ସ୍ୱାସ୍ଥ୍ୟ ସମସ୍ୟାକୁ ସମାଧାନ କରିବାରେ ମାଇଲ ଖୁଂଟ ହେବ ଏଥିରେ ସଂଦେହ ନାହିଁ; ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ

ଯାଜପୁର-୩୦/୬(ଓଡିଆ ପୁଅ/ଏ.ରାଉତ) ଓଡ଼ିଶାରେ ପୁଣି ଏକ ମେଡିକାଲ କଲେଜ ପ୍ରତିଷ୍ଠା ହେବାକୁ ଯାଉଥିଲାବେଳେ ଏହି ମେଡିକାଲ କଲେଜ ଯାଜପୁର ଜିଲାରେ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ସବୁଜ ସଂକେତ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଯୋଜନା ‘ଚ୍ୟାଲେଞ୍ଜିଂ ମୋଡ’ରେ ଯାଜପୁର ଜିଲାରେ ୧୦୦ ଶଯ୍ୟା ବିଶିଷ୍ଠ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଗତି ଯୋଜନାର ସମୀକ୍ଷା ବୈଠକରେ ଏହି ଘୋଷଣା କରିଛନ୍ତି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟ ସରକାରଙ୍କୁ ସୂଚନା ଦେଇଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଯାଜପୁରରେ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗ୍ରହଣ କରିବା ସହିତ ଆସନ୍ତା ୧୫ ଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ(ଡିପିଆର)ପଠାଇବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦୧୭ ମସିହାରେ ଓଡ଼ିଶାରେ ଏକ ମେଡିକାଲ କଲେଜ ଖୋଲିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ। ଏହା ପରେ ରାଜ୍ୟ ସରକାର ଅନୁଗୋଳ, ଢେଙ୍କାନାଳ ଓ ଯାଜପୁର ଲାଗି ପ୍ରସ୍ତାବ ଦେଇଥିଲାବେଳେ ଶେଷରେ ଭୈ÷ାଗଳିକ ଓ ଅନ୍ୟାନ୍ୟ ଦୃଷ୍ଟି କୋଣରୁ ଯାଜପୁରରେ ଏହି କଲେଜ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହି କଲେଜ ପ୍ରତିଷ୍ଠା ହେଲେ କେନ୍ଦ୍ର ସରକାର ତାଙ୍କ ଅଂଶଧନ କଲେଜ ପାଇଁ ପ୍ରଦାନ କରିବାକୁ ଥିଲାବେଳେ ରାଜ୍ୟ ସରକାର ଭିତିଭୂମୀ ଓ ଆନୁଷଙ୍ଗିକ ସହାୟତା ଯୋଗାଇ ଦେବେ। ଏ ବିଷୟରେ ଖବର ପ୍ରକାଶ ପରେ ଯାଜପୁର ଜିଲାରେ ଏହାକୁ ନେଇ ଖୁସିର ବତାବରଣ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଯାଜପୁର ଜିଲା ସ୍ୱାସ୍ଥ୍ୟ କ୍ଷେତ୍ରରେ ଏବେବି ପଛରେ ରହିଛି। ଜିଲାର ଯାଜପୁର ଠାରେ ଜିଲା ମୁଖ୍ୟ ଚିକିତ୍ସାଳୟ ରହିଥିଲାବେଳେ ଅନ୍ୟ ସ୍ଥାନରେ ବିଭିନ୍ନ ସରକାରୀ ଚିକିତ୍ସାଳୟ ମାନ ରହିଛି। ବିଗତ ଦିନ ଅପେକ୍ଷା ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ଉନ୍ନତି ହୋଇଥିଲେ ମଧ୍ୟ ଚିକିତ୍ସା କ୍ଷେତ୍ରରେ ଜିଲା ସେଭଳି ଅଗ୍ରଗତି କରି ପାରିନାହିଁ। ସାମାନ୍ୟରୁ ମଧ୍ୟମ ଧରଣର ଚିକିତ୍ସା ଜିଲାରେ ସମ୍ଭବ ହୋଇ ପାରୁଥିଲାବେଳେ ଜଟିଳ ରୋଗରେ ପିଡୀତ ରୋଗୀ କଟକ ଓ ଭୁବନେଶ୍ୱରର ବିଭିନ୍ନ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି। ଫଳରେ ଏହି ରୋଗୀ ମାନଙ୍କୁ ବିପୁଳ ଅର୍ଥ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଯାଜପୁର ଜିଲାରେ ଏହି ୧୦୦ ଶଯ୍ୟା ବିଶିଷ୍ଠ ମେଡିକାଲ କଲେଜ ହେଲେ ଜିଲା ଚିକିତ୍ସା କ୍ଷେତ୍ରରେ ବ୍ୟାପକ ବିକାଶ ସହିତ ଶିକ୍ଷାର ବିକାଶ କ୍ଷେତ୍ରରେ ମଧ୍ୟ ଏହା ବିଶେଷ ସହାୟକ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି। ଜିଲାର ମେଧାବୀ ଛାତ୍ରଛାତ୍ରୀ ମାନେ ଭବିଷ୍ୟତରେ ନିଜ ଯୋଗ୍ୟତା ବଳରେ ନିଜ ଜିଲାରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିବାର ଶୈାଭାଗ୍ୟ ପାଇ ପାରିବେ। ଅନ୍ୟ ପକ୍ଷରେ ଯାଜପୁର ଜିଲାରେ ଏହି କଲେଜ ପ୍ରତିଷ୍ଠା ହେଲେ ଯାଜପୁର ଜିଲା ସହିତ ଭଦ୍ରକ ଓ କେନ୍ଦ୍ରାପଡା ଜିଲାର ଜନସାଧାରଣ ମଧ୍ୟ ବିଶେଷ ଭାବେ ଉପକୃତ ହୋଇ ପାରିବେ।ଏହି ବିସୟରେ ସୁକିନ୍ଦା ବିଧାୟକ ଇଂ ପ୍ରତିରଂଜନ ଘଡାଇ କୁହନ୍ତି ଦୀର୍ଘ ବର୍ଷ ହେଲା ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବହେଳିତ ହୋଇ ରହିଥିବା ଯାଜପୁର ଜିଲାରେ ଏକ ମେଡିକାଲ କଲେଜ ଖୋଲିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତି ନେଇଥିବାରୁ ଜିଲାବାସୀଙ୍କ ତରଫରୁ ତାଙ୍କୁ କୃତଜ୍ଞତା ଜଣାଉଛି। ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ଏହି ଜିଲା ସ୍ୱାସ୍ଥ୍ୟ ସମସ୍ୟାକୁ ସମାଧାନ କରିବାରେ ମାଇଲ ଖୁଂଟ ହେବ ଏଥିରେ ସଂଦେହ ନାହିଁ।

Leave a Reply

Your email address will not be published. Required fields are marked *