ଜିଲ୍ଲା ପରିକ୍ରମା

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶୁକଦେବ ଘୋଷଙ୍କ ପରଲୋକ

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶୁକଦେବ ଘୋଷଙ୍କ ୯୦ ବର୍ଷ ବୟସରେ ପରଲୋକ ଘଟିଛି । ସେ  ଗତ କିଛିଦିନ ଧରି ବୃକକ୍ ଜନିତ ରୋଗରେ ଆକ୍ରାନ୍ତ ହୋଇ ଏସ୍ସିବି ମେଡିକାଲ କଲେଜର ଆଇସିୟୁରେ ଚିକିସôିତ ହେଉଥିଲେ । ସେ ଦେଶକୁ ସ୍ୱାଧୀନ କରାଇବାରେ ଆମ ରାଜ୍ୟର  ପୂର୍ବତନ ମୁଖ୍ୟମନ୍ତ୍ରୀ କଳିଙ୍ଗ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ସହ  ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ । ଏପରିକି ଜାରକାରେ ଡ. ମହତାବଙ୍କ ସହ ଗାନ୍ଧିଜୀଙ୍କ ଶୋଭାଯାତ୍ରାରେ ଯୋଗଦେଇ ବି୍ରଟି୍ରଶ୍ ପୁଲିସ୍କୁ ପ୍ରତିରୋଧ କରିଥିଲେ । ତାଙ୍କର ଜନ୍ମ ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନସ୍ଥ ବାହାଦୁଲ ନଗର ଗ୍ରାମରେ । ତାଙ୍କର ଜ୍ୟେଷ୍ଠ ପୁତ୍ର ପୂର୍ବତନ ଅବସରପ୍ରାପ୍ତ ଅତିରିକ୍ତ ଏସ୍ପି  ସୁରେଶ ଚନ୍ଦ୍ର ଘୋଷଙ୍କ ସମେତ ୬ ପୁତ୍ର ଏବଂ ଦୁଇ କନ୍ୟା   ତାଙ୍କ  ଶେଷ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ ।  ୰ ଘୋଷ ନିଜ ଜୀବଦ୍ଦଶାରେ ସ୍ଥାନୀୟ ଅଂଚଳରେ ବହୁ ସାମାଜିକ କାର୍ଯ୍ୟ କରିବା ସହ ବୃକ୍ଷରୋପଣ ଭଳି ମହତ୍ କାର୍ଯ୍ୟ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top